ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଜାତିର ପିତା ମଧୁବାବୁ ଙ୍କ ଜୀବନ ଦର୍ଶନ ଆଲୋଚନାଚକ୍ର 

ଓଡ଼ିଆ ଜାତିର ପିତା ମଧୁବାବୁ ଙ୍କ ଜୀବନ ଦର୍ଶନ ଆଲୋଚନାଚକ୍ର 

ରାଉରେକଲା : ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲ ପରିସରରେ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ମଧୁବାବୁଙ୍କ ଜୀବନ ଦର୍ଶନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଡ ଉମାକାନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କବି ବ୍ରଜେନ୍ଦ୍ର ଦାଶ, ମୁଖ୍ୟବକ୍ତା ଭାବେ ଡ ନିଶିକାନ୍ତ ମିଶ୍ର, ସମ୍ମାନିୟବକ୍ତା ଭାବେ ସମାଜସେବୀ ବିଚିତ୍ରା ନନ୍ଦ ସାହୁ, ଶିକ୍ଷକ ବିଜୟ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପୁଲିନ ରାଉତରାୟ ପ୍ରମୁଖ ଯୋଗଦେଇ ଓଡ଼ିଆ ଜାତିର ପିତା ତଥା ରାଷ୍ଟ୍ରନାୟକ ମଧୁ ବାବୁ ଙ୍କ ଶୀର୍ଷକକୁ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ I ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ ସୁବାସ ଚନ୍ଦ୍ର ଲେଙ୍କା ପ୍ରଥମେ ଅନୁଷ୍ଠାନର ବିବରଣୀ ପାଠ କରିବା ପରେ ଓଡ଼ିଆ ସ୍ୱାଭିମାନ ଓ କୁଳବୃଦ୍ଧ ମଧୁସୂଦନଙ୍କୁ ଓଡ଼ିଆ ଜାତିର ପିତା ତଥା ରାଷ୍ଟ୍ର ନାୟକ ଭାବେ ଆମେ କାହିଁକି ନ କହିବା ସେ ସମ୍ବନ୍ଧରେ ବହୁ ଉଦାହରଣ ଦେବା ସହିତ ଅତି ସୁନ୍ଦର କାବ୍ୟ ଉପମା ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ I ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି ମଧୁବାବୁଙ୍କ ଜୀବନାଦର୍ଶ , ଉତ୍କଳ ପ୍ରତି ମମତ୍ବବୋଧ, ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧତା, ଓଡ଼ିଶାର ଆର୍ଥିକ ବିକାଶ, ଶିକ୍ଷା, ସାଂଗଠନିକ ଦକ୍ଷତା ଓ ବିଭିନ୍ନ ସଂସ୍କାର ଉପରେ ବ୍ୟାପକ ଆଲୋଚନା କରିଥିଲେ। ଉପାଧ୍ୟକ୍ଷ ଅନିଲ କୁମାର ଦାଶ ମଞ୍ଚ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଡ ଶକ୍ତିପ୍ରସାଦ ସାମନ୍ତରାୟ,ସୁନୀଲ ମହାନ୍ତି, ସୁମନ୍ତ କୁମାର ପଣ୍ଡା, ଦିଲୀପ ଭୂଇ, ବଳରାମ ଦାସ, ଦେବେନ୍ଦ୍ର କୁମାର ବଳ, ସୁଧାଂଶୁ ମହାପାତ୍ର, ସୁଶାନ୍ତ କୁମାର ନାୟକ, ବ୍ରହ୍ମାନନ୍ଦ ପାଢୀ, ସଞ୍ଜୟ ସାମଲ, ଅକ୍ଷୟ କୁମାର ଧଳ, ବି. ଜେନା, ରଜନୀ ସାହୁ, ତ୍ରିଲୋଚନ ସାହୁ, ଜ୍ଞାନପ୍ରଭା ପତ୍ରିକାର ସମ୍ପାଦିକା ପ୍ରଣତି ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ I 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିୟମିତ ସବରେଜିଷ୍ଟ୍ରାର ଓ ବିଭିନ୍ନ ସମସ୍ୟା ନେଇ ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଙ୍କ ଠାରେ ଦାବୀ

Sunil Chandra Nayak

ରାଇରଙ୍ଗପୁରର ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ଜମି ସୁରକ୍ଷା,ଜବରଦଖଲ ଉଛେଦ ଏବଂ ୯୯ ବର୍ଷୀୟ ଲିଜ ବାତିଲ ନେଇ ଜେଏମଏମ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଲିଖିତ ଦାବିପତ୍ର ପ୍ରଦାନ

Sunil Chandra Nayak

ଗତିପୁଟ : କେନ୍ଦୁପତ୍ର ତୋଳାଳୀ ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ସୁବିଧା ରୁ ବଞ୍ଚିତ 

Leave a Comment

error: Content is protected !!