ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନାଚକ୍ର

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନାଚକ୍ର

ଭବାନୀପାଟଣା:ରାଜ୍ୟସରକାର ଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ପହିଲାରୁ ଜିଲା ପ୍ରଶାସନ ପକ୍ଷରୁ ଓଡିଆ ପକ୍ଷ ପାଳନ କରାଯାଉଛି।ଆଜି ସ୍ଥାନୀୟ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ରେ ବନ୍ଧନୀୟ ବରପୁତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ସମ୍ମାନିତ ଅତିଥି ଭାବେ ପୂର୍ବତନ ଭାରପ୍ରାପ୍ତ ଭି.ସି. ଡଃ ନିବେଦିତା ନାଥ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଡେପୁଟି ରେଜିଷ୍ଟର ଜୟଦେବ ସାହୁ, ଯୋଗଦେଇ କାର୍ଯ୍ୟକ୍ରମକୁ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ଲେଖକ ଉମାଶଙ୍କର କର, ଡଃ ଉମେଶ ଚନ୍ଦ୍ର ଶତପଥି, ସୁଦର୍ଶନ ଦାସ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ମିଶ୍ର, ଦିଲେଶ୍ଵର ରଣା,ଅବିନାଶ ମୁଣ୍ଡ ପ୍ରମୁଖ ଯୋଗଦେଇ ଓଡିଶା ର ବରପୁତ୍ର ମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କବି କବୟତ୍ରୀ ମାନଙ୍କ ଦ୍ଵାର କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ଅଧ୍ୟାପକ ଡ଼ୋଲାମଣୀ ଧାରୁଆ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡ଼ୁମାଡଙ୍ଗର ଦଳ ହେଲା ସୋବାନା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଚମ୍ଫିଆନ 

masiha

ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

Sunil Chandra Nayak

ଏକତ୍ର ରାଉରକେଲା ର ସଦସ୍ୟ ସମାରୋହ ଓ ସ୍ବତନ୍ତ୍ର ଅଧିବେଶନ

masiha

Leave a Comment

error: Content is protected !!