ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଧର୍ମଗଡ ମହିଳା ମହାବିଦ୍ୟାଳୟ ଠାରେ ସାମାଜିକ ଗଣମାଧ୍ୟମ ମଞ୍ଚ ରେ ନିଜର ସୁରକ୍ଷା ଏବଂ ସାଇବର ଆଇନ ଉପରେ ଆଇନ ସଚେତନତା ଶିବିର

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଧର୍ମଗଡ ମହିଳା ମହାବିଦ୍ୟାଳୟ ଠାରେ ସାମାଜିକ ଗଣମାଧ୍ୟମ ମଞ୍ଚ ରେ ନିଜର ସୁରକ୍ଷା ଏବଂ ସାଇବର ଆଇନ ଉପରେ ଆଇନ ସଚେତନତା ଶିବିର

ତାଳୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ବୁଧବାର ସକାଳ ୧୦ ଟା ରୁ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାମାଜିକ ଗଣମାଧ୍ୟମ ମଞ୍ଚରେ ନିଜର ସୁରକ୍ଷା ତଥା ସାଇବର ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଓକିଲ ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି ଧର୍ମଗଡ ମିହିର ରଞ୍ଜନ ପଟ୍ଟଯୋଶୀ, ସଂଯୁକ୍ତା ପଣ୍ଡା, ହରିଶ ଚନ୍ଦ୍ର ବାଗ , ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ମୂର୍ତ୍ତିମଞ୍ଜରୀ ପଣ୍ଡା, ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ମାନନୀୟ ଅଧକ୍ଷ ଉପସ୍ଥିତ ଛାତ୍ରୀ ମାନଙ୍କୁ ସୋସିଆଲ ମିଡ଼ିଆ (ସାମାଜିକ ଗଣମାଧ୍ୟମ) ର ଉପକାରିତା ତଥା ଅପକାରିତା ବିଷୟ ରେ ବୁଝାଇ ଥିଲେ ଏବଂ ସତର୍କତା ତଥା ସଚେତନତା ଦ୍ୱାରା କିଭଳି ଭାବରେ ନିଜକୁ ସାମାଜିକ ଗଣମାଧ୍ୟମ ରେ ସୁରକ୍ଷିତ ରଖିପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ . ଏହା ସହିତ ସାଇବର ଅପରାଧ ଏବଂ ସାଇବର ଅପରାଧ ପାଇଁ ସଂଶ୍ଲିଷ୍ଠ ବିଭିନ୍ନ ଅଧିନିୟମ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଉପସ୍ଥିତ ଅନ୍ୟାୟ ବକ୍ତାମାନେ ମଧ୍ୟ ନିଜ ନିଜ ମନ୍ତବ୍ୟ ଉପସ୍ଥିତ ଛାତ୍ରୀ ଙ୍କୁ ପ୍ରଦାନ କରିଥିଲେ । ଇଂରାଜୀ ଅଧ୍ୟାପକ ବଂକିମ ଚନ୍ଦ୍ର ମୁଣ୍ଡ ସଭା ପରିଚାଳନା କରିଥିବା ବେଳେ ଶିକ୍ଷା ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉକ୍ତ ମହାବିଦ୍ୟାଳୟ ଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉକ୍ତ ମହାବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଧାନକଟା ସରିଲା, ମଣ୍ଡି ଖୋଲିଲା.. ତଥାପି ଆସିନି ଟୋକନ  ଧାନକିଣାରେ ବିଳମ୍ବ, ଅଭାବୀ ବିକ୍ରିର ଶିକାର ଚାଷୀ…..

Sunil Chandra Nayak

ସାପ କାମୁଡାରେ ଯୁବକ ଗୁରୁତର 

Sunil Chandra Nayak

The incident of putting up posters “Entry of journalists prohibited” in the block office, JCI’s Odisha team submitted Memorandum to the Revenue Minister.

masiha

Leave a Comment

error: Content is protected !!