ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ବଡ’ପଣ୍ଡା-ବଡ’ଭକୁଆ”କମ୍ପାନୀର ନିଜସ୍ୱ କର୍ମଚାରୀ ଶୁଭଙ୍କର ବଦଳେ କମ୍ପାନୀ ପାଇଁ ଭୟଙ୍କର ସାଜିଛି

“ବଡ’ପଣ୍ଡା-ବଡ’ଭକୁଆ”କମ୍ପାନୀର ନିଜସ୍ୱ କର୍ମଚାରୀ ଶୁଭଙ୍କର ବଦଳେ କମ୍ପାନୀ ପାଇଁ ଭୟଙ୍କର ସାଜିଛି

ବଡ଼ବିଲ:-ସତରେ ନିଜର ସ୍ଥାନ ସୁରକ୍ଷିତ ତଥା ସ୍ୱାର୍ଥ ହାସଲ କରିବା ପଛରେ ଯୋଡ଼ା ମଣ୍ଡଳରେ ଥିବା ଏକ ଭାରତ’ବର୍ଷର ପ୍ରତିଷ୍ଠିତ କମ୍ପାନୀର ନିଜସ୍ୱ କର୍ମଚାରୀର କାର୍ଯ୍ୟକଳାପରେ ଉକ୍ତ କମ୍ପାନୀ ନିମନ୍ତେ ଏବେ ଶୁଭଙ୍କର କାର୍ଯ୍ୟ ପ୍ରତିବଦଳରେ ଭୟଙ୍କର କାର୍ଯ୍ୟ କରୁଛି।ତେବେ ବୃହତ୍ତମ ତଥା ପ୍ରତିଷ୍ଠିତ କମ୍ପାନୀର ମାନକୁ କମ୍ପାନୀର ଏଭଳି କେଇ ଜଣ ସହରରେ ମୁଣ୍ଡି ସାଜିଥିବା ଭୟଙ୍କର କର୍ମଚାରୀଙ୍କର ବ୍ୟବହାର’ଆଚରଣରେ ଧୂଳିସାତ କରୁଥିବା ବେଳେ ଉକ୍ତ କମ୍ପାନୀ କର୍ମଚାରୀ କେଇ ଜଣ ମୁଖାଧାରୀ ବାହାସ୍ପଟ ଏବଂ ତେଲମରାଙ୍କୁ ଧରି ନିଜର ମୁହଁ’ଟାଣ କରି,କମ୍ପାନୀ ଆଗରେ ନିଜ ସ୍ଥାନକୁ ବଞ୍ଚେଇ ରଖିଥିବା ଦେଖିବାକୁ ମିଳେ।ତେବେ କମ୍ପାନୀର ଏହି ଭୟଙ୍କର କର୍ମଚାରୀ ଜଣକର ଅସଭ୍ୟ ପକୃତିକୁ କମ୍ପାନୀର ଉପରସ୍ଥ ଭକୁଆ ସାଜି ଦେଖୁଥିବା ବେଳେ କମ୍ପାନୀ ତାହାର ପୈତୃକ ସମ୍ପତି ବୋଲି ଅନୁଭବ କରାଇ ବାହାସ୍ପଟ ମାରିବୁଲେ।ତେବେ ଦେଖିବାକୁ ଗଲେ କମ୍ପାନୀର ମୁଖ୍ୟ ଅଣଓଡ଼ିଆ ଅଫିସର ସହରରେ ବିରଜାମାନ ରହିଥିବା ସ୍ୱତ୍ୱେ,କିଛି ବୁଝି’ସୁଝି ନପାରିବା ହେତୁ କମ୍ପାନୀର ଗବଗଣ୍ଡୁ ଅଣଅଫିସର କର୍ମଚାରୀର କାର୍ଯ୍ୟକଳାପ ଦିନକୁ’ଦିନ ଶୁଭଙ୍କର ହୋଇବା ପ୍ରତିବଦଳରେ ଭୟଙ୍କର ଗୁଣକୁ ବଡପଣ୍ଡା ବଡଭକୁଆ ବନି କମ୍ପାନୀର ପାଖ ଜିଲ୍ଲାରେ ବସି ଦେଖୁଛି ବୋଲି ଜଣାପଡେ।ଫଳରେ କମ୍ପାନୀର ଏବେକାର ଏହି ଭୟଙ୍କର କର୍ମଚାରୀ ଏବଂ ବଡପଣ୍ଡା-ବଡ ଭକୁଆ ପାଇଁ ଆଗକୁ କମ୍ପାନୀର ବହୁ ଭାଣ୍ଡା ଫିଟି ଲୋକଲୋଚନକୁ ଆସିବା ଥୟ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଏନଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

ନ୍ୟୁ ଇଣ୍ଡିଆ ଦ୍ୱାରା ବର୍ଷାଜଳ ସଂରକ୍ଷଣ ସଚେତନତା

Sunil Chandra Nayak

ଇସ୍ପାତ ଫିଟନେସ ପାଥ ରେ ରଜ ମହୋତ୍ସବ ପାଳନ 

masiha

Leave a Comment

error: Content is protected !!