ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୋଲାମୁଣ୍ଡା ଚୁରାପାହାଡ଼ରେ ମହାଦେବଙ୍କ ବିବାହ ଉତ୍ସବ: ବରାତିରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ଗୋଲାମୁଣ୍ଡା ଚୁରାପାହାଡ଼ରେ ମହାଦେବଙ୍କ ବିବାହ ଉତ୍ସବ: ବରାତିରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଫରଙ୍ଗ ସ୍ଥିତ ଚୁରାପାହାଡ଼ ଶିବ ମନ୍ଦିର ପରିସରରେ ପ୍ରଭୁ ଶ୍ରୀ ଶ୍ରୀ ମହାଦେବ ଓ ମାତା ପାର୍ବତୀଙ୍କ ପବିତ୍ର ବିବାହ ମହୋତ୍ସବ ବେଶ୍‌ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଚୁରାପାହାଡ଼ ଶିବ ମନ୍ଦିରରୁ ବରଯାତ୍ରୀ (ବରାତି) ଶୋଭାଯାତ୍ରା ବାହାରି ଅମଠା ଗାଁ ପର୍ଯ୍ୟନ୍ତ ଯାଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ଚଳିତ ବର୍ଷ ଏହି ଦେବ ବିବାହରେ ଫୁଣ୍ଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଉପେନ୍ଦ୍ର ନାଗଙ୍କ ପରିବାର ବରପୁତ୍ର ପ୍ରଭୁ ମହାଦେବଙ୍କ ପକ୍ଷରୁ ପିତାମାତା ଦାୟିତ୍ୱ ତୁଲାଇଥିବା ବେଳେ, ଅମଠା ଗ୍ରାମର ବରିଷ୍ଠ ସମାଜସେବୀ ଗୋପୀନାଥ ସିଂଙ୍କ ପରିବାର ମାତା ପାର୍ବତୀଙ୍କ କନ୍ୟାଦାନ ଦାୟିତ୍ୱ ନିର୍ବାହ କରିଥିଲେ। ଦୁଇ ପରିବାର ପକ୍ଷରୁ ସମସ୍ତ ବୈଦିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।ଏହି ସମଗ୍ର ଉତ୍ସବକୁ ସଫଳ କରିବାରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଭାଗ୍ୟବାନ ବାଗ, ଅନନ୍ତରାମ ବେହେରା, ଲଳିତ ପ୍ରଧାନ, ସରୋଜ ନିଆଲ, ଗଣେଶ ରାଉତ, ସୁରେନ୍ଦ୍ର ବାରିକ, ସନ୍ତୋଷ ଖମାରି,ଅକୁର ନାଏକ,ଅକ୍ଷୟ ଭାଇ, ଅନନ୍ତ ଦାସ, ଫକୀର ଭୋଇ, ହରିଚନ୍ଦ୍ର ସା ଏବଂ ରାମ ସାଙ୍କ ସମେତ ଫରଙ୍ଗ ଓ ଅମଠା ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ହରିବୋଲ ଏବଂ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ପ୍ରଭୁ ଶନିଶ୍ଚର ମନ୍ଦିରର ରତ୍ନମୁଦ ଉତ୍ସବ

ସିଦ୍ଧ ହନୁମାନଜୀଉ ଙ୍କ ର ଦ୍ୱାଦଶ ବାର୍ଷିକ ପୂଜା ଓ ପ୍ରବଚନ 

Sunil Chandra Nayak

ରାଇରଙ୍ଗପୁର ର ବିଭିନ୍ନ ମଠ ମନ୍ଦିର,ଘରେ ସୁଦଷା ବ୍ରତ ଆନନ୍ଦ ଉଲ୍ଲାସର ସହ ପାଳିତ 

masiha

Leave a Comment

error: Content is protected !!