ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶୁ ମାନଙ୍କ ଜଳ କଷ୍ଟ ଦୂର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

ପଶୁ ମାନଙ୍କ ଜଳ କଷ୍ଟ ଦୂର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

କେନ୍ଦ୍ରାପଡ଼ା : ଗ୍ରୀଷ୍ମ ପ୍ରବାହ ର ସମୟ ଏବେ ବିଦ୍ୟ ମାନ। ଚଳିତ ବର୍ଷ ରେ ପ୍ରଥମ କରି ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି। ଏବେ ସୁଦ୍ଧା ଉପକୂଳବର୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ ତାପମାତ୍ରା ବଢ଼ିବାକୁ ଲାଗିଲାଣି। ଏବେ ମାର୍ଚ୍ଚ ମାସ ର ଆରମ୍ଭ ରୁ ଏପରି ଗରମ ହେଲାଣି ଅଗକୁ ଧୀରେ ଧୀରେ ବଢ଼ିବାକୁ ଲାଗିବ। ଏହି ଗ୍ରିଷ୍ମ ପ୍ରବାହ କୁ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ରେ ପ୍ରଥମ କରି ପଶୁ ମାନଙ୍କ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳପାତ୍ର ର ପ୍ରସ୍ତୁତି କରାଯାଇଛି। ଆଜି କେନ୍ଦ୍ରାପଡ଼ା ଜିଲା ର ବ୍ଲକ ରାସ୍ତା ରେ କିଛି ଜଳ ପୂର୍ଣ୍ଣ କୁଣ୍ଡ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରଖା ଯାଇଛି। ଯେଉଁ ମାନଙ୍କର କହିବାକୁ ଭାଷା ନାହିଁ ସେମାନଙ୍କ ପାଇଁ ଗ୍ରୀଷ୍ମ ଋତୁରେ ଜଳ କଷ୍ଟ ଦୂର ପାଇଁ ଆମେ ପ୍ରସ୍ତୁତ ବୋଲି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭପତି ଶ୍ରୀଯୁକ୍ତ ଦମନ ମହାନ୍ତି ମତ ଦେଇଛନ୍ତି। ଆଜି ର ଗ୍ରୀଷ୍ମ କାଳୀନ ପ୍ରାରମ୍ଭିକ ସେବା ରେ ସହଯୋଗି ବନ୍ଧୁ ମାନେ ହେଲେ ମଙ୍ଗୁଳି ମଲ୍ଲିକ, ଯୋଗେନ୍ଦ୍ର ଶର୍ମା, ଗରୁ ଚରଣ ପରିଡା, ଅଭୟ ରାଉତ୍, ବାପୁନି ପଣ୍ଡା, ଦେବ ପ୍ରସାଦ କର, ଗୋପାଳ କର, ହେମନ୍ତ କୁମାର ସେଠୀ ଓ ଗୌରାଙ୍ଗ ବେହେରା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ଓଡିଶା ମସିହା ନିୟୁଜ!

Related posts

ଅର୍ପଣ ରଥ ପରିକ୍ରମାରେ ଯୋତା ପିନ୍ଧି କୀର୍ତ୍ତନ “କୋଟି କୋଟି ଜଗନ୍ନାଥ ପ୍ରେମିଙ୍କୁ ଦେଇଛି ଆଘାତ

masiha

ପୁଣି ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ : ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ 

Sunil Chandra Nayak

୨୭୬ ତମ ବାବା ତିଲକା ମାଝୀ ଜୟନ୍ତି ପାଳ

masiha

Leave a Comment

error: Content is protected !!