ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୋଚନୀୟ ଅବସ୍ଥାରେ ଖଇରା ଦମକଳ ଅଫିସ୍ ରାସ୍ତା, କେବେ ପଡିବ ପ୍ରଶାସନର ଦୃଷ୍ଟି

ବାଲେଶ୍ଵର,୧୩/୭/୨୩- ପ୍ରତ୍ୟେକ କ୍ଷେତ୍ରରେ ଦମକଳ ଗାଡ଼ି ହୋଇଥାଏ ଲୋଡା । ଏପରିକି ଝୁଣ୍ଟି ପଡିଲେ ଦମକଳ, ରାସ୍ତାରେ ଦୁର୍ଘଟଣା ହେଲେ ଦମକଳ, ରାସ୍ତାରେ ଗଛ ପଡିଲେ ଦମକଳ, କେଉଁଠି କେଉଁଠି ଷଣ୍ଢ ପଡିଲେ ଦମକଳ, ଜୀବନ ମରଣ ସମସ୍ୟା ଓ ଘରପୋଡି ଇତ୍ୟାଦି କ୍ଷେତ୍ରରେ ଦମକଳ । ସାମାନ୍ୟ କିଛି ହେଲେ ଦମକଳକୁ ଫୋନ୍ କରନ୍ତି ସାଧାରଣ ଜନତା । ହେଲେ ଦମକଳ ରାସ୍ତା ପ୍ରତି ପଡୁନାହିଁ କାହାରି ନଜର । ସଠିକ୍ ସମୟରେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ପାରୁନାହିଁ ଦମକଳ ଗାଡି ।

   ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଦମକଳ କେନ୍ଦ୍ର ରାସ୍ତା କ୍ଷେତ୍ରରେ । ବିପଦ ସମୟରେ ସହାୟ ହେଉଥିବା ଦମକଳ ଗାଡିଟି ଠିକଣା ସମୟରେ ପହଞ୍ଚି ପାରୁନାହିଁ ଦୁର୍ଘଟଣା ସ୍ଥଳରେ । ଯାହା ଫଳରେ ଅଗ୍ନିଶମ ସେବା କର୍ମଚାରୀ ମାନେ ସ୍ଥାନେ ସ୍ଥାନେ ଜନସାଧାରଣଙ୍କ ରୋଷର ସ୍ବୀକାର ହେଉଛନ୍ତି । ଦୀର୍ଘଦିନ ହେବ ରାସ୍ତାଟି ଶୋଚନୀୟ ହୋଇପଡିଛି, ଅଭିଯୋଗ ପରେ ଅଭିଯୋଗ ମଧ୍ୟ ଜାରି ରହିଛି, ହେଲେ ଜନସାଧାରଣଙ୍କ କଥିତ ଅନୁସାରେ ଖଇରା- ସିମୁଳିଆ ବ୍ଲକର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କର ଦୃଷ୍ଟି ନ ପଡିବା ବଡ଼ ଦୁଃଖ ଓ ପରିତାପର ବିଷୟ । କୋଚିଆକୋଇଲି କଲ୍ୟାଣ ମଣ୍ଡପ ଠାରୁ ଦମକଳ ଅଫିସ୍ ପର୍ଯ୍ୟନ୍ତ ଶୋଚନୀୟ ରାସ୍ତାଟି ବିପଦ ସମୟରେ ବାହାରୁ ଥିବା ଦମକଳ ଗାଡି ପଥଚାରୀ ମାନଙ୍କ ପାଇଁ ବିପଦର କାରଣ ସାଜିଥାଏ । ମୁଖ୍ୟମନ୍ତ୍ରୀଙ୍କ ଗାଁ କୁ କାମ ମା’ କୁ ସମ୍ମାନ ଏଠାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି କେଵଳ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପାଇଁ, କହିଲେ ଅତ୍ୟୁକ୍ତି ହେବନାହିଁ ଵୋଧହୁଏ । ଉକ୍ତ ରାସ୍ତା ପ୍ରତି ଵିଧାୟକ ଅଣଦେଖା ସହଜରେ ଗ୍ରହଣ କରିପାରୁ ନାହାନ୍ତି ସମ୍ପୃକ୍ତ ଅଞ୍ଚଳବାସୀ । ତୁରନ୍ତ ଉକ୍ତ ରାସ୍ତାର ମରାମତି ଓ ସମ୍ପ୍ରସାରଣ ପାଇଁ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବିଧାୟକ ଓ ରାଜନୈତିକ ନେତାଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନର କନଫରେନ୍ସ ୨୦୨୩ (ଜ୍ଞାନସେତୁ) ଆସନ୍ତା ୨୬ ଓ ୨୭ରେ

Sunil Chandra Nayak

ଅନୁଷ୍ଠିତ ହେଲା ପୂଜ୍ଯପୂଜା ସଂସଦର ସମ୍ବର୍ଦ୍ଧନା ସଭା

masiha

ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର  ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର 

Sunil Chandra Nayak

Leave a Comment

error: Content is protected !!