ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇଲେରିଆ, ଡେଙ୍ଗୁ, ମ୍ୟାଲେରିଆ ତଥା ଭେକଟର ବାହିତ ରୋଗର ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ  ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ଅଭିଯାନ

ଫାଇଲେରିଆ, ଡେଙ୍ଗୁ, ମ୍ୟାଲେରିଆ ତଥା ଭେକଟର ବାହିତ ରୋଗର ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

 ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ଅଭିଯାନ

ମୟୂରଭଂଜ – ୨୨/୦୭ —  ଆଜି ଅପରାହ୍ନ ରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତା ରେ ସମ୍ମିଳନୀ କକ୍ଷରେ ଫାଇଲେରିଆ ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତହୋଇଯାଇଛି. ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ, ଏଡିଏମଓ ଡାକ୍ତର ବିଜୟ କୁମାର ଦାଶ ଯୋଗ ଦେଇଥିଲେ।

ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ , ଜିଲ୍ଲାରେ ଚଳିତ ବର୍ଷ ଆଗାମୀ ଅଗଷ୍ଟ ମାସ ୧୦ ତାରିଖ ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଫାଇଲେରିଆ ନିରାକରଣ ଅଭିଯାନ ସମ୍ଭନ୍ଧ ରେ ବିସ୍ତୃତ ଭାବେ ସମସ୍ତଙ୍କୁ ଅବଗତ କରାଇଥିଲେ. ଯେହେତୁ ଓଡିଶା ରେ ୧୧ ଗୋଟି ଫାଇଲେରିଆ ପ୍ରବଣ ଜିଲ୍ଲା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ଚିହ୍ନିତ ହୋଇଛି ତେଣୁ ଏହାର ନିରାକରଣ ପାଇଁ ୨୦୨୧ ମସିହାରୁ ପ୍ରୟାସ ତଥା ନିୟମିତ ଚିକିତ୍ସା ଫଳରେ ପର୍ଯ୍ୟାୟ କ୍ରମେ ହ୍ରାସ ପାଇଥିବା ବେଳେ ଚଳିତ ବର୍ଷ ଏହାକୁ ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ୟମ କରାଯାଉଛି. ଏହି ଅଭିଯାନ କୁ ସମ୍ପୂର୍ଣ୍ଣ ସଫଳ କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ. ଭିବିଡି ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ କହିଥିଲେ ଯେ ଏହି ଅଭିଯାନର ମୁଖ୍ୟ ଉଦେଶ୍ୟ ହେଉଛି ସାମୁହିକ ଔଷଧ ସେବନ ଦ୍ୱାରା ବାତଜ୍ୱର ବା ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ. ନିଜେ ଏବଂ ନିଜ ପରିବାରର ୨ବର୍ଷରୁ ଉର୍ଦ୍ଧ ସଦସ୍ୟ ସମସ୍ତେ ଫାଇଲେରିଆ ନିରାକରଣ ଔଷଧ ଖାଇ ଫାଇଲେରିଆ ରୋଗରୁ ରକ୍ଷା ପାଆନ୍ତୁ. ବୟସ ଓ ଉଚ୍ଚତା ଅନୁସାରେ ଜଣେ ଡିଇସି ବଟିକା ସହିତ ଆଲବେଣ୍ଡାଜଲ ଓ ଆଇଭରମେକ୍ଟିନ ବଟିକା ଗୋଟିଏ ମାତ୍ରାରେ ସମୁଦାୟ ବଟିକା ଖାଦ୍ୟ ଖାଇସାରିବା ପରେ ଏକ ସଙ୍ଗରେ ଖାଇବା ପାଇଁ ପରାମର୍ଶ ଦିଆଯାଇଛି.।

