ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଚଆଇଭି (ଏଡ୍ସ) ସଚେତନତା ପଦଯାତ୍ରା ପାଳିତ 

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଚଆଇଭି (ଏଡ୍ସ) ସଚେତନତା ପଦଯାତ୍ରା ପାଳିତ 

ରାଉରକେଲା/ ସେକ୍ଟର -୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରାଉରକେଲା ଦ୍ଵାରା(ନୂଆ _ ଓ) ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ଦ୍ଵାରା  ଆୟୋଜିତ ସାମାଜିକ ସଚେତନତା କାର୍ଯ୍ୟକ୍ରମ ତରଫରୁ ଏଚ୍ଆଇଭି (ଏଡ଼ସ) ସମ୍ପର୍କରେ  ଅନୁଷ୍ଠିତ ହୋଇଯାଇଛି। ଏହି  ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ  ଛାତ୍ର ଦଳପତି ଜଗନ୍ ମହାନ୍ତି ,ସଚିନ ଓରାମ,ମନୁ ରାୟ,ତୃପ୍ତିଲତା ଶତପଥୀ, ମନମୋହନ ଦାସ ଗିରିଜା ଶଙ୍କର ସ୍ୱାଇଁଙ୍କ ନେତୃତ୍ୱରେ ଦୁଇ ଶହରୁ ଅଧିକ ଛାତ୍ର ଛାତ୍ରୀ ସାମିଲ ହୋଇ  ସେକ୍ଟର -୩  କଲେଜ ପରିସରରୁ ବିରାଟ ଛାତ୍ର ପଟୁଆର ବାହାରି ସେକ୍ଟର – ୪ ବସ୍ତି ରାସ୍ତା ଦେଇ ଜଗନ୍ନାଥ ମନ୍ଦିର ସରଣୀ ଦେଇ ପୁନର୍ବାର ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରି ପ୍ରକୋଷ୍ଠ ସଂଖ୍ୟା ୨୨ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଭା ଆୟୋଜନ କରା ଯାଇଥିଲା। ତତ୍ପରେ ଏକ ଏଡ୍ସ ସଚେତନତା ସମ୍ପର୍କିତ ଏକ ସିନେମା ପ୍ରଦର୍ଶିତ ହୋଇଥିଲା। ମହାବିଦ୍ୟାଳୟର ନୋଡାଲ ଅଫିସର ଅଧ୍ୟାପିକା ତପସ୍ଵିନୀ ମିଶ୍ର ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୋଡାଲ ଅଫିସର ରଶ୍ମିରଞ୍ଜନ ରାଉତଙ୍କ ନିର୍ଦ୍ଦେଶନାରେ ଏଇ ଏଡ଼ସ ନିରାକରଣ ଅଭିଯାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଯୋଜନା ଅଧିକାରୀ ଡଃ ରବୀନ୍ଦ୍ର କୁମାର ଜେନା ଓ ସହଯୋଗୀ ଅଧିକାର ଅଧ୍ୟାପିକା ବନ୍ଦନା ସୋରେଙ୍ଗ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  କାର୍ଯ୍ୟକାରୀ ଅଧିକାରୀ ବନବିହାରୀ କିଷାନ,ଓ ବୈଜୟନ୍ତୀ ବାରିକଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ଏହି ଏଡ଼ସ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଭାରତୀ ବରୱା ,ରଶ୍ମିପ୍ରଭା ମାଥାନ ଓ ପ୍ରାଧ୍ୟାପକ ଭାବରେ ମନୋଜ କୁମାର ଦଳେଇ, ରଣଜିତ ପ୍ରଧାନ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ,ଅନୁପ ଏକ୍କା,ଅଜିତ ବେକ୍, ତରଣୀ ନାୟକ,ଅନିଲ କୁମାର ରାମ, ବିକ୍ରମ ସାହୁ,ରାଜକୁମାର ସାହୁ ମୌସୁମୀ ଦାସ, ଅନାମିକା କୁଲ୍ଲୁ ପଦଯାତ୍ରା ରେ ସାମିଲ ହୋଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ମହୋତ୍ସବ ୨୦୨୫ ପାଇଁ ଶୁଭସ୍ତମ୍ଭ ସ୍ଥାପନ

masiha

ମାଁ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

masiha

ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶ ରେ ଆସି ଲକ୍ଷ୍ମଣ ଗଉଡଙ୍କ ମୃତ୍ୟୁ କୁ ନେଇ ମାନବାଧିକାର କମିଶନଙ୍କ ନୋଟିସ ଜାରି

Sunil Chandra Nayak

Leave a Comment

error: Content is protected !!