ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତିରିଂ ବ୍ଳକ!ବଡଡାଳିମା ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଧୂମଧାମରେ ପାଳିତ 

ତିରିଂ ବ୍ଳକ!ବଡଡାଳିମା ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଧୂମଧାମରେ ପାଳିତ 

ମୟୂରଭଞ୍ଜ- ୨୭/୦୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ସିମାନ୍ଣ ତିରିଂ ବ୍ଳକର ମୁଖ୍ୟ ବାଣିଜ୍ୟ ପୀଠ ବଡଡାଳିମା ଗ୍ରାମସ୍ଥ ସରସ୍ବତୀ ଶିଶୁ ମନ୍ଦିରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହ ଧାର୍ମିକ ଆଚାରରେ ପାଳିତ ହୋଇଯାଇଛି ।କୁନି କୁନି ପିଲାମାନେ ରାଧାକୃଷ୍ଣ ବେଶରେ ଆକର୍ଷଣୀୟ ପୋଷାକ ପିନ୍ଧି ନିଜକୁ ସଜ୍ଜିତ କରି ବିଦ୍ୟାଳୟ ପରିସରରେ ଏକ କୃଷ୍ନମୟ ପରିବେଶ ସୃଷ୍ଟି କରିଥିଲେ ।ଗୁରୁଜୀ ଓ ଗୁରୁମା ମାନେ ଲୀଳାମୟ କୃଷ୍ନଙ୍କ ଜୀବନୀ ସମାଜରେ ଧର୍ମ ରକ୍ଷାର ମହତ୍ଵ ଉପରେ ଆଲୋକପାତ କରିଥିଲେ ।ପରେ କୃଷ୍ନ ବେଶରେ ଥିବା କୁନି କୁନି ପିଲାମାନଙ୍କୁ ପୂଜା କରିବା ସହ ବିଦ୍ୟାଳୟ ପରିସରରେ କୃଷ୍ନ ଭଜନ ଓ କୀର୍ତ୍ତନ କରାଯାଇଥିଲା ।ଏହି କୃଷ୍ନ ଉତ୍ସବର ମୁଖ୍ୟ ଆକର୍ଷଣ ତଥା ପ୍ରାଚୀନ ସଂସ୍କୃତିକୁ ଲୋକ ଲୋଚନକୁ ଆଣିବା ଓ ଲୋକଙ୍କ ଭିତରେ କୃଷ୍ନ ଭକ୍ତି,ପ୍ରେମ,ରସ ଜାଗରଣ କରିବା ପାଇଁ କୃଷ୍ନଵେଶରେ ସଜ୍ଜିତ କରାଯାଇଥିବା କୁନି କୁନି ପିଲାମାନଙ୍କୁ ନେଇ ବଡଡାଳିମା ବଜାର ପରିକ୍ରମା କରାଯିବା । ରାଧାକୃଷ୍ଣ ବେଶୀ ପିଲାମାନଙ୍କୁ ନେଇ ବଜାର ପରିକ୍ରମା ପରେ ସମସ୍ତେ ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା ସହ ଭଜନ, କୀର୍ତ୍ତନ ପରିବେଷଣ କରି ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମଣ ମାରାଣ୍ଡି,ସଂପାଦକ ରାମ ବାରିକ, ଗୁରୁ/ ଗୁରୁମା ରଜତ କର,ବିନୋଦ ଟିପିରିଆ,ଅନିଲ ଗିରି ଯଶୋଦା ବିନ୍ଧାଣି,ଲିଲିମା ବାରିକ,ଇନ୍ଦୁମତୀ କୁମ୍ଭାକାର,,ସୁମନ ବେହେରା,ନର୍ମଦା ପଣ୍ଡା,ସୁବାସ,ମୁନା ବାରିକ ପ୍ରମୁଖ ଙ୍କ ତତ୍ବାବଧାନରେ ଏହି ଭବ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସମଗ୍ର ବଡଡାଳିମାରେ ଏକ କୃଷ୍ନମୟ ପରିବେଶ ହୋଇ ଉଠିଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମା ସମଲେଶ୍ବରୀ ଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା

Sunil Chandra Nayak

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ 

masiha

ବାଲୁଗାଁ ଉମାମହେଶ୍ୱର ଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!