ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗଞ୍ଜାମ ପଶ୍ଚିମ ଜିଲ୍ଲା କଂଗ୍ରେସ କମିଟି ଗଠିତ, ସୁନାରାମ ସାବତ ଉପସଭାପତି ଓ ବିକ୍ରମ ପଣ୍ଡା ସାଧାରଣ ସମ୍ପାଦକ

ଗଞ୍ଜାମ ପଶ୍ଚିମ ଜିଲ୍ଲା କଂଗ୍ରେସ କମିଟି ଗଠିତ,

ସୁନାରାମ ସାବତ ଉପସଭାପତି ଓ ବିକ୍ରମ ପଣ୍ଡା ସାଧାରଣ ସମ୍ପାଦକ

ହିଞ୍ଜିଳିକାଟୁ ୧୨/୦୪/୨୬ ;ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳର ସଂଗଠନ ସୃଦୁଢ଼ ଓ ମଜବୁତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ଦଣ୍ଡପାଣି ପାତ୍ରଙ୍କ ନେତୃତ୍ୱରେ ଅଭିଜ୍ଞ ପୁରାତନ ବରିଷ୍ଠ ନେତା ମାନଙ୍କୁ ନେଇ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ଗଠନ ହୋଇଯାଇଛି । ଏହି କଂଗ୍ରେସ କମିଟିରେ ବରିଷ୍ଠ କଂଗ୍ରେସ ନେତୃତ୍ବଙ୍କ ନାମକୁ OPCC ର ସଭାପତି ନିମ୍ନଲିଖିତ ତାଲିକାକୁ ଅନୁମୋଦନ କରିଛନ୍ତି । ଡିସିସି, ଗଞ୍ଜାମ (ପଶ୍ଚିମ) ପାଇଁ ୪ଜଣ ଉପସଭାପତି ପଦାଧିକାରୀ , ୧୦ ଜଣ ସାଧାରଣ ସମ୍ପାଦକ ଓ ୮ଜଣ ବ୍ଳକ ସଭାପତି ଓ ୫ଜଣ ନଗର ସଭାପତିଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ନାମ କୁ ସମୀର କୁମାର ରାଉତରାୟ ପ୍ରଶାସକ, OPCC ମୋହର ମାରିଛନ୍ତି ।ଏହି ପଦଧିକାରୀ ତାଲିକା ମଧ୍ୟରେ ହିଞ୍ଜିଳିକାଟୁ ଅଞ୍ଚଳର ଦୁଇଜଣଙ୍କ ନାମ ରହିଛି । ହିଞ୍ଜିଳି କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ସୁନାରାମ ସାବତ ଉପସଭାପତି ଓ ବିକ୍ରମ ପଣ୍ଡା ସାଧାରଣ ସମ୍ପାଦକ ଭାବେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିରେ ସ୍ଥାନ ପାଇଛନ୍ତି। ହିଞ୍ଜିଳିକାଟୁ ଅଞ୍ଚଳରେ ଥିବା ସମସ୍ତ କଂଗ୍ରେସ କର୍ମୀ ଙ୍କ ଉତ୍ସାହିତ ବେଳେ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ସଂଗଠନ ସୃଦୁଢ଼ ହୋଇପାରିବ ନେଇ ଅନେକ ପୁରୁଣା କଂଗ୍ରେସ ନେତା ଓ କର୍ମୀ ମତ ପ୍ରକାଶ ପାଇଛି ।ସେହିଭଳି ହିଞ୍ଜିଳିକାଟୁ ଅଞ୍ଚଳର ପୂର୍ବତନ ନଗର କଂଗ୍ରେସ ସଭାପତି ରଂଜିତ କୁମାର ପୋଲାଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

 

Related posts

କିସିଣ୍ଡା ରେ ବିଶାଳ ଆଦିବାସୀ ସମାବେଶ 

masiha

ସମ୍ବଲପୁର ଆକ୍ରମଣ ଘଟଣା କୋକସରା ଠାରେ ପ୍ରତିବାଦ, ବିଡ଼ିଓଙ୍କୁ ଦାବିପତ୍ର

Sunil Chandra Nayak

ବିଜେଡି ଅକ୍ତିଆର ରେ ନୂଆପଡ଼ା ର ଦୁଇ ଗୋଟି ବିଧାନସଭା 

masiha

Leave a Comment

error: Content is protected !!