ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବର୍ଣ୍ଣରେଖା ରାଇବଣିଆ ଇନର ହୁଇଲ କ୍ଲବକୁ ଜିଲ୍ଲା ଅଧ୍ୟକ୍ଷଙ୍କ ପରିଦର୍ଶନ କାର୍ଯ୍ୟକ୍ରମ

ସୁବର୍ଣ୍ଣରେଖା ରାଇବଣିଆ ଇନର ହୁଇଲ କ୍ଲବକୁ ଜିଲ୍ଲା ଅଧ୍ୟକ୍ଷଙ୍କ ପରିଦର୍ଶନ କାର୍ଯ୍ୟକ୍ରମ

ଜଳେଶ୍ବର,-୩୦/୫(ମନିସ)-ଜଳେଶ୍ୱରର ଅନ୍ୟତମ ଅଗ୍ରଣୀ ମହିଳା ସ୍ବେଚ୍ଛାସେବୀ ସଂଗଠନ ସୁବର୍ଣ୍ଣରେଖା ରାଇବଣିଆ ଇନର ହୁଇଲ କ୍ଲବକୁ ଜିଲ୍ଲା ଅଧ୍ୟକ୍ଷ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ପରିଦର୍ଶନ କାର୍ଯ୍ୟକ୍ରମ ନୁଆବଜ଼ାରସ୍ଥିତ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।କ୍ଲବର ସଭାପତି ଆରତୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କ୍ଲବର ପୂର୍ବତନ ସଭାପତି ସୁଷମା ରାଣୀ ଭୂୟାଁ କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଇନର ହୁଇଲ ଜିଲ୍ଲା- ୩୨୬ ଅଧ୍ୟକ୍ଷ ଶ୍ରୀମତୀ ତ୍ରିପାଠୀ ଇନର ହୁଇଲ ଦ୍ୱାରା କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ ମହିଳା ସଙ୍ଗଠନକୁ ସୁଦୃଢ ଓ ସୁସଙ୍ଗଠିତ କରିବା , ରହିଛି ବୋଲି ସେ ପ୍ରକାଶ କରିଥିଲେ। କ୍ଲବର ଆଇ.ଏସ.ଓ ସ୍ମରଣିକା ପଟ୍ଟନାୟକ କ୍ଳବର ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅଵସରରେ କ୍ଲବର ନୂତନ ସଭ୍ୟା ରୂପେ ପ୍ରାଥମିକ ଶିକ୍ଷୟତ୍ରୀ କବିତା ରାଣୀ କୁଣ୍ଡୁଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ତ୍ରିପାଠୀ ଶପଥ ପାଠ କରିବା ପରେ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ କ୍ଲବର କୋଷାଧକ୍ଷ ରଞ୍ଜିତା ଭୂୟାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ମୁଖ୍ୟଅତିଥିଙ୍କୁ କ୍ଲବ ପକ୍ଷରୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଭୁବନେଶ୍ୱରରେ ମଧୁ ଜୟନ୍ତୀ ପାଳିତ

Sunil Chandra Nayak

ଗୁରୁ ଦିବସରେ ରାଜ୍ୟର ତିରିଶି ଜଣ ଲୋକ କଳା ଗୁରୁ ହେବେ ସମ୍ବର୍ଦ୍ଧିତ : ମହାସଂଘ 

Sunil Chandra Nayak

ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!