ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଙ୍କ ଅନ୍ୟତ୍ର ବଦଳି ପରେ ଝୁରିଲେ କନ୍ଦା ବୁଟୁରା ସ୍କୁଲର ଛାତ୍ରଛାତ୍ରୀ ଓ ଗ୍ରାମବାସୀ

କୋକସରା,୧୭/୦୨- ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପରେ ଭାବ ବିହ୍ୱଳ ହୋଇ ଅଶ୍ରୁଳ ନୟନରେ ବିଦାୟ ଦେଲେ କନ୍ଦା ବୁଟୁରା ଗ୍ରାମର ଛାତ୍ରଛାତ୍ରୀ ଓ ଗ୍ରାମବାସୀ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମ ଠାରେ। କନ୍ଦା ବୁଟୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷକ ଅନିଲ କୁମାର ପଣ୍ଡାଙ୍କ ପଦୋନ୍ନତି ପରେ ପୁଝାରିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଛି।ତେବେ ଶିକ୍ଷକଙ୍କ ପ୍ରତି ରହିଥିବା ଭଲ ପାଇବା, ନିବିଡ଼ତା କାରଣରୁ ସ୍କୁଲର ଛାତ୍ରଛାତ୍ରୀ ଓ ଗ୍ରାମର ଆବାଲ ବୃଦ୍ଧବନିତା ଶିକ୍ଷକଙ୍କ ବଦଳି ଦିନ ସ୍କୁଲରେ ଏକ ସମ୍ବର୍ଦ୍ଧନା ବୈଠକରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରି ବାଜା ବଜାଇ ଗାଁ ପରିକ୍ରମା କରାଇ ଭାବ ବିହ୍ୱଳ ଅଶ୍ରୁଳ ନୟନରେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଗ୍ରାମର ଅଜୟ ଦୀପ ଙ୍କ ନେତୃତ୍ୱରେ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।

ମସିହା ନିଉଜ ସର୍ଭିସ୍ 

Related posts

ଅବସର ଭବନ ଅନୁଷ୍ଠାନର ୩୩ତମ ସାଧାରଣ ସଭା 

masiha

ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ଙ୍କୁ ନବରଙ୍ଗପୁର ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

ଜୁନରେ ଶୁଖାଇଲା – ଜୁଲାଇକୁ ଭରଷା

Leave a Comment

error: Content is protected !!