ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ସଦସ୍ୟ  ସମାଜସେବୀ କୁଞ୍ଜ ବିହାରୀ ସାହୁଙ୍କ ପରଲୋକ

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ସଦସ୍ୟ 

ସମାଜସେବୀ କୁଞ୍ଜ ବିହାରୀ ସାହୁଙ୍କ ପରଲୋକ

 କଳାହାଣ୍ଡି ଜିଲ୍ଲା ବିଜମରା ଗ୍ରାମର ସମାଜସେବୀ ତଥା ସଂଗଠକ କୁଞ୍ଜ ବିହାରୀ ସାହୁଙ୍କ ୩ ମାସ ଧରି କୋମା ଅବସ୍ଥାରେ ମୃତ୍ୟୁ ସାଙ୍ଗରେ ସଙ୍ଘର୍ଷ କଲା ପରେ ଆଜି ପୂର୍ବାହ୍ନରେ ନିଜ ଜନ୍ମ ମାଟିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା । ସ୍ୱର୍ଗତ ସାହୁ ଏକାଧାରରେ ଜଣେ ସୁବକ୍ତା, ସମାଜସେବୀ, କ୍ରୀଡାବିତ୍, ସ୍ଵେଚ୍ଛାକୃତ ରକ୍ତଦାତା, ଶିଶୁ ମନ୍ଦିରର ପୂର୍ବତନ ଆଚାର୍ଯ୍ୟ ଭାବରେ ଆଖ ପାଖ ଅଞ୍ଚଳରେ ବେଶ ପରିଚୟ ରଖିଥିବା ବେଳେ ତାଙ୍କରି ବିୟୋଗ ଜଣେ ସୁଚିନ୍ତକଙ୍କୁ ହରାଇଏକ ଶୂନ୍ୟତା ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି । ସ୍ୱର୍ଗତ ସାହୁ ଗତ ୧୮/୫/୨୦୨୪ ତାରିଖରେ ନିଜ ଗ୍ରାମର ମୁଖ୍ୟ ରାସ୍ତାରେ ସଡକ ଦୁର୍ଘଟଣାରେ ପଡ଼ି କୋମା ଅବସ୍ଥାରେ ରହିଯାଇଥିଲେ । ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କଲାପରେ ବୁର୍ଲା, ବରଗଡ଼ ବିକାଶ ଓ ଶେଷରେ ଭୁବନେଶ୍ୱର ସ୍ଥିତ ସୋମ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । କୌଣସି ସୁଫଳ ନ ମିଳିବାରୁ ପରିବାର ଲୋକେ ଘରକୁ ଫେରାଇ ଆଣିଥିଲେ। ସୋମବାର ପୂର୍ବାହ୍ନ ଶ୍ରୀକୃଷ୍ଣ ଜନ୍ମ ଦିନରେ ତାଙ୍କର ପରଲୋକ ହୋଇଛି । ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଥିବା ବେଳେ ପୁଅ ବିଶ୍ୱଦେବ ସାହୁ ମୁଖାଗ୍ନି ଦେଇଥିବା ସୁଚନା ମିଳିଛି । ମୃତ୍ୟୁ ଖବର ପରେ ଶତାଧିକ ଲୋକ ଅନ୍ତିମ ଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ ଯେ, ସେ ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ଜଣେ ସକ୍ରିୟ ସଦସ୍ୟ ଥିଲେ। ତାଙ୍କର ଦୁର୍ଘଟଣା ଜନିତ ଖବର ପରେ ମହାସଂଘ ର ସଦସ୍ୟ ମାନେ ତାଙ୍କର ପୁଅର ଫୋନ ପେ ଜରିଆରେ ୮୪୬୦୦/ ୦୦ ଟଙ୍କା ସହାୟତା କରିଥଲେ। ତାଙ୍କର ବିୟୋଗରେ ଦକ୍ଷିଣୀ ଶୌଣ୍ଢିକ ମହାସଂଘ କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ର ସଭାପତି ଥବିର ପ୍ରସାଦ ସାହୁ,ସଂପାଦକ ଗୋପାଳ ଚନ୍ଦ୍ର ସାହୁ ଗଭୀର ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୁଣି ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ : ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ 

Sunil Chandra Nayak

ଯୁକ୍ତ ଦୁଇ ବାଳକ କବାଡି ପ୍ରତିଯୋଗିତା

Sunil Chandra Nayak

ଜାତୀୟ ଡେଙ୍ଗୁ ଦିବସରେ ମ୍ୟlଲେରିଆ ଓ ଜଳବାହିତ ରୋଗ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!