ନବରଙ୍ଗପୁର ,୨୦/୭(ମସିହା) ରାଜ୍ୟ ସରକାର ଙ୍କ ମୋ ସରକାର ୫ଟି ଯୁଗ ରେ ବି କୁନି କୁନି ପିଲାଙ୍କୁ ଅଣଦେଖା କରାଯାଉଥିବା ବିକଳ ଚିତ୍ର ଦେଖିବାକୁ ମିଳୁଛି। ବାରମ୍ବାର ଅଭିଯୋଗ ପରେ ବି ଆଜି ବେସାହାରା ହଇଛନ୍ତି କୋଷାଗୁମୁଡା ବ୍ଲକ କୋଷାଗୁମୁଡା ସଦରମହକୁମା ସ୍ଥିତ ମିର୍ଗାନ ସାହି ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ସ୍କୁଲ ଛାତ୍ର ଛାତ୍ରୀଙ୍କ କଥା| କିଏ ଶୁଣିବ ବା ପିଲାଙ୍କ ଦୁଃଖ କିଏ ବା ଦେଖିବ ପିଲାଙ୍କ ଦାରୁଣ ଦୃଶ୍ୟ | ବିଦ୍ୟାଳୟ ସମ୍ମୁଖରେ ହିଁ ପଚ ପଚ କାଦୁଅ ସହ ଜମିରହିଛି ବର୍ଷା ପାଣି | ଯଦି ଅକସ୍ମାତ୍ ପିଲାଙ୍କ ଗୋଡ଼ ଖସି କିଛି ଦୁର୍ଘଟଣା ଘଟେ ତେବେ ଦାୟୀ ରହିବ କିଏ ? ପିଲାଙ୍କ ଅଭିଭାବକ ମାନେ ବିଦ୍ୟାଳୟ ପଠାଇବା ଚିନ୍ତାର କାରଣ ହୋଇଛି। ଆଦିବାସୀ ଅଧ୍ୟୁଷିତ ବିଦ୍ୟାଳୟ ରେ ପ୍ରାୟତଃ ଆଦିବାସୀ ପିଲାମାନେ ହି ପାଠ ପଢୁଛନ୍ତି ,ପିଲାଙ୍କ ଅଭିଭାବକ ବି ଅଶିକ୍ଷିତ କାହାର ସାହସ ଟିକେ ନାହିଁ ଯେ ସରକାର ବିରୁଦ୍ଧରେ ମୁହ ଖୋଲି କହିବାକୁ ଯାହାର ଫାଇଦା ଉଠାଇ ଚାଲିଛନ୍ତି ପ୍ରଶାସନ। ବ୍ଲକ ସଦରମହକୁମା ଠାରେ ରହିଛି ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ହେଲେ ବି ବିଦ୍ୟାଳୟ ର ରାସ୍ତାଘାଟ ର ଦୃଶ୍ୟ ଜମା ଦିଶୁନାହିଁ ଗୋଷ୍ଟି ଶିକ୍ଷାଧିକାରୀ ଙ୍କୁ | ପଂଚାୟତ କଥା କହିବ ବା କଣ ସାହିବାସୀ ସରପଞ୍ଚ ଙ୍କୁ କେତେ ଯେ କହିବେ ଭୋଟ ବେଳେ ସାହିରେ ଦିଶିବେ, ତା ପରେ ଆଉ ଜମା ଧରା ଛୁଆ ବି ଦେବେ ନି | ଖୋଦ୍ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମଧ୍ୟ ତିନି ତିନି ଥର ସରପଞ୍ଚ ଙ୍କୁ ବିଦ୍ୟାଳୟ ସମ୍ମୁଖ ରାସ୍ତା ରେ କାଦୁଅ ଜମୁଥିବା କଥା କହିଲେ, ହେଲେବି କିଛି ଲାଭ ହେଲା ନାହିଁ | ସାହିର ଭଦ୍ର ବ୍ୟକ୍ତି ବାରମ୍ବାର ବ୍ଲକ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରି ୨ ବର୍ଷ ବିତିଗଲା, କିନ୍ତୁ କିଛି ଫାଇଦା ହେଲା ନାହିଁ। ଶେଷରେ କୋଷାଗୁମୁଡା ବ୍ଲକ୍ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଅଭିଯୋଗ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର କୋଷାଗୁମୁଡା ଗୋଷ୍ଠୀଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଙ୍କୁ ଯଥା ଶୀଘ୍ର ବିଦ୍ୟାଳୟ ସାମ୍ନା ରାସ୍ତା ମରାମତି କରିବା ପାଇଁ ନିର୍ଦେଶ ଦେଇଥିବା ସୂଚନା ମିଳିଥିଲା । ତଥାପି କାହିଁ ଜିଲ୍ଲାପାଳ ଙ୍କ କଥା କୁ ଖାତିରି କରୁନାହାନ୍ତି ସ୍ଥାନୀୟ ପ୍ରଶାସନ, ଯାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲ ରେ ତୀବ୍ର ନିନ୍ଦା କରୁଥିବା ଦେଖିବାକୁ ମିଳୁଛି| ସାହି ବାସିନ୍ଦା ଙ୍କୁ ଅଣଦେଖା ତ କରାଗଲା ତାହା ଠିକ୍, କିନ୍ତୁ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲାଙ୍କୁ ଅଣଦେଖା କରିବା କେତେ ଯୁକ୍ତିଯୁକ୍ତ ବୋଲି ମିର୍ଗାନ ସାହିବାସୀ ପ୍ରଶାସନ ଆଗରେ ଆଜି ପ୍ରଶ୍ନ କରୁଛନ୍ତି, କିନ୍ତୁ ଉତ୍ତର ଦେବ ବା କିଏ? ସରପଞ୍ଚ ଙ୍କୁ କହିଲେ ପଂଚାୟତ ରେ ଟଙ୍କା ନାହିଁ ବ୍ଲକ କୁ କହିଲେ ଉପର ମହଲ କୁ ଯିବା ପାଇଁ ଦେଖାଇଲେ ଶେଷରେ ଜିଲ୍ଲାପାଳ ଙ୍କୁ କହିବା ସତ୍ତ୍ୱେ ବି ସୁଫଳ ମିଳିଲା ନାହିଁ ଯାହା କି ଏବେ ଚର୍ଚ୍ଚା ର ବିଷୟ ପାଲଟିଥିବା ଦେଖିବାକୁ ମିଳୁଛି | ନବୀନ ସରକାର ଙ୍କ ମୋ ସରକାର ୫ଟି ଯୁଗ ରେ ବି କୁନି କୁନି ପିଲାଙ୍କୁ ଅଣଦେଖା କରାଯାଉଥିବା କଥା ସତ ପାଲଟିଛି ବୋଲି ସାହି ବାସୀ ମତ ପ୍ରକାଶ କରୁଛନ୍ତି |ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍


