ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହେ ବର୍ଷର ପାରମ୍ପରିକ ଉତ୍ସବ, ଯୋଉଠି ଗ୍ରାମର ମୁରବି ମାନେ ସମ୍ମାନିତ ହୁଅନ୍ତି !

ତିର୍ତ୍ତୋଲ // 30/01/23:– ଗ୍ରାମର ମୁଖ୍ୟ ସ୍ରୋତରେ ସାମିଲ ଥିବା ମୁରବି, ବୟସ୍କ ବ୍ୟକ୍ତିବିଶେଷଙ୍କୁ ଉପଢୌକନ, ପୁଷ୍ପଗୁଛ ସହିତ ଏକ ନିଆରା ଢଙ୍ଗରେ ପୂଜିତ କରାଯାଇ ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି ଗ୍ରାମର ଉଦୀୟମାନ ଯୁବସମାଜ ! ନବ ବିବାହିତା ଦମ୍ପତି ବି ଆଶୀର୍ବାଦ ନେବାକୁ ଧାଇଁ ଆସିଥାନ୍ତି ଦୂର ଦୁରାନ୍ତରୁ ! ପୂଜ୍ୟପୂଜାର ଏହି ପରମ୍ପରା ଦୀର୍ଘ ଶହେ ବର୍ଷରେ ପଦାର୍ପଣ କରିସାରିଲାଣି! ପାଠକ ବନ୍ଧୁ ଏହି ସେଞ୍ଚୁରୀଆନ ଉତ୍ସବଟି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ପୋରଗଦେଇ ପଞ୍ଚାୟତର ଯୋଗାଣିଆ ଗ୍ରାମର ! ପୂଜ୍ୟପୂଜା ପରେ ଭାଇ ବନ୍ଧୁ କୁଟୁମ୍ବ ଓ ସାଙ୍ଗସାଥି ମାନଙ୍କର ମହା ଭେଟଭାଟ ହୋଇଥାଏ ! ତାପରେ ସମସ୍ତେ ମିଶି ଅଷ୍ଟସଖୀ ନୃତ୍ୟ ଓ ରାଧାକୃଷ୍ଣ ମିଳନ ଆଦି ସଂସ୍କୃତିସମ୍ପନ୍ନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି ! ଦୀର୍ଘବର୍ଷଧରି ପ୍ରଚଳିତ ପରମ୍ପରା ଆଗାମୀ ବର୍ଷ ମାନଙ୍କରେ ଆହୁରି ଆକର୍ଷଣୀୟ ହେବାର ଯୋଜନା ରହିଛି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେବାର ଶୁଣିବାକୁ ମିଳିଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଜୟ ମା’ ବିରଜା ସାହିତ୍ୟ ସଦନକୁ ଦିଲ୍ଲୀରୁ ଆନ୍ତର୍ଜାତୀୟ ସମ୍ବର୍ଦ୍ଧନା

Sunil Chandra Nayak

ଅନ୍ତଜିଲ୍ଲା ଅନୁଭୂତି ପରିଦର୍ଶନ ସକାଶେ ନବରଙ୍ଗପୁର ଜିଲ୍ଲା କିଶୋରୀ ମାନଂକ ଭୁବନେଶ୍ୱର ଗସ୍ତ 

Sunil Chandra Nayak

ନବରଙ୍ଗପୁରଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!