ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଚ୍ଛ ଭାରତ ମିଶନ ତରଫରୁ ସର୍ଭେକ୍ଷଣ

ବାଲେଶ୍ଵର,୨୧/୭/୨୩ -ଭାରତକୁ ସ୍ୱଚ୍ଛ ସୁନ୍ଦର କରିବାକୁ ଚିନ୍ତା କରୁଥିବା ମହାତ୍ମାଗାନ୍ଧୀଙ୍କ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାସ କରୁଛନ୍ତି । ଏଥିପାଇଁ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ୨୦୨୩ ଆରମ୍ଭ କରାଯାଇଛି । ସ୍ଵଛ ଭାରତ ମିଶନ ତରଫରୁ ବାଲିଆପାଳ ବ୍ଲକ ଘଣ୍ଟୁଆ ଗ୍ରାମ ପଞ୍ଚାୟତ ଘଣ୍ଟୁଆ ଗ୍ରାମରେ ଥିବା ସ୍କୁଲ, ଅଙ୍ଗନବାଡି ଓ ଡାକ୍ତରଖାନା ସମେତ ଗ୍ରାମରେ ଘରେ ଘରେ ହୋଇଥିବା ପାଇଖାନା ଗୋଡ଼ିକ ସର୍ଭେ କରାଯାଇଥିଲା । ବର୍ଷା ଦିନରେ ପାଇଖାନା ବ୍ୟବହାରକୁ ଏସ ବି ଏମ ବିଶେଷ ଭାବରେ ଗୁରୁତ୍ୱ ଦେଉଛି । ସ୍ଵଛ ଭାରତ ସର୍ଭେକ୍ଷଣ ତରଫରୁ ଫିଲଡ ଏସୁଅସାର ସୁଦର୍ଶନ ମହାକୁଡ଼, ଘଣ୍ଟୁଆ ପଞ୍ଚାୟତ ସରପଞ୍ଚ ସୁନୀଲ କୁମାର ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରୋଧ କୁମାର ବେହେରା ,ବି ଆର ସି ସୁପ୍ରିୟା ବିଶ୍ୱାଳ, ମାଷ୍ଟର ଟ୍ରେନର ଲଷ୍ମୀଧର ପ୍ରଧାନ, ସପନ କୁମାର ବାଗ, ବଂଶୀଧର ଜେନା ପ୍ରମୁଖ ସର୍ଭେ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବର୍ଷେ ହେଲା ଅଙ୍ଗନବାଡି କର୍ମୀ ଅନୁପସ୍ଥିତି ଥିବାରୁ ଅନ୍ଧାରରେ ଛୁଆଙ୍କ ଭବିଷ୍ୟତ

masiha

ଓଡ଼ିଆମୁଣ୍ଡା ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

masiha

ଜିଲ୍ଲା ମୁଖ୍ୟାଳୟ କୁ ଦେଲେ ବ୍ଲକ୍ କୁ କପଟ କଲେ,ନବରଙ୍ଗପୁର ଧର୍ମ ଅନୁଷ୍ଠାନ କୁ ୫ଟି ଙ୍କ ଅନୁଦାନ

Sunil Chandra Nayak

Leave a Comment

error: Content is protected !!