ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଖେମକା ଇଣ୍ଟରପ୍ରାଇଜେସ ତରଫରୁ ମେଗା ” ବିର୍ଲା ଓପୁଷ ରଙ୍ଗ ସୋ ରୁମ୍ ‘ ଶୁଭଉଦଘାଟିତ

ରାଇରଙ୍ଗପୁରରେ ଖେମକା ଇଣ୍ଟରପ୍ରାଇଜେସ ତରଫରୁ ମେଗା ” ବିର୍ଲା ଓପୁଷ ରଙ୍ଗ ସୋ ରୁମ୍ ‘ ଶୁଭଉଦଘାଟିତ

 ମୟୂରଭଞ୍ଜ-୧୨/୧୨ ( ମସିହା)ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତା ପୂଜା ଗେଷ୍ଟ ହାଉସ ସନ୍ନିକଟ ରେ ୪ ତାଲା ପ୍ରସାଦ ଗୃହରେ ଖେମକା ଇଣ୍ଟରପ୍ରାଇଜେସସ ତରଫରୁ ‘ ବିର୍ଲା ଓପୁସ ରଙ୍ଗ ସୋରୁମ ‘ଆଜି ଶୁଭ ଉଦଘାଟିତ ହୋଇଯାଇଛି । ଉତ୍ତର ଓଡିଶାରେ ପ୍ରଥମ ଥର ତଥା ଓଡ଼ିଶାରେ ଏହା ୬ଷ୍ଠ ସୋରୁମ ଆଜି ଶୁଭ ଉଦଘାଟିତ ହୋଇଯାଇଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ସହରରର କଳେବର ବୃଦ୍ଧି ପାଉଛି । ସମସ୍ତଙ୍କ ର ସ୍ବପ୍ନ ଥାଏ ଏକ ସୁନ୍ଦର ଗୃହ ଓ ଅଟ୍ଟାଳିକାରେ ରହିବାପାଇଁ ।ତେଣୁ ଲୋକ ନୂତନ ଆକର୍ଷଣୀୟ ଡିଜାଇନ ଗୃହ,ଇଣ୍ଟେରିଅର ଡେକୋରେସନ,ରଙ୍ଗ,ଵନାଇବା ପାଇଁ ଚାହୁଁଛନ୍ତି । ଲୋକଙ୍କ ଚାହିଦାକୁ ଲକ୍ଷ୍ଯକରି ରାଇରଙ୍ଗପୁର ସହରର ର ବିଶିଷ୍ଟ ରଙ୍ଗ ଦୋକାନୀ ରାମଗୋପାଲ ଖେମକା ରାଇରଙ୍ଗପୁର ସହରର ପୂଜା ଗେଷ୍ଟ ହାଉସ ନିକଟରେ ୪ ତାଲା ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ଏକ ମେଗା ରଙ୍ଗ ସୋରୁମ୍ ଖୋଲିଛନ୍ତି । ଏହାର ଆଜି ଶୁଭ ଉଦ୍ଘାଟିତ କରାଯାଇଛି।ଏହି ଶୁଭ ଉଦ୍ଘାଟନ ଉତ୍ସବରେ ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା, ବିଶିଷ୍ଟ ରଙ୍ଗ ବ୍ଯଵସାୟୀ ରାମ ଗୋପାଲ ଖେମକା, ଅବିନାଶ ଖେମକା, ରିଜିଓନାଲ ଫ୍ରାଞ୍ଚାଇନ୍ଜମେନେଜର ସୁଦୀପ ମଜୁମଦାର, ଉତ୍ତର ଓଡ଼ିଶାର ଆଂଚଳିକ ସେଲସ ମେନେଜର ଅଭିଜିତ ସାମନ୍ତରାୟ, ଜ୍ଞାନ ପ୍ରକାଶ ସାହୁ,ସ୍ବାଗତ ସେନଗୁପ୍ତ ଋଶିଭ ଜୈନ,ତନ୍ମୟ ସାହୁ,ସୌମ୍ୟ ମ‌ହାପାତ୍ର, ଚିତ୍ତରଞ୍ଜନ ହାଜରା ପ୍ରମୁଖ ଉପସ୍ଥିତ ରହି ଫୀତାକାଟି ଶୁଭ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଗ୍ରାହକ,ରଙ୍ଗ ମିସ୍ତ୍ରୀ ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।ଏହି ସୋରୁମରେ ଗୃହର ଭିତର ଓ ବାହାରର ସୌନ୍ଦର୍ଯ୍ୟକରଣ ପାଇଁ ବିର୍ଲାକମ୍ପାନୀ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ରଙ୍ଗ, ଏନାମେଲ ପେଣ୍ଟ,କାଠ ରଙ୍ଗ,ଓ୍ବାଟର ପ୍ରୁଫିଙ୍ଗ, ପ୍ରଭୃତି ମହଜୁଦ ଥିବାବେଳେ ଆଗକୁ ଆହୁରି ବିଭିନ୍ନ ପ୍ରକାରର ରଙ୍ଗ ମହଯୁଦ ରଖାଯାଇ ଲୋକଙ୍କ ଆବଶ୍ୟକତାକୁ ଯୋଗାଇଦିଆଯିବ । ସାଧାରଣ ଲୋକେ ତଥା ରାଇରଙ୍ଗପୁର ସହରବାସୀ ନିଜ ମନ ପସନ୍ଦ ଗୃହର ଆବଶ୍ୟକତାର ରଙ୍ଗ ପାଇଁ ଟାଟା,ବାରିପଦା, ବାଲେଶ୍ଵର , କୋଲକାତା ଯାଇ ଖର୍ଚ୍ଚାନ୍ତ ନ ହୋ ରାଇରଙ୍ଗପୁର ସହରର ତାଙ୍କ ସୋରୁମ୍ ରେ ଉପଲବ୍ଧ ହୋଇପାରିବେ । ତେଣୁ ସମସ୍ତେ ଏହି ଦୋକାନକୁ ଆସି ଦେଖନ୍ତୁ ଓ ବୁଝାବୁଝି କରି ଯିବା ପାଇଁ ଦୋକାନୀ ମାଲିକ ଯୁବ ବ୍ୟବସାୟୀ ଅବିନାଶ ଖେମକା ଅନୁରୋଧ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସେପ୍ଟେମ୍ବର ୧୨ରେ ପଦଯାତ୍ରା

Sunil Chandra Nayak

କ୍ରୀଡା ଦିବସ ଉଦଘାଟିତ( ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ଜରୁରୀ)

Sunil Chandra Nayak

ଉତ୍କଳ ଯାଦବ ମହାସଭାର ସମ୍ବର୍ଦ୍ଧନା ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!