ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଶୋରୀ ବାଳିକାଙ୍କ ଅଣ୍ଡା ଛତୁଆ ହଡପ ଅଭିଯୋଗ ଆଣିଲେ ହିତାଧିକାରୀଙ୍କ ପରିବାର ଲୋକେ

କିଶୋରୀ ବାଳିକାଙ୍କ ଅଣ୍ଡା ଛତୁଆ ହଡପ ଅଭିଯୋଗ ଆଣିଲେ ହିତାଧିକାରୀଙ୍କ ପରିବାର ଲୋକେ 

ଢେଙ୍କାନାଳ (ମନିସ )29/7/25 — ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ ଥିବା ମକୁଆକାଟେଣୀ ପଞ୍ଚାୟତ ପଥରକଟା ଅଙ୍ଗନାୱାଡି କେନ୍ଦ୍ରରେ କିଶୋରୀ ବାଳିକାଙ୍କ ଅଣ୍ଡା, ଛତୁଆ, ହଡପ ଅଭିଯୋଗ ଆଣିଲେ ହିତାଧିକାରୀଙ୍କ ପରବାର ଲୋକେ। ସୂଚନା ମୁତାବକ ରାଜ୍ୟ ସରକାରଙ୍କ ତରଫରୁ ଚଉଦ ବର୍ଷରୁ ଅଠର ବର୍ଷ କିଶୋରୀ ବାଳିକା ମାନଙ୍କ ପାଇଁ ପ୍ରତି ମାସିକ ଅଣ୍ଡା ଷୋହଳଟି, ଛତୁଆ ଗୋଟିଏ ପ୍ୟାକେଟ, ବାଦାମ ଲଡ଼ୁ ଗୋଟିଏ ପ୍ୟାକେଟ ପ୍ରତି କିଶୋରୀ ବାଳିକା ମାନଙ୍କୁ ବଣ୍ଟନ କରା ଯାଇ ଥାଏ। କିନ୍ତୁ ଅଙ୍ଗନାୱାଡି କେନ୍ଦ୍ରର ୱାର୍କର ମାମା ସାହୁ ସେ ସବୁକୁ ବାଣ୍ଟିବା ବଦଳରେ ଅନିୟମିତତା କରୁଛନ୍ତି ବୋଲି ହିତାଧିକାରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଶୋରୀ ବାଳିକା ମାନଙ୍କ ପାଇଁ ମାସିକ ଅଣ୍ଡା ଷୋହଳଟି ଦେବା ବଦଳରେ ବାରଟି ଅଣ୍ଡା ବଣ୍ଟନ କରିବା ସହିତ ସଠିକ ସମୟରେ ଛତୁଆ,ଲଡ଼ୁ ବଣ୍ଟନ ନ କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଅଙ୍ଗନାୱାଡି ଅଫିସ ରେଜିଷ୍ଟରରେ ସମସ୍ତ କିଶୋରୀ ବାଳିକା ସଠିକ ସମୟରେ ଅଣ୍ଡା,ଛତୁଆ, ବାଦାମ ଲଡ଼ୁ ପ୍ରତି ମାସରେ ନେଉଛନ୍ତି ବୋଲି ହସ୍ତ ଗତ ହୋଇଛି। କିନ୍ତୁ ହିତାଧିକାରୀଙ୍କ ପରିବାର ଲୋକେ କହିବା ମୁତାବକ ଆମ ଝିଅ ମାନଙ୍କୁ ଅଙ୍ଗନାବାଡି ଦିଦି ମାମା ସାହୁ ଡାକି କେୱାଇସି କରା ଯାଉଛି କହି ଅଫିସ ରେଜିଷ୍ଟରରେ ଦସ୍ତଗତ କରି ହିତାଧିକାରୀଙ୍କ ପରିବାର ଲୋକଙ୍କୁ କହୁଛନ୍ତି ଆପଣଙ୍କର ପ୍ରତେକ ମାସରେ ସମସ୍ତ ଖାଦ୍ୟ ଦିଅ ଯାଉଛି ବୋଲି ଭୁଆଁ ବୁଲାଉଛନ୍ତି ଓ ଖାଦ୍ୟ କଥା ପଚାରିଲେ ଦିଦି ଦେଖାଉଛନ୍ତି ନାଲି ଆଖି ଗଣମାଧ୍ୟମଙ୍କୁ ପଢ଼ାଉଛନ୍ତି ପଣିକିଆ। ଅନ୍ୟ ପକ୍ଷରେ କିଶୋରୀ ବାଳିକାଙ୍କ ପରିବାର ଲୋକେ କହିଛନ୍ତି ଆମେ ଆଗରୁ ଜାଣି ନ ଥିଲୁ କିଶୋରୀ ବାଳିକା ମାନଙ୍କ ପାଇଁ ଅଙ୍ଗନାୱାଡ଼ି କେନ୍ଦ୍ରକୁ କଣ କଣ ଖାଦ୍ୟ ଆସୁଛି ତାହାଲେ ଆମେ ଖାଦ୍ୟ ନେଲୁ କେତେ ବେଳେ। ଏଠି କିନ୍ତୁ ପ୍ରଶ୍ନ ଉଠୁଛି କି ରାଜ୍ୟ ସରକାରଙ୍କ ଯୋଜନା ପ୍ରକୃତରେ ଡବଲ ଇଞ୍ଜିନ ସରକାରରେ ହିତାଧିକାରୀଙ୍କ ହିତରେ ଲାଗୁଛି କି ସେ ସବୁକୁ ହଡପ କରି ଆତ୍ମସାତ କରା ଯାଉଛି ହିତାଧିକାରୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସଠିକ ଭାବରେ ଅଣ୍ଡା, ଛତୁଆ ଓ ଲଡ଼ୁ ବଣ୍ଟନ କରାଯାଉଛି କି ଅନିୟମିତତା ରହୁଛି ତାହାକୁ ହିଁ ଅପେକ୍ଷା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡାବୁଗାଁ ରେ ମା ଦୂର୍ଗାଙ୍କ ଭସାଣି ଉତ୍ସବ 

Sunil Chandra Nayak

ରାଇରଙ୍ଗପୁର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ ପରିକ୍ରମା’ ତରଫରୁ ମେଧା ସମ୍ବର୍ଦ୍ଧନା

ଗଛ ବଞ୍ଚାଅ ଜଳ ବଞ୍ଚାଅ ସାଇକଲ ଅଭିଯାନ ରେ ୧୮ବର୍ଷ ର ଯୁବକ

Sunil Chandra Nayak

Leave a Comment

error: Content is protected !!