ତିର୍ତ୍ତୋଲ // 30/01/23:– ଗ୍ରାମର ମୁଖ୍ୟ ସ୍ରୋତରେ ସାମିଲ ଥିବା ମୁରବି, ବୟସ୍କ ବ୍ୟକ୍ତିବିଶେଷଙ୍କୁ ଉପଢୌକନ, ପୁଷ୍ପଗୁଛ ସହିତ ଏକ ନିଆରା ଢଙ୍ଗରେ ପୂଜିତ କରାଯାଇ ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି ଗ୍ରାମର ଉଦୀୟମାନ ଯୁବସମାଜ ! ନବ ବିବାହିତା ଦମ୍ପତି ବି ଆଶୀର୍ବାଦ ନେବାକୁ ଧାଇଁ ଆସିଥାନ୍ତି ଦୂର ଦୁରାନ୍ତରୁ ! ପୂଜ୍ୟପୂଜାର ଏହି ପରମ୍ପରା ଦୀର୍ଘ ଶହେ ବର୍ଷରେ ପଦାର୍ପଣ କରିସାରିଲାଣି! ପାଠକ ବନ୍ଧୁ ଏହି ସେଞ୍ଚୁରୀଆନ ଉତ୍ସବଟି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ପୋରଗଦେଇ ପଞ୍ଚାୟତର ଯୋଗାଣିଆ ଗ୍ରାମର ! ପୂଜ୍ୟପୂଜା ପରେ ଭାଇ ବନ୍ଧୁ କୁଟୁମ୍ବ ଓ ସାଙ୍ଗସାଥି ମାନଙ୍କର ମହା ଭେଟଭାଟ ହୋଇଥାଏ ! ତାପରେ ସମସ୍ତେ ମିଶି ଅଷ୍ଟସଖୀ ନୃତ୍ୟ ଓ ରାଧାକୃଷ୍ଣ ମିଳନ ଆଦି ସଂସ୍କୃତିସମ୍ପନ୍ନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି ! ଦୀର୍ଘବର୍ଷଧରି ପ୍ରଚଳିତ ପରମ୍ପରା ଆଗାମୀ ବର୍ଷ ମାନଙ୍କରେ ଆହୁରି ଆକର୍ଷଣୀୟ ହେବାର ଯୋଜନା ରହିଛି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେବାର ଶୁଣିବାକୁ ମିଳିଛି !
previous post
next post