ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ 

ମ ,ରାମପୁର,୧୩/୭( ମସିହା): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସଦ ଯୁଗଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସଂସଦ ଗୃହରେ ଅନୁଷ୍ଠିତ ହୋଇଥିଲା l ସମ୍ପାଦକ ହେମନ୍ତ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହିତ ଭୀମ ଭୋଇ ଜୟନ୍ତୀ ର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଏହା ପରେ ଆଗାମୀ ଅଗଷ୍ଟ ମାସ ତିରିଶ ତାରିଖ ଦିନ ହେବାକୁ ଥିବା ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ସଭ୍ୟ ମାନଙ୍କ ମଧ୍ୟ ରେ ଆଲୋଚନା ହେଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁରେନ୍ଦ୍ର ମହାଖୁଡ, ବରିଷ୍ଠ ସଦସ୍ୟ ସଂକୀର୍ତ୍ତନ ଘିଭେଲା, ଉଦୟ ନାଏକ , ହୃଦାନନ୍ଦ ସାହୁ, ପରମାନନ୍ଦ ବିଶି, ନାରାୟଣ ମହାଲିକ,ରାକେଶ ଶତପଥୀ, ମାନସ ରଞ୍ଜନ ପ୍ରହରାଜ,ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ – ୨୦୨୫ ପଥ ଉତ୍ସବ ଅନୁଷ୍ଠିତ

masiha

ଉତ୍କଳ ଆଲୁମିନାରେ ବିଶ୍ଵ ଏଡ୍‌ସ୍ ଦିବସ ପାଳିତ

masiha

କାର୍ଯ୍ୟକ୍ଷମ ହେଲା ଆରଜିଏଚ ପରିସରରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ 

Sunil Chandra Nayak

Leave a Comment

error: Content is protected !!