କେବଳ ଗର୍ଭବତୀ ମହିଳା,୨ବର୍ଷରୁ କମ ବୟସ ଶିଶୁ, ଏକ ସପ୍ତାହ ମଧ୍ୟରେ ଶିଶୁ ପ୍ରସବ କରିଥିବା ମା ଓ ଅତ୍ୟନ୍ତ ଗୁରୁତର ଅସୁସ୍ଥଥିବା ବ୍ୟକ୍ତିଙ୍କୁ ଏହି ବଟିକା ଖାଇବା ପାଇଁ ବାରଣ କରାଯାଉଛି. ଏହି ଔଷଧ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇଦିଆଯାଉଛି ଏବଂ ଏହା ସମ୍ପୂର୍ଣ୍ଣ ନିରାପଦ ଓ ସୁରକ୍ଷିତ. ସ୍ୱାସ୍ଥ୍ୟ ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ. ତେଣୁ ଲୋକମାନେ କୌଣସି ପ୍ରକାର ଭୟଭିତ ନହୋଇ ବିନା ଆଶଙ୍କାରେ ଏହି ଔଷଧ ସେବନ ନିମନ୍ତେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି. ଏହି ଅଭିଯାନ ରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ କିମ୍ବା ତାଲିମ ପ୍ରାପ୍ତ ସ୍ବେଛାସେବୀ ମାନେ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ ଏକାଧିକ ବାର ଘରକୁ ଘର ଯାଇ ପ୍ରତ୍ୟେକ ପରିବାରର ଉପଯୁକ୍ତ ସଦସ୍ୟଙ୍କୁ ଏହି ଔଷଧ ଖୁଆଇବା ସହିତ ପ୍ରତ୍ୟେକ ସରକାରୀ/ ବେସରକାରୀ କାର୍ଯ୍ୟାଳୟ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ଉକ୍ତ ଔଷଧ ସେବନ କରିବେ.ଏଥି ପାଇଁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ର ଆବଶ୍ୟକତା ଥିବା ବେଳେ ସମାଜର ସବୁ ବର୍ଗର ଲୋକ ମାନଙ୍କ ସହଯୋଗରେ ଏହା ଫଳପ୍ରଦ ହୋଇପାରିବ ବୋଲି ପ୍ରକାଶ କରି ଥିଲେ.।

 ଏହାପରେ ଭିବିଡି ପରାମର୍ଶଦାତା ଶ୍ରୀ ସାହୁ ପାୱାର ପଏଣ୍ଟ ପ୍ରୋଜେକଟ ମାଧ୍ୟମରେ ଜିଲ୍ଲା ରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ଆକ୍ସନ ପ୍ଲାନ ସମ୍ଭନ୍ଧ ରେ ଉପସ୍ଥାପନ କରିଥିଲେ. ଜିଲ୍ଲାପାଳ ଉପସ୍ଥିତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ ବିଭାଗ ର ଅଧିକାରୀ ମାନଙ୍କୁ ନିଜ ନିଜ ମଧ୍ୟରେ ସମନ୍ୱୟ ରଖି ଆକ୍ସନ ପ୍ଲାନ ଅନୁଯାୟୀ ନିଜ ନିଜ ସ୍ତରରେ ଉଚିତ ପଦକ୍ଷେପ ନେଇ ଜିଲ୍ଲାରେ ଏହି ଅଭିଯାନ କୁ ସଫଳ କରିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ଜିଲ୍ଲାର ଜଣେ ହେଲେବି ଯେମିତି ଏହି ଔଷଧ ସେବନ ଅଭିଯାନରୁ ବାଦ ନପଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ.।

ଏତଦ ବ୍ୟତୀତ ଜିଲ୍ଲାରେ ଡେଙ୍ଗୁ ଜ୍ୱର ଓ ମ୍ୟାଲେରିଆ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ନିର୍ଦେଶ ଦେଇଥିଲେ. ବିଶେଷ କରି ଜମିରହୁଥିବା ପାଣିରେ ଡେଙ୍ଗୁ ମଶା ଜନ୍ମ ନେଉଥିବାରୁ ଘର ଚାରି ପାଖ ଅଂଚଳରେ ଯେମିତି ପାଣି ଜମା ହୋଇ ନ ରହେ ସେଥି ପ୍ରତି ଲୋକଙ୍କୁ ସଚେତନ କରିବା ସହିତ ଦୀର୍ଘସ୍ଥାୟୀ କୀଟନାଶକ ଔଷଧ ଉପଚାରିତ ମଶାରୀ ବ୍ୟବହାର ନିମନ୍ତେ ଲୋକମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ.।

ଅନୁଷ୍ଠିତ ବୈଠକରେ ଡାକ୍ତର ନିଶିଥ ରଞ୍ଜନ ଦାଶ, ସଂଯୋଜକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଡିପିଏମ ଶ୍ରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ସୁବାସ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କିଷାନଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ,ପୋଲିସ ବିଭାଗୀୟ ଅଧିକାରୀ,ଲାଇନ ବିଭାଗ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ.

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

First Kavach-Equipped Locomotive Flagged Off from Visakhapatnam

Sunil Chandra Nayak

ତିରିଂ ଥାନା !ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନ ଘାଟରେ ଶବଦାହ କଲେ

Sunil Chandra Nayak

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା ୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡା ରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!