ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ବାବୁଙ୍କୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ବିଜୁ ବାବୁଙ୍କୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ରାଉରକେଲା: ମହାନ ଜନନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ମଞ୍ଚ ପକ୍ଷରୁ ସ୍ଥାନୀୟ ସେକ୍ଟର ୨ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମଞ୍ଚର ସଦସ୍ୟ ମାନେ ମାଲ୍ୟାର୍ପଣ କରିବା ସହ ବିଜୁ ବାବୁ ଅମର ରହେ ବୋଲି ଧ୍ବନି ଦେଇଥିଲେ। ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଙ୍କ ନେତୃତ୍ବରେ ତଥା ସାଧାରଣ ସମ୍ପାଦକ ପି ପି ରାୟ ଙ୍କ ଆବାହକତ୍ଵରେ ଉପେନ୍ଦ୍ର କୁମାର ନାୟକ, ଜଟାଧାରୀ ମାଝୀ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ସୁବ୍ରତ କୁମାର ମଲ୍ଲିକ, ହାଡିବନ୍ଧୁ ମହାପାତ୍ର,ଭୀମ ସାହୁ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ବିଜୁ ବାବୁ ଜଣେ ସାହାସୀ, ଜାତୀୟତାବାଦୀ, ବିପ୍ଳବୀ ନେତା , ଜଣେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଜନନାୟକ,ଉତ୍ସାହୀ ଶିଳ୍ପପତି, ପ୍ରବାଦ ପୁରୁଷ, କଳିଙ୍ଗ ବୀର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ଉଲ୍ଲେଖ କରିବା ସହ ନିଜର ଅଦ୍ୟମ ଦେଶପ୍ରେମ ପାଇଁ ସେ ସାରା ଓଡ଼ିଶାବାସୀଙ୍କ ସହିତ ସାରା ଭାରତବର୍ଷର ଲୋକଙ୍କ ହୃଦୟରେ ସ୍ଥାନ ପାଇ ପାରିଛନ୍ତି ବୋଲି କହିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାର ବାଇକ ମୁହାଁମୁହିଁ ହୋଇ 2 ଗୁରୁତର 

Sunil Chandra Nayak

ଜଙ୍ଗଲ, ଜନ୍ତୁ ଓ ଜନତାଙ୍କୁ ପ୍ରାଥମିକତା ଦିଆଯିବ  ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ପାଳିତ

masiha

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ

Leave a Comment

error: Content is protected !!