ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୋପାଳ ଶ୍ରୀକ୍ଷେତ୍ର ସମେତ ଝରିଗୁମ୍ମା ଅଞ୍ଚଳଗୁମ୍ମା ରେ ଶ୍ରୀଜୀଉ ଙ୍କ ହାତୀ ବେଶ 

ତେନ୍ତୁଳିଖୁଣ୍ଟି ୦୪/୦୬/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଖାତିଗୁଡା ସ୍ଥିତ ଶ୍ରୀକ୍ଷେତ୍ର ଝରିଗୁମ୍ମା ଓ ଅଞ୍ଚଳଗୁମ୍ମା ଜଗନ୍ନାଥ ମନ୍ଦିର ରେ ଶ୍ରୀଜୀଉ ମାନଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସାତ ଘଟିକା ପରେ ଶ୍ରୀଜୀଉ ଙ୍କ ଦେବ ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପ କୁ ପଣ୍ଡା ମାନଙ୍କ ଦ୍ୱାରା ଅଣା ଯାଇଥିଲା। ପ୍ରତୀକ ସ୍ୱରୂପ ନଦୀଜଳ ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସ୍ନାନ କରା ଯାଇଥିଲା। ପରେ ଅନ୍ୟାନ୍ୟ ନୀତି କରା ଯିବା ପରେ ଗଜାନନ ବେଶ ରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ। ଗଜାନନ ବେଶ ଦେଖିବାକୁ ସନ୍ଧ୍ୟା ଆରତୀ ସମୟରେ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା। ଖାତିଗୁଡା ରେ ପୂଜକ କୃଷ୍ଣ ଚନ୍ଦ୍ର କର ବଡ଼ ପଣ୍ଡା ବିଜୟ ପଣ୍ଡା ,ସନ୍ତୋଷ ଚୌଧୁରୀ ,ଶ୍ରୀନିବାସ ମିଶ୍ର ,ରଞ୍ଜନ ତ୍ରିପାଠୀ ଭାସ୍କର ପଣ୍ଡା ,ମନୋଜ ମହାପାତ୍ର ,ସୁଶାନ୍ତ ସାହୁ , ମିତୁ ମିଶ୍ର ,ଅଂନନ୍ତ ଦାସ ,ପ୍ରଦୀପ ହୋତା ଆନନ୍ଦ ନେପାକ , କିଶୋର ପଣ୍ଡା ହୃଷିକେଶ ସାହୁ ପ୍ରମୂଖ ସହଯୋଗ କରିଥିଲେ। ଝରିଗୁମ୍ମା ରେ ପ୍ରମୋଦ ଦାସ ଙ୍କ ନେତୃତ୍ୱ ରେ ସମ୍ପନ୍ନ ହୋଇଥିଲା।ଅଞ୍ଚଳଗୁମ୍ମା ରେ ସୁବ୍ରତ ଚୌଧୁରୀ ,କାଳିଆ ତ୍ରିପାଠି ,ସଂଜୟ ପ୍ରମୁଖ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

masiha

ରାଇରଙ୍ଗପୁରରେ ହୋଲିକା ଦହନ ଉତ୍ସବ

Sunil Chandra Nayak

ମୋକ୍ଷଦା ଏକାଦଶୀରେ ଶ୍ରୀ ଶ୍ଯାମଙ୍କୁ ପୂଜାର୍ଚ୍ଚନା ଓ ଭଜନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!