ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୧୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ବିଶାଳ କଳସ ଯାତ୍ରା

୧୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ବିଶାଳ କଳସ ଯାତ୍ରା

ନାରୀ ସଶକ୍ତିକରଣ ବର୍ଷ ୨୦୨୪-୨୫ ପରିପ୍ରେକ୍ଷୀରେ ରାଷ୍ଟ୍ର ଜାଗରଣ ଅଭିଯାନ, ଧର୍ମଗଡ଼ ପକ୍ଷରୁ ଧର୍ମଗଡ଼ କେବିଡି ଛକ ଶନି ମନ୍ଦିର ନିକଟରେ ୧୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଅବସରରେ ଏକ ବିଶାଳ କଳସ ଯାତ୍ରା ଧର୍ମଗଡ଼ ସହର ପରିକ୍ରମା କରିଥିଲା।

୧୧କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଏବଂ ୧୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପରିପ୍ରେକ୍ଷୀରେ ଗତ ୧୫.୧୨.୨୦୨୪ରିଖ ରବିବାର ଦିନ ଭୂମି ପୂଜନ ତଥା ନବବିବାହିତ ଦମ୍ପତିଙ୍କୁ ନେଇ ଦେବ ଦମ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଆଜି ସମାଜର ଅନେକ ପରିବାରରେ ଛୋଟ ଛୋଟ କଥାକୁ ନେଇ ମତଭେଦ ହେତୁ ଅଶାନ୍ତି ସୃଷ୍ଟି ହେଉଅଛି । ପରମପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ପାରିବାରିକ ଜୀବନର ଅଲୌକିକ ଆନନ୍ଦର ଅନେକ ସୂତ୍ର ସହିତ ଭବିଷ୍ୟତ ପିଢ଼ିର ନବନିର୍ମାଣ ପାଇଁ ମାର୍ଗଦର୍ଶନ ଦେଇଛନ୍ତି।

ଏହି ସୁଖ ଶାନ୍ତିର ସୁତ୍ରଗୁଡ଼ିକର ଅବଗତ ପାଇଁ ଶାନ୍ତିକୁଞ୍ଜ ପ୍ରତିନିଧି ଆମ ଠାରେ ଉପସ୍ଥିତ ରହି ୧୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ର ପରିଚାଳନା କରିବେ ବୋଲି ଯଜ୍ଞ ପରିଚାଳନା କମିଟି ଓ ଗାୟତ୍ରୀ ଶକ୍ତି ପୀଠ ପକ୍ଷରୁ ପ୍ରକାଶ କରାଯାଇଛି।

ଆଜି ଭବ୍ୟ କଳସ ଯାତ୍ରା ପରେ ସନ୍ଧ୍ୟାରେ ଯୁଗ ସଙ୍ଗୀତ ଓ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା କାଲି ମଙ୍ଗଳବାର ଦିବା ଘ.୦୯ ରୁ ଯଜ୍ଞ ଆରମ୍ଭ, ଦେବ ପୂଜନ ଏବଂ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ଥିବା ବେଳେ ସନ୍ଧ୍ୟାରେ ଯୁଗ ସଙ୍ଗୀତ, ପ୍ରବଚନ ଏବଂ ୨୧୦୦ ବେଦୀୟ ଦୀପ ମହାଯଜ୍ଞ ଅନୁଷ୍ଠିତ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଚିଲିଗୁଡା ରେ କଳସ ଶୋଭାଯାତ୍ରା

Sunil Chandra Nayak

ତାରାଗାଁ ଠାରେ ଆରମ୍ଭ ହେଲା ଗ୍ରାମଦେବୀ ମା ଠାକୁରାଣୀଙ୍କ ଘଟ ଯାତ୍ରା 

ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଓ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!