ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଧର ସ୍ମୃତି ଜ୍ଞାନବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର

ରାଉରକେଲା/ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ତରଫରୁ ମାସିକ ସାହିତ୍ୟ ଆସର ଜେଲରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ଆସରର ପ୍ରଥମ ପର୍ଯ୍ୟାୟରେ ଡଃ ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସଂପାଦକ ଡଃ ସୁବାସ ଚନ୍ଦ୍ର ଲେଙ୍କାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡଃ ସନାତନ ପ୍ରଧାନ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଡଃ ଶକ୍ତିପ୍ରସାଦ ସାମନ୍ତରାୟ, ଅଜୟ ମହାନ୍ତି ଓ ଉମାଶଙ୍କର ତିୱାରୀ ପ୍ରମୁଖ ଯୋଗଦେଇଥିଲେ। ଆଲୋଚ୍ୟ ବିଷୟ ‘ ଭାବ ଭାଷା ମାଧ୍ୟମରେ ପୁସ୍ତକ ଜୀବନ୍ଯାସ ପାଏ’ ଉପରେ ଆଲୋଚନା କରି ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ଭାବ ଓ ଭାଷାର ସଂଯୋଗ ରେ ସାହିତ୍ୟ ସୃଷ୍ଟି ହୁଏ । ଆଉ ତାହା ଶ୍ରୋତାଙ୍କ ଦ୍ବାରା ଗ୍ରହଣୀୟ ହୋଇ ପରବର୍ତ୍ତୀ ସମୟରେ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ବିପୁଳ ପାଠକଙ୍କ ନିକଟରେ ପହଞ୍ଚେ। ଭାବ ଓ ଭାଷା ଉଚ୍ଚକୋଟିର ହେଲେ ତାହା କାଳଜୟୀ ସୃଷ୍ଟିରେ ପରିଣତ ହୋଇଥାଏ। ଦ୍ୱିତୀୟ ପର୍ଯ୍ୟାୟରେ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ବ ଓ ସୁଶାନ୍ତ କୁମାର ନାୟକ ତଥା ସୁଚିସ୍ମିତା ପଣ୍ଡା ଙ୍କ ସଂଯୋଜନାରେ କବିତା ଓ ଗଳ୍ପ ପଠନ କରାଯାଇଥିଲା । ସର୍ବଶ୍ରୀ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ନିକୁଞ୍ଜ ବିହାରୀ ଦାସ ପ୍ରମୁଖ ଗଳ୍ପ ପଠନ କରିଥିବାବେଳେ ଅଜୟ ମହାନ୍ତି, ଭାଗିରଥି ଧଳ, ବ୍ରହ୍ମାନନ୍ଦ ପାଢୀ, ସୁକାନ୍ତୀ ନାୟକ, ପ୍ରଶାନ୍ତ ମେହେର, ଉପେନ୍ଦ୍ର ବସ୍ତିଆ, ସୁଶାନ୍ତ କୁମାର ନାୟକ, ପ୍ରଣତୀ ଲେଙ୍କା, କୁଞ୍ଜବିହାରୀ ରାଉତ, ସୁଚିସ୍ମିତା ପଣ୍ଡା, ଜ୍ଞାନରଂଜନ ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ସାହୁ,ବଳରାମ ଦାସ, ପ୍ରଫୁଲ୍ଲ ସାମଲ, ଜ୍ଞାନମୟ ମଲ୍ଲିକ,ମମତା ମୟୀ ମଲ୍ଲିକ,ରାଜକୁମାର ମହାନ୍ତି, ପ୍ରବୋଧଚନ୍ଦ୍ର ଜେନା, ରମେଶ ଜେନା, ଝୁନୁ ପାହାଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜ୍ଞାନ ରଂଜନ ମିଶ୍ର ଓ ଦ୍ୱିତୀୟ ପର୍ଯ୍ୟାୟରେ ନିକୁଞ୍ଜ ବିହାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଂପାଦକ ଡଃ ଲେଙ୍କା କାର୍ଯ୍ୟକ୍ରମର ସଫଳତା ନେଇ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଇଂ ରାଜେଶ ମହାକୁଡ଼

masiha

ନିଟ ପରୀକ୍ଷାରେ କୃତିତ୍ୱ ପାଇଥିବା ଛାତ୍ର ସମ୍ବର୍ଦ୍ଧିତ

ମୋହନଗିରି ହାଇସ୍କୁଲ ରେ ଜୀବନ ଶିକ୍ଷା ଶିବିର

masiha

Leave a Comment

error: Content is protected !!