ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୟଜଗନ୍ନାଥ ଧ୍ୱନିରେ କମ୍ପିଲା ସିନାପାଲି- ମାଁ ସୁଭଦ୍ରଙ୍କ ରଥ ଟାଣିଲେ ମହିଳା ଶ୍ରଦ୍ଧାଳୁ 

ଜୟଜଗନ୍ନାଥ ଧ୍ୱନିରେ କମ୍ପିଲା ସିନାପାଲି- ମାଁ ସୁଭଦ୍ରଙ୍କ ରଥ ଟାଣିଲେ ମହିଳା ଶ୍ରଦ୍ଧାଳୁ 

ସିନାପାଲି:୧୬/୦୭- (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ) ଆଜି ସକାଳୁ ଲଗାଣ ବର୍ଷା ସତ୍ୱେ ସିନାପାଲି ରଥଯାତ୍ରାରେ ଆଖପାଖ ଅଂଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଗୁରୁବାର ସକାଳୁ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ କରାଯିବା ପରେ ଅପରାହ୍ଣରେ ଶ୍ରୀଜିଉଙ୍କ ପହଣ୍ତି ବିଜେ ପରେ ବିଜୟ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା କରାଯାଇ ରଥଟଣା ଯାଇଥିଲା l ରଥଯାତ୍ରାରେ ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ, ଘଣ୍ଟଦଳ ସାମିଲ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ହରିବୋଳ, ହୁଳହୁଳିରେ ସମଗ୍ର ପରିବେଶ ଜଗନ୍ନାଥମୟ ହୋଇଥିଲା l ଏଠିକାର ପରମ୍ପରା ଅନୁସାରେ ମାଁ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳା ଶ୍ରଦ୍ଧାଳୁ ମାନେ ଟାଣିଥିଲେ ା ସୂଚନାଯୋଗ୍ଯ ଯେ ପୁରୀ ଗଜପତିଙ୍କ ଦ୍ୱାରା ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିନ ଠାରୁ ଏଠାରେ ଆକର୍ଷଣୀୟ ତିନୋଟି ରଥ ଟଣା ଯିବା ସହ ଶ୍ରୀକ୍ଷେତ୍ରର ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କ ସମସ୍ତ କାର୍ଯ୍ଯ ସଂପନ୍ନ କରାଯାଇ ଆସୁଛି l ରଥଯାତ୍ରାରେ ଭିଡ଼କୁ ଦେଖି ମନ୍ଦିର କମିଟି ଏବଂ ସେଚ୍ଛାସେବୀଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ବ୍ଯବସ୍ଥା କରାଯାଇଥିଲା ା ଏଥିସହ ଏହି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡ଼ା, ହାତୀବନ୍ଧା, ପତିଏଲପଡ଼ା, ସାଗୁନଭାଡ଼ି, ସିଙ୍ଗଝର, କେନ୍ଦୁମୁଣ୍ତା, ଚଳନା, ଗୋର୍ଲା, ଟିମନପୁର, ଜାମଗାଁ, ଗଣ୍ତାବାହାଳି, ବରଗାଁ, ଗମ୍ଭାରିଗୁଡ଼ା, ଅରସାପଡ଼ା ଆଦି ଗ୍ରାମରେ ମଧ୍ଯ ଶୃଙ୍ଖଳାର ସହ ରଥଯାତ୍ରା ସଂପନ୍ନ ହୋଇଥିବା ଜଣାପଡ଼ିଛି l

Related posts

କୁଳେରଗୁଡା ଠାରେ ମାଁ ବସ୍ତରେନ ମାଉଲି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ 

masiha

11 ଦିନ ବ୍ୟାପି ଶ୍ରୀରାମନବମୀ ମହୋତ୍ସବ ଅତି ଉତ୍ସାହର ସହିତ ଉଦଯାପିତ  

Sunil Chandra Nayak

Leave a Comment

error: Content is protected !!