ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଭଦ୍ରାର ହିତାଧିକାରୀଙ୍କୁ ଶୀଘ୍ର ଆର୍ଥିକ ସହାୟତା ନିମନ୍ତେ ସାମନ୍ୱୟ ବୈଠକ 

ସୁଭଦ୍ରାର ହିତାଧିକାରୀଙ୍କୁ ଶୀଘ୍ର ଆର୍ଥିକ ସହାୟତା ନିମନ୍ତେ ସାମନ୍ୱୟ ବୈଠକ 

ଆସିକା ୦୩/୦୧/୨୫ // ଆସିକା ପଂଚାୟତ ସମିତି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁଭଦ୍ରା ଯୋଜନା ନିମନ୍ତେ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ଶୀଘ୍ର ପ୍ରଥମ କିସ୍ତି ଆର୍ଥିକ ରାଶି ପ୍ରଦାନ ନିମନ୍ତେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା l 

ଆସିକା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଅନୁଷ୍ଠିତ ସମନ୍ୱୟ ବୈଠକ ରେ ଏନ ଏ ସି ଇଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜଙ୍କ ତ୍ବତ୍ୱାବଧାମ ରେ ଏନ ଏ ପରିସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଇନ୍ଦିରା ମହାପାତ୍ର,ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ବୈକୁଣ୍ଠ ନାଥ ମହାନ୍ତି, ଏଡିବି ର ଶାଖା ପରିଚାଳକ ମନୋସ୍ୱିନୀ ସାହୁ, ଅଞ୍ଚଳ ପରିଦର୍ଶିକା ଦୀପ୍ତି ମୟୀ ଧୋବା, ରଂଯୁକ୍ତା ସ୍ୱାଇଁ, ସରସ୍ବତୀ ଆଚାର୍ଯ୍ୟ, ପ୍ରମିଳା ସାହୁ, କୁମୁନ୍ଦିନୀ ପାତ୍ର, ସମେତ ୟୁନିୟନ ବ୍ୟାଙ୍କ ର ଅଧିକାରୀ, ଏନ ଏ ସି ପକ୍ଷରୁ ସୁମନ୍ତ ସେନାପତି, କିଶୋର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l ଆସିକା ବ୍ଲକ ର ୧୮00 ରୁ ଉର୍ଦ୍ଧ ଏବଂ ଏନ ଏ ସି ର ୨୭୦ ଜଣଙ୍କ ରାସନ କାର୍ଡ ଥିବା ମହିଳା ମାନଙ୍କ ଜମା ଖାତା କୁ ରାଜ୍ୟ ସରକାର ଘୋଷଣା କରିଥିବା ଆର୍ଥିକ ରାଶି ଜମା ହୋଇ ନାହିଁ l ହିତାଧିକାରୀ ମାନଙ୍କ ଡି ବି ଟି ଇ-କେୱାଇସି ଗୁଡିକ ର କାମ ଶୀଘ୍ର ଶେଷ କରି ହିତାଧିକାରୀ ମାନେ ଯେଭଳି ଶୀଘ୍ର ସେମାନଙ୍କ ବ୍ୟାଙ୍କ ରେ ଜମା ଖାତା ଲିଙ୍କ ର କୌଣସି ତ୍ରୁଟି ନରହିବ ସେଥି ପାଇଁ ସମନ୍ୱୟ ଭାବେ ମିଳିମିଶି କାମ କରି ଆସନ୍ତା ଜାନୁଆରୀ 0୯ ତାରିଖ ମଧ୍ୟରେ ରେ ଶେଷ କରିବା ନିମନ୍ତେ ଆଲୋଚନା କାଟିଥିଲେ l ସମସ୍ତେ ତୃଣ ମୂଳ ସ୍ତରରୁ ହିତାଧିକାରୀ ମାନଙ୍କ ଘର ପାଖରେ ପହଂଚି ସୁଭଦ୍ରା ଟଙ୍କା ସେମାନଙ୍କ ମଳିବା ରେ ସାହାଯ୍ୟ କରିବାକୁ ସ୍ଥିର ହୋଇଥିଲେ l ଆୟୋଜିତ କାର୍ଯ୍ୟକ୍ରମ ଶେଷ ରେ ସୁଭଦ୍ରା ହେଲ୍ପ ଡେସ୍କ ର ଦୁଇ କର୍ମଚାରି ଶିବାନୀରଥ ଜଗନ୍ନାଥ ସ୍ୱାଇଁ ଉପସ୍ଥିତ ରହିଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ

Related posts

ରିସର୍ଚ୍ଚ ଇନଫରମେସନ ସିଷ୍ଟମ ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

masiha

ଖଡ଼ିଆଳରେ ମହାବନ୍ଦ ସଫଳ 

masiha

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ରଜ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!