ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଲେଇ ତାଲିମ ପ୍ରମାଣ ପତ୍ର ପ୍ରଦାନ କାର୍ଯକ୍ରମ   

ନବରଙ୍ଗପୁର -୧୫.୨-(ମସିହା) ସ୍ଥାନୀୟ କୋଣାର୍କ ଆଈ.ଟି.ଆଈ. ପରିସରରେ ବୁଧବାର ଅନୁଷ୍ଠିତ କାର୍ଯ୍ଯକ୍ରମରରେ ୫୦ରୁ ଉର୍ଦ୍ଧ୍ବ ଆଦିବାସୀ ଯୁବତୀଙ୍କୁ ୪୦ ଦିନର ସିଲେଇ ତାଲିମ ପ୍ରଦାନ ସହ ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ନବରଙ୍ଗପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଛାତ୍ରୀ ମାନଙ୍କୁ ବିଭିନ୍ନ ଶିକ୍ଷା ଗ୍ରହଣ ସହ ଆଗାମୀ ଦିନରେ କିପରି ବିଭିନ୍ନ ପ୍ରକାର ପ୍ରତିଯୋଗିତା ପରୀକ୍ଷା ଅଂଶଗ୍ରହଣ କରିପାରିବେ ସେ ଦିଗରେ ଉତ୍ସାହିତ କରିଥିଲେ। ଆଇଏଏସ, ଆଇପିଏସ, ଓ ପାଇଲଟ ହେବାକୁ ଆହ୍ଵାନ ପ୍ରଦାନ ସହ ଆତ୍ମନିଭରଶୀଳ ହୋଇ ନିଜର ବ୍ୟବସାୟିକ ସଫଳତା ହାସଲ କରିବା ସହ ଅନ୍ୟ ମାନଙ୍କୁ ରୋଜଗାରକ୍ଷମ କରାଇବାରେ ସହାୟକ ହେବାକୁ ପ୍ରବର୍ତ୍ତାଇ ଥିଲେ। ଶିଳ୍ପ କେନ୍ଦ୍ର ତରଫରୁ ନୂତନ ଉଦ୍ୟୋଗୀ ମାନଙ୍କୁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରିବା ନେଇ ରହିଥିବା ସୁବିଧା ସୁଯୋଗ ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସଡ଼ିସି ଏକ୍ସପଟ ମେମ୍ବର ରାମଚନ୍ଦ୍ର ମିଶ୍ରଙ୍କ ସହ କୋଣାର୍କ ଆଇ.ଟି.ଆଇର ଅଧ୍ୟକ୍ଷା ମମତା କୁମାରୀ ପାଢି, ଆଧ୍ୟାପକ ପ୍ରଦୀପ କୁମାର ପଟ୍ଟନାୟକ, ଅଧ୍ୟାପିକା ନମିନା ପଣ୍ଡା, ଅନୁଷ୍ଠାନର ଉପଦେଷ୍ଟା ପୂର୍ଣ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଆଗାମୀ ଦିନରେ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ । ଏହା ସହ ଆଗାମୀଦିନରେ ନବରଙ୍ଗପୁର ଜିଲ୍ଲାରେ ଆହୁରି ବହୁ ବିଭାଗରେ ତାଲିମ ପ୍ରଦାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ରନ୍ଧାରୀ ପ୍ରକାଶ କରିଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଉତ୍କଳ ଗୋପାଳ ସମାଜ ରାୟଗଡା ଜିଲ୍ଲା ଶାଖାର ବାର୍ଷିକ ବୈଠକ

masiha

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ସାମ୍ବାଦିକ ମହଲରେ ଶୋକର ଛାୟା, ଖଡ଼ିଆଳ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ପ୍ରକାଶ

Sunil Chandra Nayak

କୋଷଗୁମୁଡାଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!