ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଘର ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା

ରାୟଗଡା ଜିଲ୍ଲା ବିଷମ କଟକ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନି କକ୍ଷରେ ମୋ ଘର ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମ।।ଶଳା ଦୁଇ ଦିନ ଧରି ପର୍ଯ୍ୟାୟ କ୍ରମେ ଚାଲିଛି । ଏହି କର୍ମଶାଳା ବ୍ଳକ ର ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ ଆୟୋଜନ କରାଯାଇଛି । କର୍ମଶାଳାକୁ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକ ଙ୍କ ଅଧ୍ୟକ୍ଷତା କରିଛନ୍ତି । ଏ ଅବସରରେ ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତି ଶୁଶିଳା ଶବର ଉପସ୍ଥିତ ଥିଲେ । ରାଜ୍ୟ ସରକାର ଙ୍କ ମୋ ଘର ଯୋଜନା ର ଋଣ ପାଇବା ନିମନ୍ତେ ଅଙ୍ଗନୱାଡି କର୍ମୀ ମାନେ ଯୋଗ୍ୟ ହୋଇଥିବାରୁ ଶ୍ରୀ ନାୟକ ସଂପୃକ୍ତ ଅଙ୍ଗନୱାଡି କର୍ମୀ ମାନନଙ୍କୁ ମୋ ଘର ଯୋଜନା ର ଲାଭ ଉଠାଇ ଘର ନିର୍ମାଣ,ମରାମତି ନିମନ୍ତେ ଆବେଦନ କରି ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେବାପାଇଁ ସୂଚନା ଦେଇଥିଲେ ଏବଂ ଋଣ ନେବାର ଏକ ବର୍ଷ ପରେ ପ୍ରତ୍ୟେକ ମାସରେ ଋଣ ପରିଷୋଧ କରିବା ନିମନ୍ତେ ପର୍ବତାଇଥିଲେ । ତେବେ ଏହି ଋଣ ନେଲେ ରାଜ୍ୟ ସରକାର ୭୦ହଜାର ପର୍ଯ୍ୟନ୍ତ ଋଣ ଛାଡ ରହିଥିବାର ବ୍ୟବସ୍ଥା ରହିଥିବା ମଧ୍ୟ ସୂଚନା ଦେଇଥିଲେ । ତେଣୁ ସମସ୍ତ ଅଙ୍ଗନୱାଡି କର୍ମୀ ମୋଘର ଯୋଜାନ ଆବେଦନ ନିମନ୍ତେ ଆବଶ୍ୟକୀୟ କାଗଜ ପତ୍ର ସଂଗ୍ରହ କରି ଅନ୍‌ଲାଇନ୍ ରେ ଆବେଦନ କରିବା ନିମନ୍ତେ କହିଥିଲେ । ଏଥି ସହିତ ଅଙ୍ଗନୱାଡି କେନ୍ଦ୍ର ପରିଚାଳନାରେ କେନ୍ଦ୍ର ମାନଙ୍କରେ ରହିଥିବା ସମସ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ରାସକୋଲା ଗ୍ରାମ ପଂଚାୟତର ଟଗାପଦର,କୁର୍ଲୀ ଗ୍ରାମ ପଂଚାୟତର ଜନାପିଙ୍ଗା ଏବଂ ଚାଟିକୋଣା ପଂଚାୟତର ବାରିଗୁଡା ଠାରେ ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ବର୍ଷ ହେବ ଅର୍ଧନିମିତ ଅବସ୍ଥାରେ ପଡିରହିଥିବା କର୍ମୀ ମାନେ ବିଡିଓ ଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ ।, ଏଥି ସହିତ ଡୁକୁମ୍ ପଂଚାୟତ ର କିଆଲପାଡୁ ଏବଂ ବଡମଟକ ବାଡି କେନ୍ଦ୍ର ପରିଶରରେ ପାନୀୟ ଜଳ ସମସ୍ୟା ରହିଥିବା ନେଇ କର୍ମମାନେ ସୂଚନା ଦେଇଥିଲେ । ଛତୁଆ,ସୁଜିହାଲବା,ବାଦମ୍ ଲଡୁ ଯୋଗାଣରେ ଚାଲିଥିବା ବ୍ୟାପକ ଅନିମିତାତା ସମ୍ବନ୍ଧରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଛୋଟ ପିଲା,ଗର୍ଭବତୀ, ପ୍ରଶୂତି ମାଁ ମାନଙ୍କୁ ନିୟମିତ ଖାଦ୍ୟ ଯୋଗାଣ କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସିଡିପିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରାବଣ ମାସରେ ଶୁଖିଲା ପଡିଛି ପୋଖରୀ

Sunil Chandra Nayak

ତୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ 

Sunil Chandra Nayak

ନିର୍ବାଚନ ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କଲେ ଉପ ଜିଲ୍ଲାପାଳ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!