ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ଯୁବକ ସଂଘ ପକ୍ଷରୁ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ପାଳିତ ହୋଇ ଯାଇଛି l ସେହିପରି ତେରେସିଂହା ଗ୍ରାମର ରାଧାବଲ୍ଲଭ ପଡ଼ା, ରାମଜୀ ପଡ଼ା, ବିରାଟ ପଡ଼ା, ତ୍ରିନାଥ ପଡ଼ା, ଯାଦବ ପଡ଼ା, ବାଗ ପଡ଼ା, ହରିଜନ ପଡ଼ା, ବେଲ ପଡ଼ା, କଲୋନିପଡ଼ା ଠାରେ ଗଣେଶ ପୂଜା ଧୁମ୍ ଧାମରେ ପାଳିତ ହୋଇ ଯାଇଛି l ଗ୍ରାମର ନେହେରୁ ଯୁବକ ସଂଘ ପକ୍ଷରୁ ହେଉଥିବା ଗଣେଶ ପୂଜାରେ ସଂଘ ସଦସ୍ୟ ସୁରେଶ ରଣା କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜା କାର୍ଯ୍ୟ ତୁଲାଇ ଥିଲେ l ସଂଘ ସଭାପତି ଇନ୍ଦ୍ରମଣି ରଣା ଓ ସମ୍ପାଦକ ହେମନ୍ତ ରଣାଙ୍କ ନେତୃତ୍ବରେ ସଂଘ ସଦସ୍ୟ ମାନେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଗୋତୋମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଦୁର୍ଘଟଣା ରେ ଦାଦନ ଶ୍ରମିକ ମୃତ୍ୟୁ ବାପ ଛେଉଣ୍ଡ ଦୁଇ ଶିଶୁକୁ ପ୍ରଶାସନ ଆର୍ଥିକ ସହଯୋଗ ପାଇଁ ଗ୍ରାମବାସୀ ଙ୍କ ଦାବୀ

masiha

ମିଳିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଯୋଗ ଦିବସ ଅନୁଷ୍ଠିତ

masiha

Leave a Comment

error: Content is protected !!