ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ଗୋଣ୍ଡେୱାନ ଗୋଣ୍ଡ୍ ମହାସଭା ର ବନମହୋତ୍ସବ ଅନୁଷ୍ଠିତ 

ଅଖିଳ ଭାରତୀୟ ଗୋଣ୍ଡେୱାନ ଗୋଣ୍ଡ୍ ମହାସଭା ର ବନମହୋତ୍ସବ ଅନୁଷ୍ଠିତ 

ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁଚେପାଳି ଗାଁ ଠାରେ ଦନ୍ଦରାବାହାଲ ପଲ୍ଲି ଗୋଣ୍ଡ ସମାଜ ପକ୍ଷରୁ ବନମହୋତ୍ସବ ଅନୁଷ୍ଠିତ ହୋଇଛି ।ଏହି ବୈଠକ ଟି ଘୁଚେପାଲି ଗାଁ ର ଜନପଦ ସଭାପତି ଚୂଡାମଣି ଭୂଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ମହା ସଚିବ ଶ୍ରୀୟୁକ୍ତ ରାମଚନ୍ଦ୍ର ଧରୁଆ ଥିବାବେଳେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ କାମରାଜ ମଲ୍ଲିକ ଯୋଗଦେଇଥିଲେ।ପ୍ରଥମେ ଇଷ୍ଟ ଦେବତା ବୁଢ଼ାଦେଓ ଙ୍କୁ ପୂଜା ଅର୍ଚ୍ଚନ କରି ପ୍ରଥାନା ଉର୍ଚ୍ଚାରଣ କରାଯାଇଥିଲା ।ଗୋଣ୍ଡ ଆଦିବାସୀ ଜମି- ଜଳ- ଜଙ୍ଗଲ- ଜୀବନ ଜୀବିକା -କଳା- ସଂସ୍କୃତି- ଦେବା ଦେବୀ- ଧରମ କରମ ସୁରକ୍ଷା କୁ ବଞ୍ଚାଇ ରହିବାକୁ ଆହ୍ବାନ ଦେଇଥିଲେ ।

ଏହି ଐତିହାସିକ ଗର୍ବ ଗୌରବ ତିହାର ରେ ପ୍ରତିବର୍ଷ ପାଳନ କରିଆସୁଛନ୍ତି. . ଆଦିବାସୀ ମାନଙ୍କ ଐତିହ୍ୟ, ଆଦିବାସୀ ଅଧିକାର,ଆଦିବାସୀ ର ମାନ ସମ୍ମାନ ସ୍ୱାଭିମାନ, ଆଦିବାସୀ ସମାଜରେ ଏକତା ଅଖଣ୍ଡତା ଭାତୃଭାବ ସଂଗଠନ ମଜବୁତ ରହେ. ତେଣୁ ଆମେ ଆଦିବାସୀ ସମ୍ପ୍ରଦାୟ ର ଛାତ୍ରଛାତ୍ରୀ, ଯୁବକ ଯୁବତୀ, ଭାଇ ଭଉଣୀ, ଚାଷୀ ମୁଲିଆ, ଚାକିରିଆ ବୁଦ୍ଧିଜୀବୀ ମାନେ ଯଦି ଆଦିବାସୀ ପର୍ବ, ପର୍ବାଣୀ,ଯାନୀ, ଯାତ୍ରା,ଉତ୍ସବ, ମହୋତ୍ସବ, ପ୍ରଥା ପରମ୍ପରା, ରୀତିନୀତି, ସଂସ୍କୃତି ଗୁଡିକୁ ଭୁଲିଯିବା 

