ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ବିଦ୍ୟାଳୟ,ଆର୍ ଇ ସି କ୍ୟାମ୍ପସ ରେ ଆଲୋଚନା ଆସର

ସରକାରୀ ଉଚ୍ଚ ବିଦ୍ୟାଳୟ,ଆର୍ ଇ ସି କ୍ୟାମ୍ପସ ରେ ଆଲୋଚନା ଆସର

ରାଉରକେଲା/ ଆର୍ ଇ ସି କ୍ୟାମ୍ପସ ପ୍ରାଙ୍ଗଣରେ ଗଣଶିକ୍ଷା ବିଭାଗର ନୂତନ ଗାଇଡ ଲାଇନ ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ଙ୍କ ସଭାପତିତ୍ବ ନିରୁପମା ପତିଙ୍କ ସଂଯୋଜନା ରେ ଶିକ୍ଷକ ,ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଏବଂ ଅଭିଭାବକମାନଙ୍କର ମିଳିତ ସମାବେଶ ରେ ଏକ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ କ୍ଲବ୍ ର ମିଳିତ ଆନୁକୂଲ୍ୟରେ ଆଲୋଚନା ଆସର ତଥା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମାଞ୍ଚଳ ଖବରକାଗଜ ସାମ୍ବାଦିକ ଵୈଦନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନ ର ସମାୟାନୁଵର୍ତ୍ତିତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାଵେ ଦିଲ୍ଲୀ ପବ୍ଲିକ ସ୍କୁଲ ର ଗଣିତ ଶିକ୍ଷକ ସୌମ୍ୟ ପ୍ରସାଦ ନନ୍ଦ ଅତ୍ୟାଧୁନିକ ଯୁଗ ର କାରିଗରୀ ଭିତ୍ତିକ ଶିକ୍ଷା କୁ ଛାତ୍ର ଛାତ୍ରୀ ମାନେ ଗୁରୁତ୍ଵ ଦେଵା ଆଵଶ୍ୟକ ବୋଲି ମତ ରଖିଥିଲେ। ସାହିତ୍ୟିକ ଗୌତମ ଦାସ ମୁଖ୍ୟ ଆଲୋଚକ ଭାବେ, ଅନ୍ୟତମ ସମ୍ମାନିତ ଅତିଥି ଭାଵେ ଡିଏଭି ବିଦ୍ୟାଳୟ ର କ୍ରୀଡା ଶିକ୍ଷୟିତ୍ରୀ ତଥା ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଥିଵା ସୋଫିଆ ମିଞ୍ଜ ଯୋଗଦାନ କରି ଥିଲେ। ନବମ ଓ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ଚାରୋଟି କ୍ଲବ୍ ରେ ବିଭକ୍ତ କରାଯାଇ ବର୍ଷ ସାରା ଵିଵିଧ କାର୍ଯ୍ୟକ୍ରମ କରାଯାଉଥିବାରୁ ପାଠ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା। ସାହିତ୍ୟ ସୃଜନୀ, ଜିଜ୍ଞାସା, କ୍ରୀଡାଙ୍ଗନ ଓ କୋଶଳୀ ପରି ୪ ଟି କ୍ଲବ୍ ର ପିଲାମାନେ ଅଂଶ ଗ୍ରହଣ କରି ଥିଲେ ।ପିଲାମାନଙ୍କ ଦ୍ଵାରା ବିଭିନ୍ନ ପ୍ରୋଜେକ୍ଟ କୁ ବିଚାରକ ମଣ୍ଡଳୀ ମୂଲ୍ୟାଙ୍କନ କରିଥିଲେ। ଏଥିରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଶିକ୍ଷକ ଅଜୟ କୁମାର ରାଉତ ଙ୍କୁ ଓ ଏନସିସି ର ଫ୍ଲାଇଙ୍ଗ ଅଫିସର ତଥା ସେକେଣ୍ଡ ସ୍କ୍ବାଡ୍ରନ ଓଡିଶା ସରୋଜ କୁମାର ଜେନା ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବ ରେ ଛଵିରାଣୀ ପ୍ରଧାନ, ପୂଜା ସ୍ବାଇଁ,ମିନତୀ ଖମାରୀ, ନମିତା ଦନ୍ତା,ସାଗର ପରିଡା,ଭରତ ସେଠୀ, ହରିଶଙ୍କର କାମିଲା, ଅନ୍ନପୂର୍ଣ୍ଣା ସାହୁ, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ,ମମତା ସେନାପତି, ସୁଜାତା ମିଶ୍ର ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଫଳତା ପୂର୍ଵକ ସହଯୋଗ କରିଥିଲେ। ସଭାପତି ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ବିଭିନ୍ନ କ୍ଲବ୍ ର ଆଭିମୁଖ୍ୟ ଓ ଉଦ୍ଦେଶ୍ୟରେ ଵକ୍ତଵ୍ୟ ପ୍ରଦାନ କରିଥିଲେ। ଏଥିରେ ଵିଜୟ ମହନ୍ତ,ଜତିନ୍ଦ୍ର ଭୋଇ,ସୁରେଖା ନାୟକ , ସାବିତ୍ରୀ ଦେଵୀ,ଵନିତା ଦେଵୀ, ପ୍ରତିମା ଦେଵୀ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ସରୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡାଙ୍ଗନ ର ଦଶମ ଶ୍ରେଣୀ ର ଛାତ୍ରୀ ଶୁକମତୀ ସୁରିନ, ସାହିତ୍ୟ ସୃଜନୀ ର ସୁଜାତା କଛପ, କୋଶଳୀ ର ପ୍ରତିମା ଦାସ ଓ ଜିଜ୍ଞାସା କ୍ଲବ୍ ର ଛାତ୍ରୀ ଜୟନ୍ତୀ ସାହୁ ପାଇଲଟ୍ ଭାଵେ ନିଜର ମତାମତ ଉପସ୍ଥାପନ କରି ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

masiha

ବ୍ଯାସକବି ଫକୀରମୋହନଙ୍କ ଜୟନ୍ତୀ ପାଳନ କଲା ପୁରାତନ ଛାତ୍ର ପରିଷଦ

Sunil Chandra Nayak

ଜଙ୍ଗଲ ବିଭାଗ ତରଫରୁ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!