ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ ପେପର୍ ମିଲ୍ସ, ଜେକେ ପୁର ଠାରେ ୩୨ ତମ କ୍ୱାଲିଟି ସର୍କଲ କୋରାପୁଟ ଚାପ୍ଟର ତରଫରୁ ସମ୍ମିଳନୀ ଅନୁଷ୍ଠିତ

ଜେକେ ପେପର୍ ମିଲ୍ସ, ଜେକେ ପୁର ଠାରେ ୩୨ ତମ କ୍ୱାଲିଟି ସର୍କଲ କୋରାପୁଟ ଚାପ୍ଟର ତରଫରୁ ସମ୍ମିଳନୀ ଅନୁଷ୍ଠିତ

ରାୟଗଡା ଜିଲ୍ଲାର ଜେକେ ପେପର୍ ମିଲ୍ସ, ଜେକେ ପୁର ଠାରେ ୩୨ ତମ କ୍ୱାଲିଟି ସର୍କଲ କୋରାପୁଟ ଚାପ୍ଟର ତରଫରୁ ୨ ଦିନ ଧରି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ରେ ଲାଞ୍ଜିଗଡ଼ ରେ ଥିବା ବେଦାନ୍ତ ଆଲୁମିନିୟମ, ଉତ୍କଳ ଆଲୁମିନା ଟିକିରି, ନାଲକୋ, ଦାମନଯୋଡି, ଜେକେ ପେପର୍ ମିଲ୍ସ ପ୍ରଭୃତି ଶିଳ୍ପାନୁଷ୍ଠାନ ରୁ ୪୩ ଟି କ୍ୱାଲିଟି ସର୍କଲ ଭାଗ ନେଇଥିଲେ। 

ଏହି ସମ୍ମିଳନୀ କୁ ଜେକେ ପେପର୍ ମିଲ୍ସ ର କାର୍ଯ୍ୟ ନିର୍ବାହୀ ଉପସଭାପତି ତଥା କୋରାପୁଟ ଚାପ୍ଟର ର ଚେୟାରମ୍ୟାନ, ଶ୍ରୀ ବିନୟ ଦ୍ଵିବେଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ଭୁବନେଶ୍ଵର ଚାପ୍ଟର ର ସଚିବ ଶ୍ରୀ ରାମଶଙ୍କର ଦାସ ମୁଖ୍ୟ ବିଚାରକ ଭାବେ ଯୋଗଦେଇଥିଲେ। 

ଦ୍ଵିତୀୟ ତଥା ଅନ୍ତିମ ଦିବସ ରେ ଶ୍ରୀ ଜି ଜି ପାଲ ଉପ-ମୁଖ୍ୟ ବେଦାନ୍ତ ଆଲୁମିନିୟମ ମୁଖ୍ୟ ଅତିଥି ଓ ଶ୍ରୀ ସୁରେଶ ସାମଲ ଗ୍ରୁପ୍ ଜିମ୍,ନାଲକୋ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ବର୍ଷ ସମ୍ମିଳନୀର ର ବିଷୟ ବସ୍ତୁ ଥିଲା ” ନର୍ଚର୍ କ୍ୱାଲିଟି କନସେପ୍ଟ ଫର ଏ ବ୍ଯାଟେର ଫ୍ୟୁଚର “।

କ୍ୱାଲିଟି ସର୍କଲ ସମ୍ମିଳନୀ ରେ ଏହି କନସେପ୍ଟ ଉପରେ ହୋଇଥିବା ପ୍ରତିଯୋଗିତାରେ ଜେକେ ପେପର୍ ମିଲ୍ସ ର ଆର୍ଯ୍ୟଭଟ୍ଟ ୧ ଟିମ୍ ପ୍ରଥମ, ନାଲକୋ ଟିମ୍ ଦ୍ଵିତୀୟ ଓ ଯୁଗ୍ମ ଭାବରେ ରେ ବେଦାନ୍ତ ଓ ଉତ୍କଳ ଆଲୁମିନା ଟିମ୍ ତୃତୀୟ ସ୍ଥାନ ଅଧିକାର କରି ଥିଲେ। 

ଦ୍ଵିତୀୟ ଦିବସ ର ସମାପନ ଉତ୍ସବରେ ବିଜୟୀ ଦଳ ଗୁଡିକୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରି ଥିଲେ। 

ଏହି କାର୍ଯ୍ୟକ୍ରମରେ କାଗଜ କଳ ବାଣିଜ୍ୟ ବିଭାଗ ର ଉପ ସଭାପତି ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ମାନବ ସମ୍ବଳ ବିକାଶ ବିଭାଗ ର ମୁଖ୍ୟ, ସନ୍ଦୀପ ପାଣ୍ଡେ ତଥା ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ମୁଖ୍ୟ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ରାଧାକୃଷ୍ଣ ଝା, ଡିଜିଏମ୍ (ଏଚ୍ ଆର ଡି ) ଧନ୍ୟବାଦ ଅର୍ପଣ କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ବିକାଶ ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ

Sunil Chandra Nayak

୧୬ତମ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସରଗିଫୁଲ ୨୦୨୫”ଉଦଯାପିତ 

Sunil Chandra Nayak

ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

Leave a Comment

error: Content is protected !!