ଅତଏବ, ଆଦିବାସୀ ହକ ଅଧିକାର ଜାହିର କରିବା ପାଇଁ ଆଦିବାସୀ ପ୍ରଥା ପରମ୍ପରା, ନୀତିନିୟମ, ଚାଲିଚଳନ, ବେସଭୁଷା, ଖାନପlନ, ପୂଜା ପାଠ, ଗୁଡିକୁ ଭୁଲିବା ନାହିଁ. ଆଦିବାସୀ ଭଗବାନ ଦେବଦେବୀ ପୂର୍ବ ପୁରୁଷ ଙ୍କୁ ଭୁଲିବା ନାହିଁ. ଆଦିବାସୀ ମୂଳ, ସଂସ୍କୃତି ମୂଳ, ଆଦିବାସୀ ଲୋକ ମୂଳ ତେଣୁ ମୂଳ କୁ ଧରିବା. ତେବେ ଆଦିବାସୀ ସୁରକ୍ଷିତ ରହିବ । ବିଶେଷ କରି ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ ।ମହା ସଚିବ ରାମଚନ୍ଦ୍ର ଧରୁଆ ଗୋଣ୍ଡ ସମାଜ ବିଷୟରେ ପୂଙ୍ଖାନୁ ପୁଙ୍ଖ ଆଲୋଚନା କରି ଅବଗତ କରିଥିଲେ ।

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର,ତରଫରୁ ହେବାକୁ ଥିବା ଆସନ୍ତା୧୫ନଭେମ୍ବର ରେ ରାଜ୍ୟ ସ୍ତରୀୟ କ୍ରାନ୍ତିବୀର ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ମହୋତ୍ସବ ରେ ଯୋଗଦେବାକୁ ଅବଗତ କରାଇଥିଲେ । ଏଥିରେ ଦନ୍ଦରାବହାଲ ପଲ୍ଲୀ ଆୟୋଜନ ସମିତି ର ସଭାପତି ଶ୍ରୀଯୁକ୍ତ ପରମେଶ୍ବର ରାଏ,ସମ୍ପାଦକ ସମ୍ଭୁ ଭୁଏ,କୋଷଧକ ଲଳିତ ମଲ୍ଲିକ, ଗହିରାମୁଣ୍ଡା ପଲ୍ଲୀ ଆୟୋଜନ ସମିତି ସମ୍ପାଦକ ଗୋପିନାଥ ଧରୁଆ,ମଣ୍ଡଳ ଆୟୋଜନ ସମିତି ମହା ସଚିବ ପୂର୍ଣ୍ଣଚନ୍ଦ୍ର ଧରୁଆ,ପ୍ରଦୀପ ଧରୁଆ,ପାଣ୍ଡବ ଭୁଏ ଉପସ୍ଥିତ ଥିଲେ।ଲିଙ୍ଗ ଧରୁଆ,ରାହାଶ ଧରୁଆ,ଗୌରାଙ୍ଗ ମାଝୀ,ଇଶ୍ଵର ଧରୁଆ, ରହିତ ମାଝୀ,ଧରଣୀ ଗଡତିଆ,କିଶୋର ଧରୁଆ,ଭିକାରୀ ଧରୁଆ ସହଯୋଗ କରିଥିଲେ। ଶହ ଶହ ପୁରୁଷ ମହିଳା ଉପସ୍ଥିତ ଥିଲେ । ପୂର୍ଣ୍ଣଚନ୍ଦ୍ର ଧରୁଆ ମଞ୍ଚ ପରିଚାଳନା କରୁଥିବା ବେଳେ,ପାଣ୍ଡବ ଭୁଏ ଧନ୍ୟବାଦ କରିଥିଲେ ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

masiha

ତଳଡାବାରି ଗାଁରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ତହସିଲଦାର ଓ ସରପଞ୍ଚଙ୍କ ଗସ୍ତ , ବସ୍ତି ଜମିର ଘର ପଟ୍ଟା ଧାରୀଙ୍କ ଜମି ଚିହ୍ନଟ, ଆଦିବାସୀ ପରିବାରଙ୍କୁ ଥଇଥାନ

Sunil Chandra Nayak

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଉପଚାର ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!