ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମୋକ୍ଷଦା ଏକାଦଶୀରେ ଶ୍ରୀ ଶ୍ଯାମଙ୍କୁ ପୂଜାର୍ଚ୍ଚନା ଓ ଭଜନ କାର୍ଯ୍ୟକ୍ରମ

ମୋକ୍ଷଦା ଏକାଦଶୀରେ ଶ୍ରୀ ଶ୍ଯାମଙ୍କୁ ପୂଜାର୍ଚ୍ଚନା ଓ ଭଜନ କାର୍ଯ୍ୟକ୍ରମ

ରାଉରକେଲା ୧୨/୧୨, ମୋକ୍ଷଦା ଏକାଦଶୀର ଶୁଭ ଅବସରରେ ସହରର ବିର୍ସା ଡାହାର ସ୍ଥିତ ଶ୍ରୀ ଶ୍ଯାମଙ୍କ ମନ୍ଦିରରେ ବାବା ଶ୍ୟାମଙ୍କ ଦରବାରକୁ ଫୁଲରେ ସଜ୍ଜିତ କରାଯିବା ସହିତ ପୁରୋହିତଙ୍କ ଦ୍ବାରା ସକାଳରୁ ମନ୍ଦିରରେ ବାବା ଶ୍ଯାମଙ୍କ ପୂଜା କରାଯାଇଥିଲା।ଏଥିପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୭ଟାରେ ଭଜନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 

ରାଉରକେଲା ସହରର ଭଜନ ଗାୟକ ବିଶାଲ ଶର୍ମା ଗୋଟିଏ ପରେ ଗୋଟିଏ, ଏହିପରି ଅନେକ ଭଜନ ଗାଇଥିଲେ। ଯେଉଁଥିରେ ଶ୍ୟାମ ବାବା ଏବଂ ଅନ୍ୟାନ୍ୟ ଦେବାଦେବୀଙ୍କ ଭଜନ ଅନ୍ତର୍ଭୁକ୍ତ। ରାତି ୧୦ଟା ସମୟରେ ଭଜନ କାର୍ଯ୍ୟକ୍ରମ ଶେଷ ହେବା ପରେ, ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଏହି ଭକ୍ତି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କମିଟିର ଗୋବିନ୍ଦ ଅଗ୍ରୱାଲ, କମଲା ଦେବୀ, ନିରଂଜନ ସୋନି, ରାଜେଶ ଅଗ୍ରୱାଲ, ଗଜୁ ଶର୍ମା, ଭୀମ ବନସାଲଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁମ୍ଭାରୀଠାରେ ୫୧ ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୩ ପାଳିତ

Sunil Chandra Nayak

ରାଧାକୃଷ୍ଣ ମନ୍ଦିର,ନାଗଭଣ ଗ୍ରାମରେ ଜନ୍ମାଷ୍ଟମୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ 

masiha

ଜୁନାଗଡ ସତସଙ୍ଗ କେନ୍ଦ୍ର ରେ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଜନ୍ମ ମହୋତ୍ସବ ଓ ପ୍ରତିଷ୍ଠା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!