ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଲ୍‌ ବନେଇବା ନିଶାରେ ସ୍କୁଲ୍ ପିଲା ,ବିପଦ ପୁର୍ଣ୍ଣ ଭିଡିଓ ଭାଇରଲ୍ 

ଗୋଟାଏ ଛାତରୁ ଅନ୍ୟ ଛାତକୁ ଡେଇଁଲେ 

 ଅଳ୍ପକେ ବର୍ତ୍ତିଗଲା ଜୀବନ 
୭ ଜଣ ପିଲାଙ୍କ ନାମରେ ଟିସି 

ରାଇଘର ୧୬/୨ ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ର ସ୍କୁଲ୍ ଟାଇମ୍ ରେ ରିଲ୍‌ ବନେଇବା ନିଶାରେ ଗୋଟାଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁବା ଭିଡିଓ ଏବେ ଭାଇରଲ୍ ହେବାରେ ଲାଗିଛି l ଅନ୍ୟପଟେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉକ୍ତ ଛାତ୍ର ମାନଙ୍କୁ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବା ପରେ ଅବିଭାବକ ମାନେ ଆସି ପିଲାଙ୍କ ପରୀକ୍ଷା ହେବା ପର୍ଯ୍ୟନ୍ତ ପିଲାମାନଙ୍କୁ ସ୍କୁଲରେ ରହିବାକୁ ଅନୁରୋଧ କରିଥିଲେ | 

      ସୂଚନା ଅନୁଯାୟୀ ଗତ ୧୪ ତାରିଖ ମଙ୍ଗଳବାର ଦିନ ସ୍ଥାନୀୟ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟଙ୍ଗ ମାନଙ୍କ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦିନ ପ୍ରାୟ ୧୧ଟା ସମୟରେ କିଛି ପିଲା ସ୍କୁଲ ଛାତ ଉପରକୁ ଚଢି ଯାଇଥିଲେ l ସେହି ଛାତ ଉପରୁ ସେମାନଙ୍କ ମଧ୍ୟରୁ କିଛି ପିଲା ହତ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ବାଟର୍ ଉପରେ ଡେଇଁବା ସମୟରେ ଭିଡିଓ ବନେଇ ଫେସବୁକ ଓ ଇନଷ୍ଟାଗ୍ରାମ୍ ରେ ଅପଲୋଡ୍‌ କରିଥିଲେ | ଉକ୍ତ ଭିଡିଓ ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିବା ପରେ ଏହି ଘଟଣା ସ୍ଥାନୀୟ ସରକାରୀ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଥିଲା | ଏହି ଖବର ପ୍ରଚାର ହେବା ପରେ ପ୍ରଧାନଶିକ୍ଷକ ସୁଶଂକର ମିସ୍ତ୍ରୀ ଉକ୍ତ ଭିଡିଓ କରିଥିବା ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟକୁ ଡକାଇ ଟିସି ଦେଇଥିଲେ | ଏହି ୭ ଜଣ ଛାତ୍ରଙ୍କ ବାଦେ ବାହାର ବିଦ୍ୟାଳୟର ଛାତ୍ର ମାନେ ବି ସାମିଲ୍ ଥିବା ପ୍ରଧାନଶିକ୍ଷକ ଶ୍ରୀ ମିସ୍ତ୍ରୀ ପ୍ରକାଶ କରିଥିଲେ | ଅପରପକ୍ଷରେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବାକୁ ଯାଉଥିବା ଜାଣିପାରି ଅବିଭାବକ ମାନେ ବିଦ୍ୟାଳୟରେ ପହଂଚି ପ୍ରଧାନଶିକ୍ଷକଙ୍କ ନିକଟରେ ନିଜ ନିଜ ପିଲାଙ୍କ ଭୁଲ୍ ସ୍ବୀକାର କରିବା ସହିତ ଅତ୍ୟନ୍ତ ପରୀକ୍ଷା ଦେବା ପର୍ଯ୍ୟନ୍ତ ପିଲାମାନଙ୍କୁ ବାହାର ନ କରିବାକୁ ଅନୁରୋଧ କରିଥିଲେ | ପରେ ଏକ ବୈଠକରେ ସମସ୍ତଙ୍କୁ ଡକାଇ ସମାଧାନ ହେବା ପରେ ପିଲାମାନଙ୍କୁ ସ୍କୁଲରେ ରହିବାକୁ ନିଷ୍ପତି ନିଆଯାଇଥିଲା l 

     ଏଠାରେ ସୂଚନା ଯୋଗ୍ୟ ଯେ ଏକ ବିଦ୍ୟାଳୟ ପରିସରରେ ଏହି ପିଲାମାନଙ୍କୁ ଛାତ ଉପରକୁ ଚଢିବା ସମୟରେ କେହି ଶିକ୍ଷକ ଶିକ୍ଷୟତ୍ରୀ ଦେଖି ପାରିଲେ ନାହିଁ କେମିତି ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି | ଏଥିସହିତ ଛାତ୍ର ଜଣକ ସ୍କୁଲ ଛାତ ଠାରୁ ଏଏନଏମ କ୍ବାଟର୍ ଛାତ ପ୍ରାୟ ୧୦ ଫୁଟ ଦୂର ଡିଆଁ ମାରିବା ସମୟରେ ସେ ଆଜବେଷ୍ଟ୍ ଭାଙ୍ଗି ତଳେ ପଡିଯାଇଥିଲା l ଯଦି ଏହି ବିପଦ ପୁର୍ଣ୍ଣ ଡିଆଁରେ ଛାତ୍ରର କିଛି ଘଟିଥିଲେ ତେବେ ଏଥିପ୍ରତି କିଏ ଦାୟୀ ହୋଇଥାଆନ୍ତେ ବୋଲି ପ୍ରଶ୍ନ ଉଠୁଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଗୋପବନ୍ଧୁ ପାଠାଗାରର ଦ୍ବାବିଂଶତମ ଦ୍ବିଦିବସୀୟ ବାର୍ଷିକ ଉତ୍ସବ ଉଦଯାପିତ

Sunil Chandra Nayak

ଜେକେ କାଗଜ କଳ ପକ୍ଷରୁ ଥଣ୍ଡା ଜଳ ବିଶୋଧନ ଯନ୍ତ୍ର ପ୍ରଦାନ

masiha

ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ବଡ଼ବିଲ ରେ ସଂକୁଳ ଶିଶୁ ମେଳା ଉତ୍ସାହମୟ ପରିବେଶରେ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!