ଡାବୁଗାଁ, ୨୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ମୁଖ୍ୟ ରାସ୍ତା ଅଙ୍ଗୀନଦୀ ପୋଲ ଉପରେ ଶୁକ୍ରବାର ରାତ୍ରି ୮ଘଣ୍ଟା ସମୟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ମୋଟର ସାଇକେଲ ଆରୋହି ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ଦେଶୀ ମଦ ଭାଟିରେ କାମ କରୁଥିବା ରାକେଶ ଯାଦବ (୩୮) ନାମକ ଯୁବକ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ | ସେ ରାତ୍ର ପ୍ରାୟ ୮ ଘ. ସମୟରେ ନବରଙ୍ଗପୁର ଆଡୁ ମୋଟରସାଇକଲ ଯୋଗେ ନିଜ କାର୍ଯ୍ୟ ସ୍ଥଳୀ ଡାବୁଗାଁ ଦେଶୀ ମଦ ଭାଟି କୁ ଫେରିବା ବେଳେ ରାସ୍ତା ଉପରେ ଥିବା ବାଲି ଓ ପଥର କୁ ଧକା ଦେଇ ରାସ୍ତା କଡ଼କୁ ସେ ଛିଟିକି ପଡ଼ିଥିଲେ ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ଦଦନ୍ତ କରୁଛି |
previous post
next post