ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଇଁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା ସଙ୍ଘର କର୍ମକର୍ତ୍ତା

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଇଁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା ସଙ୍ଘର କର୍ମକର୍ତ୍ତା

କୋକସରା,୨୨/୭ // ବିଶ୍ୱ ଆଦିବାସୀ ଦିବସ ଆସନ୍ତା ଅଗଷ୍ଟ ୯ ତାରିଖରେ ପାଳନ ହେବା କାର୍ଯ୍ୟକ୍ରମ ରହିଛି ।କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ପକ୍ଷରୁ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀଙ୍କ ନେତୃତ୍ୱରେ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମୁଖ୍ୟ ଅତିଥି ଭାବେ ଆଦିବାସୀ ଦିବସରେ ନିମନ୍ତ୍ରଣ କରିବାକୁ ରବିବାର ଭୁବନେଶ୍ୱରରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ପକ୍ଷରୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ନିମନ୍ତ୍ରଣ ପତ୍ର ପ୍ରଦାନ ଅବସରରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ସମ୍ପାଦକ ସାଗର ମାଝୀ, କୋକସରା ବ୍ଲକ ଆଦିବାସୀ ସଂଘର ସଭାପତି ହେମନ୍ତ ମାଝୀ, ସାଧାରଣ ସମ୍ପାଦକ ତ୍ରିନାଥ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଗଣଶିକ୍ଷା ମନ୍ତ୍ରୀ ଏହି ସମାରୋହରେ ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଥିବା ଜଣାପଡିଛି। ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ କୋକସରା ବ୍ଲକରେ ପାଳନ ହେବାକୁ ସ୍ଥିରୀକୃତ ହୋଇଥିବା ନେଇ ଆଦିବାସୀ ସଂଘ କୋକସରା ବ୍ଲକ ସାଧାରଣ ସମ୍ପାଦକ ତ୍ରିନାଥ ଶବର ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନୂଆପଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ ଖୋ ଓ କବାଡି ପ୍ରତିଯୋଗିତା -୨୦୨୫-୨୬ 

Sunil Chandra Nayak

ମାଉଣ୍ଟ ଏଭରେଷ୍ଟ ଦିବସ ପାଳିତ

Leave a Comment

error: Content is protected !!