ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଷ୍ଟେସନର ଉନ୍ନତି ଓ ବିଭିନ୍ନ ଟ୍ରେନ ସମ୍ପ୍ରସାରଣ ଡିଆରଏମ ଙ୍କ ଠାରେ ଦାବୀ କଲେ ନାଗରିକ କମିଟି

ଜୁନାଗଡ଼ ଷ୍ଟେସନର ଉନ୍ନତି ଓ ବିଭିନ୍ନ ଟ୍ରେନ ସମ୍ପ୍ରସାରଣ ଡିଆରଏମ ଙ୍କ ଠାରେ ଦାବୀ କଲେ ନାଗରିକ କମିଟି

ଜୁନାଗଡ଼,୨୫/୮(ମ ନି ସ) ଜୁନାଗଡ଼ ଷ୍ଟେସନ ର ଉନ୍ନତି କାରଣ ଓ ବିଭିନ୍ନ ଟ୍ରେନ ର ସମ୍ପ୍ରସାରଣ ନେଇ ଏକ ଦାବି ପତ୍ର ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଡିଆରଏମଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଜଣାଯାଇଛି।ସମ୍ବଲପୁର ଡିଆରଏମ ତୁଷାର କାନ୍ତି ପାଣ୍ଡେ ଜୁନାଗଡ଼ ଷ୍ଟେସନ ପରିଦର୍ଶନ କରିଥିଲେ।ଜୁନାଗଡ଼ ନାଗରିକ କମିଟି ତରଫରୁ ତାଙ୍କୁ ଭେଟି ଜୁନାଗଡ଼ ଷ୍ଟେସନ ବିଭିନ୍ନ ସମସ୍ୟା ଓ ଜୁନାଗଡ଼ ରୋଡ଼ ଷ୍ଟେସନକୁ ବିଭିନ୍ନ ଟ୍ରେନ ସମ୍ପ୍ରସାରଣ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ତାଙ୍କ ଜରିଆରେ ଏକ ଦାବିପତ୍ର ଦେଇଥିଲେ।ଏହିସବୁ ଦାବୀ ମଧ୍ୟରେ ରେକସେଡ ମଧ୍ୟରେ ପାନୀୟ ଜଳ ବିଜୁଳି ବ୍ୟବସ୍ତା, ହଣ୍ଡାଖାଲ ପଡ଼ାରୁ ଷ୍ଟେସନ ରାସ୍ତା ର ଉନ୍ନତି କରନ ଓ ଗାର୍ଡ ଉୟାଲ ନିର୍ମାଣ ,ଷ୍ଟେସନ ସେଡ, କେଣ୍ଟିନ,ଟିକଟ କାଉଣ୍ଟର ନିୟମିତ ଖୋଲିବା ସହ ରାୟପୁର ଓ ବିଶାଖାପାଟଣା ପାଇଁ ଜୁନାଗଡ଼ ରୋଡ଼ ଷ୍ଟେସନରୁ ଏକ୍ସପ୍ରେସ ଟ୍ରେନ ଚଳାଚଳ, ଇସ୍ପାତ ଏକ୍ସପ୍ରେସ କୁ ଜୁନାଗଡ଼ ପର୍ଯନ୍ତ ସମ୍ପ୍ରସାରଣ, ଜୁନାଗଡ଼ ରୋଡ଼ ରୁ ଭୟା ସମ୍ବଲପୁର ଦେଇ ଭୁବନେଶ୍ୱର କୁ ନୂତନ ଟ୍ରେନ ଏବଂ ଜୁନାଗଡ଼ ରୋଡ଼ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ପ୍ରଭୃତି ଦାବୀ ରହିଛି ।ଏଥିନେଇ ରେଳ ମନ୍ତ୍ରଣାଳୟର ସମ୍ପୂର୍ଣ୍ଣ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଡିଆରଏମ ନାଗରିକ କମିଟିକୁ ପ୍ରତିଶୃତି ଦେଇଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଜି ବି ମଣ୍ଡିରୁ ଉଠିଲା ନାହିଁ ,ଚାଷୀ ସଙ୍ଗଠନ ଓ ମିଲର ନିଜ ଜିଦ ରେ ଅଟଳ

masiha

ରୋଟାରି କ୍ଲବ ରିଭରସାଇଡର ଦଶମ ସ୍ଥାପନା ଦିବସ ପାଳିତ

ରାୟଗଡ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!