ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵେଚ୍ଛାସେବୀଙ୍କ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ

ସ୍ଵେଚ୍ଛାସେବୀଙ୍କ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ

ନର୍ଲା ୩୦/୧୦ କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀଙ୍କ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ପତାକା ଉତ୍ତୋଳନ କରିବା ସହ ରେଡକ୍ରସର ଜନକ ହେନେରୀ ଡୋନାଲ୍ଡଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ଯୁବ ରେଡକ୍ରସ୍ ପରାମର୍ଶଦାତା ଡକ୍ଟର ଅଜିତ କୁମାର ବେହେରା ରେଡକ୍ରସର ଉତ୍ପତ୍ତି, କ୍ରମବିକାଶ, ସ୍ଵେଚ୍ଛାସେବୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ତାଲିମ ଦେଇଥିଲେ। ଅଧ୍ୟାପିକା ଡ. ମୋନାଲିଶା ଶତପଥୀ ଓ ଅଧ୍ୟାପିକା ପ୍ରଜ୍ଞା ପରିମିତା ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନବାଗତ ସ୍ବେଚ୍ଛାସେବୀମାନକୁ ଯୁଦ୍ଧ, ବନ୍ୟା, ବାତ୍ୟା ଭଳି ଦୁର୍ଦ୍ଦିନରେ କିପରି ରେଡକ୍ରସ ସ୍ବେଚ୍ଛାସେବୀମାନେ ପ୍ରମୁଖ ଭୂମିକା ନିର୍ବାହ କରନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଓଡିଶା ମିଲେଟ୍ସ ମିଶନ ତରଫରୁ ଖାଦ୍ୟମେଳା 

Sunil Chandra Nayak

ବୋରୀଗାଁ ରେ ଫଗୁଣ ମଣ୍ଡେଇ ପାଳିତ 

masiha

ଶୁଣ୍ଢି ସମାଜ ର କୁଳପତି ହେଲେ ପୂର୍ବ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା

masiha

Leave a Comment

error: Content is protected !!