ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଲ୍ଲୀ ଅଭି ମୁଖେ ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କ ଯାତ୍ରା

ନୂଆପଡା ଜିଲ୍ଲାର ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟରେ ଦେଖାଦେଇଛି ଖୁସିର ଲହରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ବତନ୍ତ୍ର ନିମନ୍ତ୍ରଣ ଆସି ପହଞ୍ଚିଛି ସୁନାବେଡା ଗାଁରେ । ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ଦମ୍ପତି ଯୁବରାଜ ସିଂ ଛତ୍ରୀଆ ଧର୍ମପତ୍ନୀ ଆସମତି ଛତ୍ରୀଆ ଦିଲ୍ଲୀ ଅଭିମୁଖେ ଯାତ୍ରା। ରାଜ ଅତିଥି ଭାବରେ ଯୋଗଦେଇ ଐତିହାସିକ ଲାଲକିଲାଠାରେ ପାଳିତ ହେବାକୁ ଥିବା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ଯୋଗଦେବେ ଏହି ଦମ୍ପତି । ଭାରତର ଗର୍ବ ଓ ଗୌରବ ସ୍ବର୍ଣ୍ଣିମ ଇତିହାସକୁ ମନେପକାଇ ତ୍ରିରଙ୍ଗା ପତାକା ଉଡାଇବେ ଭାରତର ପ୍ରଧାନମନ୍ତ୍ରୀ । ଏହି ମହାନ ଜାତୀୟ ପର୍ବକୁ ଅତି ନିକଟରୁ ଉପଭୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ନିଧି ହିତାଧିକାରୀ ଭାବରେ ଓଡ଼ିଶାର ଏକମାତ୍ର ଆଦିମ ଜନଜାତି ବର୍ଗର କୃଷକ ଭାବରେ ଯୁବରାଜ ସିଂ ଛତ୍ରୀଆ ଧର୍ମପତ୍ନୀ ଆସମତି ଛତ୍ରୀଆ ସୁଯୋଗ ପାଇଛନ୍ତି । ଏନେଇ ନୂଆପଡା ଜିଲ୍ଲା ସୁନାବେଡାବାସୀ ଖୁସି ଜାହିର କରିଛନ୍ତି । ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ସୁନାଦେଈ ପୀଠରେ ପ୍ରଥମେ ପୂଜାର୍ଚ୍ଚନା କରି ମୁଣ୍ଡିଆମାରି ଉଭୟେ ଦମ୍ପତି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆଦିମ ଚକୋଟିଆ ଭୁଞ୍ଜିଆ ଜନଜାତି ନିୟମ ଅନୁଶାରେ ଉଭୟେ ଦମ୍ପତି ଚପଲ ଜୋତା ବ୍ୟବହାର ନକରି ଖାଲି ପାଦରେ ଦିଲ୍ଲୀ ଯାତ୍ରା କରିଛନ୍ତି । ଏନେଇ ଉଭୟେ ଦମ୍ପତିଙ୍କୁ ପଚାରିବାରୁ ଚକୋଟିଆ ଭୁଞ୍ଜିଆଙ୍କ ମୌଳିକ ହକ ଅଧିକାର ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକରି ଅବଗତ କରିବେ ବୋଲି ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ହାତୀ ଆକ୍ରମଣରେ ଚାଷୀ ମୃତ   

Sunil Chandra Nayak

ଗୁଣ୍ଡୁରିଆରେ ମୃତ ଯବାନଙ୍କୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲା ପ୍ରଶାସନ ଓ ଗ୍ରାମବାସୀ 

Sunil Chandra Nayak

ରାଧାକୃଷ୍ଣ କଳlପରିଷଦ ଫୁଟବଲ ଟୁର୍ଣ୍ଣlମେଣ୍ଟ ଉଦଯାପିତ , ମଣ୍ଡଳ କୁ ହରାଇ ଧର୍ମଗଡ ଚାମ୍ପିଅନ

masiha

Leave a Comment

error: Content is protected !!