ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ 

ମ ,ରାମପୁର,୧୩/୭( ମସିହା): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସଦ ଯୁଗଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସଂସଦ ଗୃହରେ ଅନୁଷ୍ଠିତ ହୋଇଥିଲା l ସମ୍ପାଦକ ହେମନ୍ତ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହିତ ଭୀମ ଭୋଇ ଜୟନ୍ତୀ ର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଏହା ପରେ ଆଗାମୀ ଅଗଷ୍ଟ ମାସ ତିରିଶ ତାରିଖ ଦିନ ହେବାକୁ ଥିବା ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ସଭ୍ୟ ମାନଙ୍କ ମଧ୍ୟ ରେ ଆଲୋଚନା ହେଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁରେନ୍ଦ୍ର ମହାଖୁଡ, ବରିଷ୍ଠ ସଦସ୍ୟ ସଂକୀର୍ତ୍ତନ ଘିଭେଲା, ଉଦୟ ନାଏକ , ହୃଦାନନ୍ଦ ସାହୁ, ପରମାନନ୍ଦ ବିଶି, ନାରାୟଣ ମହାଲିକ,ରାକେଶ ଶତପଥୀ, ମାନସ ରଞ୍ଜନ ପ୍ରହରାଜ,ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ତେଲେଙ୍ଗାନା ଇଟା ଭାଟିରେ ବନ୍ଧା ପଡିଛନ୍ତି ୪୦ ଦାଦନ ଶ୍ରମିକ 

Sunil Chandra Nayak

ବିଦ୍ୟାଳୟ ଶ୍ରେଣୀ ଗୃହ ଛାତରୁ ଝରୁଛି ବର୍ଷା ପାଣି ,ଶ୍ରେଣୀ ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ

Sunil Chandra Nayak

ଆଟିଗାଁ ଆମ୍ବେଦକର ନଗର ଠାରେ ୧୩୪ତମ ଡଃ ଆମ୍ବେଦକର ଙ୍କ ବିଶାଳ ଶୋଭାଯାତ୍ରା ଓ ଜୟନ୍ତି ସମାରୋହ

masiha

Leave a Comment

error: Content is protected !!