ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଏନ୍.ଏସ୍.ଏସ୍ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

ଜିଲ୍ଲା ଏନ୍.ଏସ୍.ଏସ୍ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ମେଗା ବୃକ୍ଷ ରୋପଣ କାର୍ଯକ୍ରମର ନିରୀକ୍ଷଣ କରିବା ପାଇଁ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ପ୍ରିୟବ୍ରତ ବାଣୁଆଙ୍କ ନେତୃତ୍ୱରେ ଏକ ତିନି ଜଣିଆ ପ୍ରତିନିଧି ଦଳ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ l କଳାହାଣ୍ଡି ଜିଲ୍ଲାର ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ଦାସ, କର୍ଲାପଡ଼ା ଯୁକ୍ତ ତିନି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ମୋହନ ଚରଣ ପଟେଲ ମହୋଦୟ ଉପସ୍ଥିତ ଥିଲେ l ବିଦ୍ୟାଳୟ ପରିସରରେ ଲଗା ଯାଇଥିବା ପଣସ, ନଡ଼ିଆ, ଲେମ୍ବୁ (ଓଡ଼ିଶା ସରକରଙ୍କ ଉଦ୍ୟାନ ବିଭାଗ ଦ୍ଵାରା ପ୍ରଦତ୍ତ ) ଏବଂ କରଞ୍ଜ, ଶାଗୁଆନ, ଦେବଦାରୁ, ଅଁଳା, ଶିଶୁ ପରି ଅନେକ ମୂଲ୍ୟବାନ ଗଛକୁ ତଦାରଖ କରିଥିଲେ l ଏହି ଅବସରରେ ସମସ୍ତ ପ୍ରତିନିଧି ମାନଙ୍କ ଦ୍ଵାରା ଗୋଟିଏ ଗୋଟିଏ ଦେବଦାରୁ ବୃକ୍ଷ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ମହାକୁଡ଼ ଓ କ୍ରୀଡା ଶିକ୍ଷକ ଶ୍ରୀ ଯଜ୍ଞ ଭୋଇ ଉପସ୍ଥିତ ଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଡିଜିଟାଲ କ୍ରପ ସର୍ଭେ ଉପରେ ବୈଠକ 

masiha

କର୍କଟ ରୋଗୀଙ୍କ ପାଇଁ କେଶ ସଂଗ୍ରହ କାର୍ଯ୍ୟରେ ସାମିଲ ହେଲା ‘” ମୋ ଅନୁଷ୍ଠାନ “

masiha

ଢେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ପରିଷଦର ବୈଠକ

masiha

Leave a Comment

error: Content is protected !!