ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂର ସଂଗୀତ କଳା କେନ୍ଦ୍ର ର ବାର୍ଷିକ ପରିକ୍ଷା

ସୂର ସଂଗୀତ କଳା କେନ୍ଦ୍ର ର ବାର୍ଷିକ ପରିକ୍ଷା 

 ରାଇରଙ୍ଗପୁର – ୧୨୵୪ —  ଆଜି ମୟୂରଭଞ୍ଜ ଜିଲ୍ଲା ର ଅଗ୍ରଣୀ କଳା ଶିକ୍ଷା ଅନୁଷ୍ଠାନ ସୂର ସଂଗୀତ କଳା କେନ୍ଦ୍ର ର ବାର୍ଷିକ ପରିକ୍ଷା ସଂଗୀତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କଳା କେନ୍ଦ୍ର ରେ ତାଲିମପ୍ରାପ୍ତ ପ୍ରଶିକ୍ଷଣ ଶିକ୍ଷକ ମାନଙ୍କ ଦ୍ବାରା ଭାରତୀୟ ଶାସ୍ତ୍ରୀୟ ସଂଗୀତ , ଓଡିଶୀ ସଂଗୀତ, ଓଡିଶୀ ନୃତ୍ଯ, ହିନ୍ଦୁସ୍ଥାନ ତବଲା ଏବଂ ଯନ୍ତ୍ର ବାଦ୍ଯର ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଆସୁଛି। ଏହା ବ୍ୟତୀତ ଉଚ୍ଚାଙ୍ଗ ଘାରାନା ହିନ୍ଦୁସ୍ଥାନୀ ସଂଗୀତ ଉପରେ ଶିକ୍ଷାଦାନ କରାଯାଇଥାଏ । ତେବେ ଚଳିତବର୍ଷ ରାଇରଙ୍ଗପୁର ବ୍ଯତୀତ ବହଳଦା ଓ ବଲାଣୀ କଳା କେନ୍ଦ୍ର ର ମୋଟ ୧୫୭ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଭାଗ ରେ ଦୁଇ ଦିନ ଧରି ପରିକ୍ଷା ଦେଇଥିଲେ । ଏହି ସଂଗୀତ ପରିକ୍ଷା ସୂର ସଂଗୀତ କଳା କେନ୍ଦ୍ର ପ୍ରତିଷ୍ଠାତା ତଥା ସଂଗୀତ ଗୁର ଉଜ୍ଜ୍ଵଳ କୁମାର ବସା ଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ହୋଇଥିଲା । ପରିକ୍ଷକ ଭାବେ ହରିହର ସଂଗୀତ ମହାବିଦ୍ୟାଳୟ ଖଳିପଦା ଧାମନଗର ର ସଂଗୀତ ଗୁରୁ ହେମନ୍ତ ପୃଷ୍ଟି ଙ୍କ ଦ୍ବାରା ସଂଗୀତର ପ୍ରାକ୍ଟିକାଲ ପରିକ୍ଷା ଗ୍ରହଣ କରିଥିଲେ । ତବଲା ବାଦନ ସଙ୍ଗତରେ ଗୁରୁ ବିରଜା ବେହେରା, କାହ୍ନୁ ନାଏକ ଓ ଧ୍ରୁବଚରଣ ପାତ୍ର ପ୍ରମୁଖ ତବଲା ସଂଗତ ରେ ସାହାଯ୍ଯ କରିଥିଲେ । ପରିକ୍ଷା କେନ୍ଦ୍ର କୁ ପରିଚାଳନା କରିଥିଲେ ନୃତ୍ଯ ଗୁରୁ ମେଘନାଦ ସାହା ସଂଗୀତ ଗୁରୁ ନଗେନ୍ଦ୍ର ସି ଓ ସଂଗୀତ ବସା ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଗରିମା ପରିବାରର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା 

ବୁଲା ଗାଈଗୋରୁଙ୍କୁ ରିଫାକ୍ଟିଭ ରେଡିୟମ୍ ବେଲଟ୍ ପିନ୍ଧାଯିବାର କାର୍ଯ୍ୟକ୍ରମ ରାଉରକେଲାରେ ଶୁଭାରମ୍ଭ

Sunil Chandra Nayak

ଜଳେଶ୍ଵର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ 

Leave a Comment

error: Content is protected !!