ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରସିଡ଼ି ହାଇସ୍କୁଲ ୧୯୮୫ ର ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁମିଳନ

ନବରଙ୍ଗପୁର(ମସିହା))- ନବରଙ୍ଗପୁର ଆରସିଡ଼ି ହାଇସ୍କୁଲ ର ୧୯୮୫ ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ପାପଡାହାଣ୍ଡି ସ୍ଥ ମୃଗବିହାର ନିକଟରେ ଅନୁଷ୍ଠିତ ହୋଇଯାଇଛି | ନବରଙ୍ଗପୁର ରାଜା ଚୈତନ୍ୟ ଉଚ୍ଚ ଇଂରାଜୀ ବିଦ୍ୟାଳୟ ର ୧୯୮୫ ମସିହା ରେ ଅଧ୍ୟୟନ କରୁଥିବା ସମସ୍ତ ଙ୍କୁ ଏକାଠି ବାନ୍ଧି ରଖିବା ପାଇଁ ବିଗତ ୭/୮ବର୍ଷ ହେବ ଏକ ହ୍ଵାଟ୍ସଅପ ଗ୍ରୁପ ମାଧ୍ୟମରେ ଯୋଗାଯୋଗ ରହିଆସୁଥିବା ବେଳେ ପ୍ରତ୍ୟେକ ବର୍ଷ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରି ବନ୍ଧୁତା କୁ ନିବିଡ଼ କରିବା ସହ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ କରି ଆସୁଥିଲେ | ଏହି ଗ୍ରୁପ ର ସଦସ୍ୟ ମାନେ କେହି ଭାରତ ଓ ରାଜ୍ୟ ବାହାରେ ରହିଆସୁଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହୁଥିବା ବେଳେ ପ୍ରତ୍ୟେକ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆସୁଛନ୍ତି | ଆଜି ପାପଡାହାଣ୍ଡି ଠାରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପ୍ରାୟ ୪୦ ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ରହି ଥିଲେ | ପ୍ରଥମେ କିଛି ସଦସ୍ୟ ବିଗତ ଦିନରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ଉଦେଶ୍ୟରେ ୨ ମିନିଟ ନିରବ ପ୍ରାଥନା କରିଥିଲେ, ଏବଂ ଆଜିର ଦିନରେ ସଦସ୍ୟ ଜି ରମେଶ ଙ୍କ ଜନ୍ମଦିନ ଥିବାହେତୁ, ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନିଜର ସାଥି ସୁଶାନ୍ତ ବେହେରା ବିଗତ ପଂଚାୟତ ନିର୍ବାଚନ ରେ ସମିତି ସଭ୍ୟ ସାଙ୍ଗକୁ ବ୍ଲକ ଉପାଧକ୍ଷ ନବରଙ୍ଗପୁର ଆରସିଏମ ସଭାପତି ଏବଂ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଥିବା ଯୋଗୁଁ ସମସ୍ତ ସଭ୍ୟ ସୁଭେତ୍ସା ଜଣାଇଥିଲେ | ଏହି କାର୍ଯ୍ୟକ୍ରମ ରେ କିଶୋର ପଟନାୟକ, ଶୈଳେଶ ଗନ୍ତାୟତ, ସୁନୀଲ,ଜଗଦୀଶ ପଟନାୟକ, ବିଭୁତି ଦାସ, ଅଶୋକ ପାତ୍ର, ବିରଞ୍ଚି ନାରାୟଣ ଏବଂ ରାଧା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍ 

Related posts

୩ବର୍ଷ ନିର୍ମାଣଧୀନ ରାଇହରି ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ବେକାର ଯୁବକଙ୍କ କାମରେ ଲାଗୁନି; ପଞ୍ଚାୟତ ତରଫରୁ ଯୋଗ୍ୟ ବେକାରୀଙ୍କୁ ଆବଣ୍ଟନରେ ବିଳମ୍ବ ନେଇ ରହସ୍ୟ କ’ଣ ?

Sunil Chandra Nayak

ଗଠନ ହେଲା ଖଇରା ଲିଗାଲ ଫୋରମ

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୩ ପାଳିତ 

Sunil Chandra Nayak

Leave a Comment

error: Content is protected !!