ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ପଞ୍ଚାୟତ ତରଫରୁ ଧୁମଧାମରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମୋର ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ

ବନ୍ଧୁଗାଁ ତା ୧୨/୮/୨୩ //;ଆଜି ବନ୍ଧୁଗାଁ ପଞ୍ଚାୟତ ପିଓ ଶ୍ରୀ ରାମ ମେଲେକାଙ୍କ ନିମନ୍ତ୍ରଣ କ୍ରମେ ବନ୍ଧୁଗାଁ ବ୍ଲକର ଅନେକ ଜଣାଶୁଣା ବୁଦ୍ଧିଜୀବୀ, ଶତାଧିକ ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମାଆ ମାନଙ୍କ ଉପସ୍ଥିତିରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁଇ ଶହରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି । ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ ମେରି ମାଟି ମେରା ଦେଶର ଵସୁଧା ବନ୍ଧନ ପାଇଁ ଶପଥ ପାଠ କରାଯାଇଥିଲା । ପୁର୍ବତନ ସରପଞ୍ଚ ଗେମ୍ବେଲି ତିରୁପତି ରାଓ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରଥମ ବୃକ୍ଷ ରୋପଣ କରାଯାଇ ଥିଲା । ଆଜିର ନିମନ୍ତ୍ରିତ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟ ମାଜି ହିମିରିକା , ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, ବିଜେପିର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଓ ବ୍ଲକ ପ୍ରଭାରୀ ଶରତ ପାତ୍ର, କଂଗ୍ରେସ ସଭାପତି ଡି ଏଙ୍କାଟି, ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସେଠୀ , ପୁର୍ବତନ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ଉପସ୍ଥିତ ରହି ଥିବା ବେଳେ ସମ୍ବାନିତ ଅତିଥି ଭାବେ ବିଜେଡ଼ି ଦଳର ବରିଷ୍ଟ କର୍ମୀ ଓ ସାଧାରଣ ସମ୍ପାଦକ ଅଭିମନ୍ୟୁ ଭାଣ୍ଡିି , ମୁକୁନ୍ଦ ବେବରା, ବିଜେଡ଼ି ଜୋନ ୨ କୋର୍ଡିନେଟର ଉତ୍ତମ ନାୟକ,ଯୁବ ଛାତ୍ର ସଭାପତି କାହୁଁ ବେବରା, ଯୋଗାଣ ସହାୟକ ଚନ୍ଦନ କୁମାର ଭଗି , ଜି ଆର ଏସ ସୁରେଶ ଚେଟ୍ଟୀ ,ବିଜେଡ଼ି ଜୋନ ୨ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଥିଲେ । ବନ୍ଧୁଗାଁ ପଞ୍ଚାୟତର ପି ଓ ରାମ ଚନ୍ଦ୍ର ମେଲେକାଙ୍କ ତତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚଳନା କରଯାଇଥିଲା । ଏଥି ଗାରିଡି ପଞ୍ଚାୟତର ଗ୍ରାମ ରୋଜଗାର ସେବକଙ୍କ ନେତୃତ୍ୱରେ ଗାରିଡି ପଞ୍ଚାୟତର ସରପଞ୍ଚ ଶ୍ରୀମତି ମତି ମାଣ୍ଡିଙ୍ଗଙ୍କ ଉପସ୍ଥିତରେ ଆଜି ମ ମାଟି ମ ଦେଶ, ଆଲୋମଣ୍ଡା ପଞ୍ଚାୟତର ପିଓ ଶ୍ରୀ ପ୍ରବୀଣ କୁମାର ସାହୁକାରଙ୍କ ତତ୍ଵାବୋଧରେ ଆଜିର କ୍ରମରେ ଯୋଗଦେଇ ଅନେକ ନାମର ଗଛ ଲଗେଇଥିବାର ଦେଖିବାକୁ ମିଳିଥିଲା I ଶେଷରେ ପଞ୍ଚାୟତ ତରଫରୁ ଉପସ୍ଥିତ ସମସ୍ତଙ୍କୁ ଚା ଓ ବିସ୍କୁଟ ଖାଇବାକୁ ଦିଆ ଯାଇଥିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଶିକ୍ଷାର ଆଲୋକ ବର୍ତ୍ତିକା ଶିକ୍ଷକର ଦେହାବସାନ ରେ ସମସ୍ତେ ଶୋକାକୁଳ 

Sunil Chandra Nayak

କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପରିଦର୍ଶନରେ ରାଜ୍ୟସଭା ସାଂସଦ

masiha

ଧର୍ମ ପରାୟଣ ମହିଳା ଙ୍କ ବିୟୋଗରେ ଶୋକ

Leave a Comment

error: Content is protected !!