ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲ୍ୟାଣସିଂହପୁର ଠାରେ ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସଂସ୍କୃତି ପ୍ରଗତି ସାଥି ଶିବିର ଅନୁଷ୍ଠିତ 

କଲ୍ୟାଣସିଂହପୁର ଠାରେ ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସଂସ୍କୃତି ପ୍ରଗତି ସାଥି ଶିବିର ଅନୁଷ୍ଠିତ 

କଲ୍ୟାଣସିଂହପୁର-୮/୨ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପରିସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସାଥି ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ବନମାଳୀ କାଡ୍ରାକା ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜୀବ ଦାସ ଓ ବ୍ଲକ ଉପାଧ୍ୟକ୍ଷା ଡମ୍ବରୁ କଞ୍ଜ।କା, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା , ସମାଜ ସେବୀ ବି ମାଧବ ରାଓ, ଆଦିବାସୀ କନ୍ଧ କୂଳ ସମାଜର ବ୍ଲକ ଉପ ସଭାପତି ଶଙ୍କର ହୁଈକା, ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ,ପିଏ ଆଇ ଟି ଡି ଏ ଦିଲ୍ଲୀପ ବେହେରା , ଏ ଡି ଡବ୍ଲୁ ଓ ବିରେନ୍ଦ୍ର ସାହୁ , ଡି କେ ଡି ଏ ପ୍ରଜେକ୍ଟ ଅଧିକାରୀ ଫିଲିପି କୁମାର ବାଗ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ମଞ୍ଚାସିନ ରହିଥିଲେ । ଏହି କାର୍ଯ୍ୟକ୍ରମରେ ୭୫ଜଣ ମଧ୍ୟରୁ ୨୫ଜଣ ଆଦିବାସୀ ଭାଇ ମାନଙ୍କୁ ଅତିଥୀଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ବ୍ଳକ୍ ମଙ୍ଗଳ ଅଧିକାରୀ ଚନ୍ଦନ ବାଙ୍ଗାରିଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା । ଏଥିରେ ଶିକ୍ଷକ, ବ୍ଲକ,ସମନ୍ୱିତ ଶିଶୁ ବିକାଶ ର ସମସ୍ତ କର୍ମଚାରୀ ସମେତ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ଏଵଂ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ବନ ଦିବସରେ ବନପାଳ ସମ୍ମାନୀତ

Sunil Chandra Nayak

ଡେରାବିଶ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ. ୬୭ଟି ଅଭିଯୋଗ ପଞ୍ଜିକୃତ

Sunil Chandra Nayak

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ବାମନଘାଟୀ ନାଗରିକ ମଂଚ ତରଫରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମୌନବ୍ରତ ପ୍ରତିବାଦ 

Leave a Comment

error: Content is protected !!