ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଡୋର ଭାଣ୍ଡାରି ରିସଟ ଠାରେ ସର୍ବଭାରତୀୟ ସ୍ତରୀୟ ଆବାକସ ପ୍ରତିଯୋଗିତା: ଯୋଗଦେଲେ କଳାହାଣ୍ଡିର ୨୨ ଛାତ୍ରଛାତ୍ରୀ  

ଇଣ୍ଡୋର ଭାଣ୍ଡାରି ରିସଟ ଠାରେ ସର୍ବଭାରତୀୟ ସ୍ତରୀୟ ଆବାକସ ପ୍ରତିଯୋଗିତା: ଯୋଗଦେଲେ କଳାହାଣ୍ଡିର ୨୨ ଛାତ୍ରଛାତ୍ରୀ  

ଭବାନୀ ପାଟଣା//ମଧ୍ୟପ୍ରଦେଶ ଇଣ୍ଡୋର ଭାଣ୍ଡାରି ଫ୍ରାମ୍ ଆଣ୍ଡା ରିସର୍ଟ ଠାରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ତେଜ୍ ଦୀମାଗ ଯାହା ଏକ ଶୈଖିକ କ୍ଷେତ୍ରରେ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭା କ୍ଷେତ୍ରରେ ନବ ପରିବର୍ତ୍ତନର ସୂତ୍ରପାତ କରି ଅଦ୍ଭୂତପୂର୍ବକ ରୂପାନ୍ତରଣ ପ୍ରକ୍ରିୟା ଆଣିପାରିଛି। ଏବଂ ସର୍ବଭାରତୀୟ ସ୍ତରରେ ପ୍ରଶଂସାର ପାତ୍ର ସାଜିପାରିଛି। ତେବେ ଏହାକୁ ନେଇ ମାଷ୍ଟର ମାଇଣ୍ଡ ଆବାକସ ତରଫରୁ ସର୍ବଭାରତୀୟ ସ୍ତରୀୟ ଆବାକସ ଚାମ୍ପିୟନସିପ ପ୍ରତିଯୋଗିତାରେ ଭାରତର ୧୬ଟି ରାଜ୍ୟରୁ ୨୬ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରଶ୍ମି ଲର୍ନିଙ୍ଗ୍ ସେଣ୍ଟର ଆବାକସର ୨୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୮ଜଣ କୃତିତ୍ୱ ଅର୍ଜନ କରିଛନ୍ତି। କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ ସ୍ତରରେ କ୍ରିତିରାଣୀ ମୁର୍ମୁ ପ୍ରଥମ ରନର୍ସ ଅପ୍ ହାସଲ କରିଥିବା ବେଳେ ଶ୍ରିୟାସ ସ୍ୱରୂପ ଶତପଥୀ ଦିତୀୟ ରନର୍ସ ଅପ୍, ଆଭା ଇସିତ ତୃତୀୟ ରନର୍ସ ଅପ୍ ହାସଲ କରିଛନ୍ତି। ସେହିପରି ଦିତୀୟ ସ୍ତରରେ ଧ୍ରୁବ ଛତ୍ରିଆ ପ୍ରଥମ ରନର୍ସ ଅପ୍ ହାସଲ କରିଛନ୍ତି। ତୃତୀୟ ସ୍ତରରେ ଆଶୁତୋଷ ବେହେରା ପ୍ରଥମ ରନର୍ସ ଅପ୍ ହାସଲ କରିଛନ୍ତି। ସର୍ବଭାରତ ଷଷ୍ଠ ସ୍ଥାନରେ ଆୟୁଷ ପଣ୍ଡା ପ୍ରଥମ ରନର୍ସ ଅପ୍ ହାସଲ କରିଥିବା ବେଳେ ଭେଙ୍କେଟ ଗୋପୀନାଥ ଷଣ୍ଢ ଦିତୀୟ ରନର୍ସ ଅପ୍, ଏସ. ଉତ୍କର୍ଷ ପଲକ ତୃତୀୟ ରନର୍ସ ଅପ୍ ହାସଲ କରିଛନ୍ତି। ତେବେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜ ରଶ୍ମି ଲର୍ନିଙ୍ଗ୍ ସେଣ୍ଟର ଆବାକସର ପକ୍ଷରୁ ନିର୍ମାତା ଉଜ୍ଜୟିନୀ ଗିରି, ଏମଡି ପ୍ରାଣବନ୍ଧୁ ଗିରି,ଅଧ୍ୟକ୍ଷା ଅନ୍ନଦା କୁମାରୀ ଦେବୀ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଜୀବନର ଜଟିଳ ପରିଧୁରୁ ନିଜକୁ ମୁକ୍ତ କରି କିପରି ଏକ ସରଳ ଏବଂ ସଫଳତମ ଜୀବନ ଚର୍ଯ୍ୟାକୁ ଅନୁସରଣ କରି ଚେତନା ଓ ଅବଚେତନାର ଦ୍ବନ୍ଦ ଭିତରେ ନିଜକୁ ଦୃଢ଼ କରି କିପରି ଆଗେଇ ଯିବାକୁ ହେବ ଓ ଜୀବନର ମୂଲ୍ୟବୋଧକୁ ପରଖ୍ ନେବା ପାଇଁ ଗୁରୁମନ୍ତ୍ର ଦେବା ସହ କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଅଭିନନ୍ଦନ ଜଣାଇଥିଲେ।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ପଶ୍ଚିମବଙ୍ଗରେ ନୂତନ ଭାବେ ୫ଟି ଜିଲ୍ଲା ଗଠନ ସହିତ ବେଲଦାରେ ସବ୍‌ଡିଭିଜନ୍ ପ୍ରତିଷ୍ଠା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତତ୍ପରତା: ଜଳେଶ୍ବରକୁ ସବଡିଭିଜନ ମାନ୍ୟତା କେବେ ?

ପୁରୁଣାପଡ଼ା ଶ୍ମଶାନ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ

ରାଇରଙ୍ଗପୁର ଟାଉନ ଥାନା:ପିକ୍ ଅପ୍- ବାଇକ ଧକ୍କା,ଦୁଇ ମୃତ

masiha

Leave a Comment

error: Content is protected !!