ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୧୧/୦୬: ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ୍ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନୀଲୁ ମହାପାତ୍ର, ଉପ-ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପଲ୍ଲବୀ ପାତ୍ର, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ପୌର ପରିଷଦର ନିର୍ବାହୀ ଅଧିକାରୀ, ସହକାରୀ ଅଗ୍ନିଶମ ଅଧିକାରୀ, ନୋଡାଲ ଏନ୍‌ଜିଓ ଏବଂ ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ଓ ସମ୍ପାଦକ ପ୍ରମୂଖ ଯୋଗଦେଇ ସମ୍ଭାବ୍ୟ ବାତ୍ୟା, ବନ୍ୟା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସୁପରିଚାଳନା ଉପରେ ବିସ୍ତୃତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବାତ୍ୟା, ବନ୍ୟା ସମୟରେ ଜିଲ୍ଲାଠାରୁ ଆରମ୍ଭ କରି ଗ୍ରାମପଂଚାୟତସ୍ତର ପର୍ଯ୍ୟନ୍ତ ଗଠନ କରାଯାଇଥିବା କମିଟି ସଦସ୍ୟମାନଙ୍କ ସହଯୋଗ ଓ ସହଭାଗିତା ଯୋଗୁଁ ଶୂନ୍ୟ ମୃତ୍ୟୁହାର ପାଇଁ ଆମେ ରାଜ୍ୟରେ ସୁନାମ ଅର୍ଜନ କରିଥିଲେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ମକ୍‌ଡ୍ରିଲ୍ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ୧୨୩ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର ଆବଶ୍ୟକତା ଅନୁସାରେ ଥିବା ଜେନେରେଟର୍‌, ଆସ୍କାଲାଇଟ୍‌, ଗଛକଟା ମେସିନ୍ ଆଦିକୁ ସ୍ୱେଚ୍ଛାକୃତଭାବେ କାର୍ଯ୍ୟକ୍ଷମ ରଖିବା ଓ ଆବଶ୍ୟକ ମରାମତି ପାଇଁ ବିଡିଓମାନଙ୍କ ସହାୟତା ନେବାକୁ ବାତ୍ୟା ଆଶ୍ରୟସ୍ଥଳୀ କମିଟି ସଦସ୍ୟ, ସଭାପତି, ସଂପାଦକ ତଥା ସ୍ଥାନୀୟ ସରପଂଚମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୧୮ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଏବଂ ଜୁନ୍ ୧୯ ତାରିଖରେ ସମସ୍ତ ବ୍ଲକ୍ ସଦର ମହକୁମା ଓ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ କରାଯିବ । ୧୯ ତାରିଖ ମକ୍‌ଡ୍ରିଲ୍‌ରେ ସ୍ଥାନୀୟ ସରପଂଚ, ଜନ ପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ଆଶା, ଅଙ୍ଗନୱାଡ଼ି କର୍ମୀ, ପ୍ରଶିକ୍ଷଣ ନେଇଥିବା ଆପତମିତ୍ରମାନେ ଯେପରି ଭାଗ ନେବେ ସେଥିପାଇଁ ସମସ୍ତ ବିଡିଓମାନେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟର ପୂର୍ବବର୍ତୀ ଓ ପରବର୍ତୀ ସମୟରେ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଜନ ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ୍ ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପସ୍ଥିତ ସଦସ୍ୟମାନଙ୍କୁ କେନ୍ଦ୍ରାପଡ଼ାର ପୂର୍ବ ସମ୍ମାନ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ପାୱାର ପଏଂଟ୍ ମାଧ୍ୟମରେ ଜରୁରୀକାଳୀନ ବିଭାଗର ଡିପିଓ ମକ୍‌ଡ୍ରିଲ୍‌ର ଆବଶ୍ୟକତା ଓ ତାର କାର୍ଯ୍ୟକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଉପସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀର ସଦସ୍ୟମାନେ ମକ୍‌ଡ୍ରିଲ୍‌ରେ ଭାଗ ନେବାକୁ ବୈଠକକୁ ଅବଗତ କରାଇଥିଲେ । ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଭାଗୀୟ କର୍ମଚାରୀମାନେ ପ୍ରସ୍ତୁତି ବୈଠକ ଆୟୋଜନରେ ସହାୟତା ପ୍ରଦାନ କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

masiha

ରାଇରଙ୍ଗପୁରଠାରେ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

masiha

ସରକାରୀ ଉଚ୍ଚ ବିଦ୍ୟାଳୟ,ଆର୍ ଇ ସି କ୍ୟାମ୍ପସ ରେ ଆଲୋଚନା ଆସର

masiha

Leave a Comment

error: Content is protected !!