ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ପାଳିତ

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ପାଳିତ

କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଏନ୍‌ ଏସ୍‌ ଏସ୍‌ ପ୍ରଭାଗ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ୍‌ ପ୍ରଫେସର ସଂଜୟ କୁମାର ଶତପଥୀ ଉକ୍ତ କଳସ ଯାତ୍ରାକୁ ସହିଦ୍ ବୀର ପୁତ୍ରମାନଙ୍କୁ ସମ୍ମାନ ଜଣାଇ ବୀର ମାଟି ସଂଗ୍ରହ କରିବା ଲାଗି ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଏନ୍‌ ଏସ୍‌ ଏସ୍‌ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ଅନ୍ୟତମ ଏନ୍‌ ଏସ୍‌ ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଜୟନ୍ତ ଦନସନା ଓ ମିସ୍ ରୋଜମେରୀ ରସ୍ମିତା ଏକ୍କା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଏନ୍ ଏସ୍ ଏସ୍ ସ୍ୱେଚ୍ଛା ସେବୀ ମାନେ ବିଶ୍ୱବିଦ୍ୟାଳୟ ପରିସରରୁ ମାଟି ସଂଗ୍ରହ କରି ଭବାନୀପାଟଣା ସହର ପରିକ୍ରମା କରିବା ସହିତ ବୀର ମାଟି ସଂଗ୍ରହ କରିଥିଲେ । ଉକ୍ତ ସଂଗ୍ରହିତ ଅମୃତ କଳସ ବିଶ୍ୱବିଦ୍ୟାଳୟ ତରଫରୁ ଭାରତ ସରକାରଙ୍କ ଜାତୀୟ ସ୍ତରୀୟ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରେରିତ କରାଯିବ । ଏହି ଅବସରରେ ଏନ୍‌ ଏସ୍‌ ଏସ୍‌ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଅଗ୍ରଣୀ ଭୂମିକା ଲିଭାଇଥିବା ସ୍ୱେଚ୍ଛାସେବୀ ମାନେ ଯଥା ଦୀପକ ବେହେରା, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ପ୍ରତ୍ୟୁଷ ବାଣୁଆ, ଯୁବେଦା ଖତୁନ୍, ଅଭିଷେକ ନନ୍ଦ, ସରୋଜ ନିଆଲ, ଗୀତାଞ୍ଜଳି ଦଣ୍ଡସେନା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ଉତ୍ସାହର ସହିତ ପାଳନ କରିଥିଲେ । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ସିଆରପିଫ ୨୧୬ ବାଟାଲିୟନ ଯବାନ ମାନଙ୍କ ଦ୍ୱାରା ସିଭିକ ଆକ୍ସନ କାର୍ଯ୍ୟକ୍ରମ 

Sunil Chandra Nayak

ରାୟଗଡ ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳିତ ।  “ସମାଜର ସବୁଠାରୁ ଅବହେଳିତ ଓ ଦୁର୍ବଳତମ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଓଠରେ ହସ ଫୁଟାଇବା ଆରମ୍ଭ କରିଛି ଲୋକଙ୍କ ସରକାର -ମାନ୍ୟବର ମନ୍ତ୍ରୀ

Sunil Chandra Nayak

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

Leave a Comment

error: Content is protected !!