ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୋଗୀ ସଜଫୁଲ ର ପୂର୍ବ – ଦକ୍ଷିଣାଞ୍ଚଳ ବିଶେଷାଙ୍କ ନିମନ୍ତେ ଲେଖା ଆବଶ୍ୟକ 

ସଂଯୋଗୀ ସଜଫୁଲ ର ପୂର୍ବ – ଦକ୍ଷିଣାଞ୍ଚଳ ବିଶେଷାଙ୍କ ନିମନ୍ତେ ଲେଖା ଆବଶ୍ୟକ 

ଘଟଗାଁ,୪/୧ : ସମଗ୍ର ଓଡ଼ିଶାର ପୁରପଲ୍ଲୀକୁ ସ୍ପର୍ଶ କରିବା ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ଅଗ୍ରଣୀ ତଥା ସୃଜନୀ ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା କେନ୍ଦୁଝର ର ତ୍ରୈମାସିକ ମୁଖପତ୍ର ” ସଂଯୋଗୀ ସଜଫୁଲ ” ର ପଶ୍ଚିମାଞ୍ଚଳ ବିଶେଷାଙ୍କ ଲୋକାର୍ପଣ ଅପୂର୍ବ ସଫଳତା ପାଇବା ପରେ ତା’ର ଆଗାମୀ ସଂଖ୍ୟା ଓଡ଼ିଶାର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକୁ ନେଇ ସମର୍ପଣ କରାଯାଇଛି । ଏହି ସଂଖ୍ୟାରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ,ନୟାଗଡ଼,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ , ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ନିଆଯାଇଅଛି ।ଏଣୁ ଉକ୍ତ ଜିଲ୍ଲା ମାନଙ୍କର ଲେଖକ ଲେଖିକା ବୃନ୍ଦ ପରିବେଶ, ପାରିବାରିକ ଓ ସମାଜ ସଂସ୍କାରଧର୍ମୀ ଭିତ୍ତିକ ଲେଖା ( ଗଦ୍ୟ ସାହିତ୍ୟ ପାଇଁ ୫୦୦ ଶବ୍ଦ ଓ କବିତା ନିମନ୍ତେ ୨୪ ଧାଡ଼ି ମଧ୍ୟରେ ଛନ୍ଦଯୁକ୍ତ ) ମୋବାଇଲରେ ଟାଇପ୍ କରି ଆସନ୍ତା ଫେବୃୟାରୀ ମାସ ଶେଷ ସୁଦ୍ଧା ସଂପାଦକଙ୍କ ହ୍ବାଟ୍ସ ଆପ୍ ନଂ – ୯୪୩୭୧୫୨୯୩୬ ମାଧ୍ୟମରେ ଯୋଗାଯୋଗ କରି ପଠାଇ ପାରିବେ । ଉକ୍ତ ଅଞ୍ଚଳର ଲେଖାଗୁଡିକୁ ଅଗ୍ରାଧିକାର ଦିଆଯିବା ସହ ଅନ୍ୟ ଜିଲ୍ଲାର ସାରସ୍ବତ ସାଧକ ସାଧିକା ମାନଙ୍କ ସୃଷ୍ଟି ମଧ୍ୟ ସ୍ଥାନ ଦିଆଯିବ। ଲୋକାର୍ପଣ ଉତ୍ସବରେ ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳର ପ୍ରତ୍ୟେକ ଜିଲ୍ଲାରୁ ସର୍ବନିମ୍ନ ଜଣେ ସାରସ୍ବତ ସ୍ରଷ୍ଟା/ କଳାକାର / ସମାଜସେବୀ ମାନଙ୍କୁ ” ସଂଯୋଗୀ ସଜଫୁଲ ସମ୍ମାନ ” ରେ ସମ୍ମାନିତ କରାଯିବା ସହିତ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ କବି, କବୟିତ୍ରୀ ଙ୍କୁ ” ସଂଯୋଗୀ ପ୍ରଶଂସା ପତ୍ର ” ଦିଆଯିବ ବୋଲିି ସଂଯୋଗୀ ସଜଫୁଲ ପରିବାର ତରଫରୁ ସଂପାଦକ ବାବୁଲାଲ ପଲେଇ ଗଣମାଧ୍ୟମକୁ ଜଣାଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମହାବୀରରୋଡ଼ ଫାଣ୍ଡି କୁ ନୂତନ ଥାନା ଭାବେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ଜୁନାଗଡ଼ ଫୁଲବାରି ପଡ଼ାକୁ ରାସ୍ତା ନାହିଁ ଲତା ବୁଦା ହୁଡା ଦେଇ ଯିବା ଆସିବା କରନ୍ତି ପଡ଼ାବାସୀ

masiha

ଅଧିକ ଟାଣଖରା ହେଉଥିବାରୁ ଅଂଶୁଘାତ ପାଇଁ ସଚେତନ କଲେ ଧୂମାଭଟା ସରପଞ୍ଚ ବନମାଳୀ

masiha

Leave a Comment

error: Content is protected !!