ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଝୀଗୁଡାରେ ନୂଆଁଖାଇ ଭେଟ, ଲୋକକଳାରେ ଦୁଲୁକିଲା ମଞ୍ଚ

ମାଝୀଗୁଡାରେ ନୂଆଁଖାଇ ଭେଟ, ଲୋକକଳାରେ ଦୁଲୁକିଲା ମଞ୍ଚ

କୋକସରା,୧୧/୧୦ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା।ପଞ୍ଚାୟତ ମାଝୀଗୁଡା ଠାରେ ଶ୍ରୀ ବର୍ଶାଲ ମାଝୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନୂଆଁଖାଇ ଭେଟ କାର୍ଯ୍ୟକ୍ରମର ସଭାପତି ଭୁଜରାଜ ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ନିଜ ଗାଁରେ ନୂଆଁଖାଇ ପାଳନ କରିବାର ଅନୁଭୂତି ନିଆଁରା । ଗାଁର ମାଟି ପାଣି ପବନ ସହ ଆମେ ଜଡିତ, ଏଣୁ ମାଟିର ମହକର ପର୍ଵ ନୂଆଁଖାଇ ଭାଇଚାରାକୁ ଉଜ୍ଜୀବିତ କରୁ ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପାନାବେଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ଵାରିକା ନାଥ ବାଗ, ପଞ୍ଚକ ପୋଢ଼, ଧବଳେଶ୍ବର ନାଗ, ଧନସିଂ ବାଗ, ଦୁର୍ଗା ନାଏକ ଘନଶ୍ୟାମ ନାଏକ, ଗ୍ରାମ୍ୟ ପୁଜକ ନୀଳ ପୁଝାରି ମଞ୍ଚରେ ଉପସ୍ଥିତ ରହି ନୂଆଁଖାଇ ହେଉଛି ଅର୍ଣ୍ଣଦାତାଙ୍କ ପାଇଁ ସମର୍ପଣର ପର୍ଵ, ଆମ ଭିତରେ ସବୁଦିନ ଭାଇଚାରା ଏମିତି ରହିଥାଉ ବୋଳି କହିଥିଲେ। ପରେ ମାଝୀଗୁଡାର ପରମ୍ପରା ସହ ଜଡିତ ବନାବାଡି, ବିରବାଦ୍ୟ ଘୁମୁରା କଳାକାର ମାନେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମର ଆବାହକ ଚୈତନ୍ୟ ପାଣିଗ୍ରାହୀ, ମୁକ୍ତେଶ୍ଵର ପୁଞ୍ଜି, ମାନିରାମ ପୋଢ଼, ରମେଶ ଚନ୍ଦ୍ର ଦୁର୍ଗା, ଚତୁର ବାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଦୃଷ୍ଟିବାଧିତ ମଙ୍ଗୁଳିଙ୍କୁ ତାଙ୍କର ଦାନ ଵୀର କାର୍ଯ୍ୟ ନେଇ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଧନା 

masiha

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୧୩୯ ତମ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!