ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ଚର୍ଚ୍ଚିକା ଠାକୁରାଣୀ ଯାତ୍ରା

କାମାକ୍ଷାନଗର (ମ ନି ସ)15/4_କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଗ୍ରାମ ପଞ୍ଚାୟତ ପ୍ରସିଦ୍ଧ ଚର୍ଚ୍ଚିକା ପଣା ଯାତ୍ରା ନାଆଁ ଧରିଲେ ଢେଙ୍କାନାଳ, କେନ୍ଦୁଝର, ଅନୁଗୋଳ, ଯାଜପୁର ଓ ଦେଓଗଡ ଜିଲ୍ଲା ର ଲୋକମାନେ ଧାଇଁ ଆସନ୍ତି କଣ୍ଟା ପାଳ ଗ୍ରାମ ପଞ୍ଚାୟତର ମା ଚର୍ଚ୍ଚିକା ଠାକୁରାଣୀ ପଣା ସଂକ୍ରାନ୍ତି ଯାତ୍ରାକୁ ମା ଚର୍ଚ୍ଚିକା ଠାକୁରାଣୀଙ୍କ କୃପା ଭିକ୍ଷା କରିବା ପାଇଁ। ଏହି ପଞ୍ଚାୟତଟି ପାହାଡ ପର୍ବତ ଘେରା ମଧ୍ୟରେ ରହିଥିବା ଏକ ଆଦିବାସୀ ବହୁଳ ପଞ୍ଚାୟତ ନିଖୁଣ ଆଦିବାସୀ ପରମ୍ପରାର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ। ଖୁସିର ବିଷୟ ଏହି ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ସମସ୍ତ ଗ୍ରାମର ଲୋକମାନେ ମିଳିମିଶି ଏହି ଯାତ୍ରାକୁ ଆୟୋଜନ କରିଥାଆନ୍ତି ।ଏହି ଅଞ୍ଚଳରେ ପାଖରେ କୌଣସି ସହର ବଜାର ନଥିବାରୁ ପ୍ରାୟ ଚାଳିଶି ପଚାଶ ଗ୍ରାମର ଲୋକମାନେ ଏହି ଯାତ୍ରାରୁ ବର୍ଷକ ପାଇଁ ଜିନିଷ ପତ୍ର କିଣା କିଣି ପାଇଁ ନିର୍ଭର କରିଥାନ୍ତି। ଆଜକୁ ପ୍ରାୟ ଚାଳିଶି ବର୍ଷ ହେବ ଏହି ଯାତ୍ରା ପରମ୍ପରା ଚାଲିଆସିଛି ଯାତ୍ରାର ବିଶେଷ ଆକର୍ଷଣ ହେଉଛି ପାରମ୍ପରିକ ନାଚ ଗୀତ ଓଡ଼ିଶା ଓ ଓଡିଶା ବାହାରୁ ବେପାରୀ , ସୁସଜ୍ଜିତ ଲାଇଟ୍,ଯାତ୍ରା ପାଟିର ଯାତ୍ରା ଆକର୍ଷଣମୟ କରିଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବଟ ଅଶ୍ୱତଥ ବୃକ୍ଷ ପ୍ରତିଷ୍ଠା ବାର୍ଷିକୀ ପାଳିତ  

ସର୍ବମଙ୍ଗଳା ମନ୍ଦିରରେ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ମନ୍ଦିର ମାଳା ମିଶନରେ ଯୋଡ଼ିହେବ ଉତ୍ତରାଖଣ୍ଡର ଅବହେଳିତ ଜଗନ୍ନାଥ ମନ୍ଦିର

Sunil Chandra Nayak

Leave a Comment

error: Content is protected !!